ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…

ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ଜିତିବା ଧିରେ ଧିରେ ସ୍ପଷ୍ଟ ହେଉଛି। ଅପରପକ୍ଷେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ ଏହି ଜନାଦେଶକୁ ଗ୍ରହଣ କରିବାକୁ ଅସ୍ବୀକାର କରିଛନ୍ତି। ଏପରିକି ବାଇଡେନ୍‌ଙ୍କ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏଭଳି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହ୍ବାଇଟ୍‌ ହାଇସ୍‌ ବାହାରେ ଏକ ଟ୍ରକ୍‌ ଦେଖିବାକୁ ମିଳୁଛି। ବ୍ୟବହାରକାରୀମାନେ ଏଥିରେ ଭଳିକି ଭଳି ମନ୍ତବ୍ୟ ଦେଉଛନ୍ତି।

ଷ୍ଟ୍ରେଟ୍‌ଆଉଟ୍‌ଏକନ୍‌ଟେକ୍ଟ ନାମକ ଟୁଇଟର ବ୍ୟବହାରକାରୀ ଭିଡିଓଟିକୁ ପୋଷ୍ଟ କରିଛନ୍ତି। କ୍ୟାପଶନରେ ‘ ମୁଁ ହ୍ବାଇଟ୍‌ ହାଉସ୍‌ ବାହାରୁ ଏହି ସଟ୍‌ ନେଉଛି। ଏକ ଭଲ ସଙ୍କେତ ଭଳି ଏକ ଟ୍ରକ ଏଠାରେ ଛିଡ଼ା ହୋଇଛି ବୋଲି ସେ ଲେଖିଛନ୍ତି। ଏହାକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୩ହଜାରରୁ ଅଧିକ ଲୋକ ରିଟୁଇଟ କରିଛନ୍ତି। ଭିଡିଓରେ ମନ୍ତବ୍ୟ ରଖି ପରାଜୟର ଦ୍ୱାରଦେଶରେ ପହଞ୍ଚିଥିବା ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ ଛାଡ଼ିଯିବାର ପ୍ରସ୍ତୁତି କରୁଛନ୍ତି ବୋଲି କେହି କେହି କହୁଛନ୍ତି। ସେହିଭଳି ଗୋଟିଏ ପଟେ ଜିତିବା ଦାବି କରି ଆସୁଥିବା ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ରୁ ବାହାରିବାକୁ ଯୋଜନା କରୁଥିବା ମଧ୍ୟ କହୁଛନ୍ତି।

Share