୧୬୯ ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ନ କଲେ ଆନ୍ଦୋଳନ: ବିଜେଡି

ଭୁବନେଶ୍ବର,୨୮।୧(ବ୍ୟୁରୋ): ରାଜ୍ୟ ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବାବେଳେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସର୍ବଦା ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରିଆସୁଛି। ୧୬୯ଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ବିଜେଡି ଏବଂ ଆଦିବାସୀ ସମ୍ପ୍ରଦାୟ ସ୍ବର ଉତ୍ତୋଳନ କରିବା ସହ ରାସ୍ତାକୁ ଓହ୍ଲାଇବେ ବୋଲି ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମାଝି କହିଛନ୍ତି।
ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦୀପ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୭ ବ୍ଲକ, ୨୦୨୨ ଗ୍ରାମପଞ୍ଚାୟତ, ୧୮୬୮୭ ଗାଁ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରି ଓଡ଼ିଶାର ୯ଟି ଆଦିବାସୀ ବହୁଳ ଜିଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ, ସ୍ବତନ୍ତ୍ର ବିକାଶ ପରିଷଦ ଯୋଗାଇ ଦେଇଛନ୍ତି। ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଓଡ଼ିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୬୯ ପ୍ରସ୍ତାବ ଦେଇସାରିଲେଣି। ଓଡ଼ିଶା ସରକାରଙ୍କ ବାରମ୍ବାର ଚିଠି ସତ୍ତ୍ୱେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରୁନାହାନ୍ତି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍‌ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ...

ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ...

ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଦେଶରେ ଏହି ମାରାତ୍ମକ ରୋଗ ବେଳକୁବେଳ ଭୟଙ୍କର ହେବାରେ ଲାଗିଛି। ଏହି ରୋଗର ଚିକିତ୍ସା କରିବା...

ପାରାଦୀପ ବନ୍ଦରରେ ଲାଗିଲା ଜାହାଜ: ୧୫ କରୋନା ପଜିଟିଭ, ୨ ଗୁରୁତର

ପାରାଦୀପ,୨୯।୩(ସ୍ବ:ପ୍ର.): ପାରାଦୀପ ବନ୍ଦରକୁ ଆସିଥିବା ଏମ୍‌ଭି ଏପିଜେ କାୟର୍ସ ନାମକ ପଣ୍ୟବାହୀ ଜାହାଜରେ ଥିବା ୨୮ଜଣ ନାବିକଙ୍କ ମଧ୍ୟରୁ ୧୫ ଜଣଙ୍କ ଠାରେ କରୋନା ଭୂତାଣୁ...

୯ ମାସରେ ୧୧ କୋଟି ଖର୍ଚ୍ଚ, ଦୁର୍ଘଟଣା କମୁନି

ଯାଜପୁର ଅଫିସ,୪ା୭: ପ୍ରତିବର୍ଷ ମୋଟରଯାନ(ଏମ୍‌ଭି) ମାମଲାରେ ଆଦାୟ ହେଉଥିବା ଜରିମାନାରୁ ୨୦% ଅର୍ଥ ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛି। ଏହି କ୍ରମରେ ୨୦୨୧...

ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ: ବିମାନର ୩୨ଜଣ, ୭ ବିଧାନସଭା କର୍ମଚାରୀ….

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ମୋଟ ୨୫୬ଟି ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ପୂର୍ବଭଳି ୩ଜଣ...

ପ୍ରଲୋଭନ କାମ ଦେଲାନି

ଭୁବନେଶ୍ବର,୮ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟରେ ଏକ ନୂତନ ବାତାବରଣ ସୃଷ୍ଟି କରିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୯୮୮୧ ଖଣ୍ଡ ଭୋଟ୍‌ରେ ହାରିବା ପରେ ଆଶ୍ଚର୍ଯ୍ୟଜନକ...

୧୪ ଲକ୍ଷ ୨୯ ହଜାର ଜାଲନୋଟ୍‌ ଜବତ

ବରପାଲି,୭।୭(ଡି.ଏନ.ଏ.): ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ) ବରଗଡ଼ ଜିଲା ପୋଲିସ ସହାୟତାରେ ଗୁରୁବାର ଅନ୍ତଃରାଜ୍ୟ ଜାଲନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨...

Advertisement
Archives

Model This Week