Categories: ଫୁରସତ

ମହାକାଶରେ ପହଞ୍ଚିଲେ ଅଭିନେତ୍ରୀ-ନିର୍ଦ୍ଦେଶକ, କରିବେ ଏହି ଫିଲ୍ମ ଶୁଟିଂ

ମହାକାଶରେ ବିଶ୍ୱର ପ୍ରଥମ ଫିଲ୍ମ ଶୁଟିଂ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ପହଞ୍ଚିଛନ୍ତି। ଦୁଇଟି ରୁଷିଆ ଅନ୍ତରୀକ୍ଷ ଯାନରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନରୁ ବାହାରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ତାଙ୍କର ଅନ୍ତରୀକ୍ଷ ଯାନ କାଜାକିସ୍ତାନସ୍ଥିତ ଲଞ୍ଚ ସେଣ୍ଟରରୁ ମଙ୍ଗଳବାର ଅପରାହ୍ନରେ ବାହାରିଥିଲା। ଏହି ଯାନ ମହାକାଶରେ ପହଞ୍ଚିବା ପାଇଁ ୧୭ ମିନିଟ୍‌ ଲାଗିଥିଲା।

ମହାକାଶରେ ଯେଉଁ ଫିଲ୍ମ ଶୁଟିଂ ହେବାକୁ ଅଛି ତାହା ଜଣେ ଡାକ୍ତରଙ୍କ ବିଷୟରେ। ମହାକାଶକୁ ଯିବା ପୂର୍ବରୁ ୟୁଲିଆ ଏବଂ ନିର୍ଦ୍ଦେଶକ ଶିପେଙ୍କୋ ଶୂନ୍ୟ ମାଧ୍ୟାକର୍ଷଣରେ ରହିବାକୁ ଅନେକ ତାଲିମ ନେଇଥିଲେ।

Share