Categories: ଫୁରସତ

ଅଣ୍ଡରଓ୍ବିୟର ପାଇଁ ଥାନାରେ ପହଞ୍ଚିଲା ମାମଲା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି। ସାମାନ୍ୟ ଏକ ଅଣ୍ଡରଓ୍ବିୟର ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକୃତ ଘଟଣା ହେଲା, ଭୋପାଳର ଭୀମ ନଗରରେ ରହୁଥିବା କୃଷ୍ଣ କୁମାର ଦୁବେ ଏକ ଅଣ୍ଡରଓ୍ବିୟର ତିଆରି କରିବାକୁ ୨ ମିଟର କପଡ଼ା ଏକ ଟେଲର ଦୋକାଦୀଙ୍କୁ ଦେଇଥିଲେ। ମାତ୍ର ତାଙ୍କ କହିବା କଥା ଦୋକାନୀ ଅଣ୍ଡରେଓୟାର ଛୋଟ କରିଦେଇଛନ୍ତି। ସେ ଏହାକୁ ପୁଣିଥରେ ବଡ଼କରି ସିଲେଇ କରିବାକୁ କହିବାରୁ ଏଥିପାଇଁ ଦୋକାନୀ ମନା କରିଦେଲେ। ତେଣୁ କୃଷ୍ଣ କୁମାର ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଦୋକାନୀଙ୍କ ବୋରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

Share