ଏମ୍‌ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….

ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଏଭଳି ଏକ ଅଭାବନୀୟ ଘଟଣା କାନାଡ଼ାରେ ଘଟିଛି। ବୁଧବାର ସଂସଦର ବୈଠକ ଭିଡ଼ିଓ କନଫରେନ୍ସସିଂରେ ଚାଲିଥିବାବେଳେ ଲିବେରାଲ ପାର୍ଟିର ଏମ୍‌ପି ଓ୍ବିଲୟମ୍‌ ଓମୋସ୍‌ଙ୍କୁ ତାଙ୍କ ଘରେ ଏକ ଟେବୁଲ ନିକଟରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। ସେ କୌଣସି ପୋଷାକ ପିନ୍ଧି ନ ଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଭିଡ଼ିଓ ସ୍କ୍ରିନ୍‌ରେ ଦେଖି ବୈଠକରେ ଯୋଗଦେଇଥିବା ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଥିଲା। ତେବେ କୌଶଳକ୍ରମେ ଓମୋସ୍‌ ତାଙ୍କ ଲ୍ୟାପଟପ୍‌ର ଇଣ୍ଟରନେଟ୍‌ ସଂଯୋଗ କାଟି ଦେଇଥିଲେ। ଏହାପରେ ସେ ଇ-ମେଲ୍‌ରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିବା ସହିତ ଏହା ଭୁଲ ବୋଲି ସ୍ବୀକାର କରିଛନ୍ତି। ସେ ଜଗିଂରୁ ଫେରିବା ପରେ କାର୍ଯ୍ୟସ୍ଥଳକୁ ପିନ୍ଧି ଯାଉଥିବା ପୋଷାକ ବଦଳାଇବା ସମୟରେ ଏଭଳି ଘଟିଥିବା କହିଛନ୍ତି। ଏନେଇ ସେ ହାଉସ୍‌ ଅଫ୍‌ କମନ୍ସ୍‌ଙ୍କୁ କ୍ଷମା ମାଗିଛନ୍ତି। ଭୁଲରେ ଲ୍ୟାପଟପ୍‌ ଅନ୍‌ ଥିବାରୁ ଏଭଳି ଘଟିଥିବା ସେ କହିଛନ୍ତି।

Share