ନ୍ୟାୟ ପାଇଁ ଆନ୍ଦୋଳନ

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାରଠାରୁ ସଦର ଥାନା ଅନ୍ତର୍ଗତ ଗୋହାଲଡିହି ରେଲେଓ ସାଇଡିଂରେ ଗୋହାଲଡିହି ରେଲଓ୍ବେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ କ୍ଷତିଗ୍ରସ୍ତ ପ୍ରଜାଙ୍କ ଗଣଧାରଣା ଆରମ୍ଭ ହୋଇଛି। ଗୋହାଲଡିହିର ଗାଁ ମୁଣ୍ଡ ଓ ରେଲଓ୍ବେ ସାଇଡିଂ ମୁଖ୍ୟ ରାସ୍ତା ଉପରେ ସାମୁହିକ ଧାରଣା ସଂଗଠନର ସଭାପତି ନବଘନ ମାଝିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଶେଷକରି ଜମିହରା ପରିବାରର ସଦସ୍ୟମାନେ ବିଗତ ବର୍ଷଗୁଡ଼ିକରେ ଯେଉଁ ଭଳି ନିର୍ଯାତନା ଭୋଗିଛନ୍ତି ତା’ର ପ୍ରତିବାଦରେ ଏବଂ ସେମାନଙ୍କ ଦୀର୍ଘ ଦିନର ଦାବିରେ ଏହି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ କମଣି ମାଝି ଓ ଅନ୍ୟ ବହୁ ମହିଳା ବକ୍ତବ୍ୟ ରଖିଥିଲେ। ସିଟୁ ସଂଗଠନର ନେତା ତୃପ୍ତିରଞ୍ଜନ ପଟ୍ଟନାୟକ, କିଶୋର ମହାକୁଡ଼ ଓ ପୂର୍ଣ୍ଣ ରାଉତ ଯୋଗଦେଇ ଜିଲା ପ୍ରଶାସନର ସ୍ଥାନୀୟ ଜମିହରାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ନିନ୍ଦା ପ୍ରକାଶ କରିଥିଲେ। ପରିଷଦର ସଂପାଦକ ଟୁବୁଲୁ ମାଝି ଏବଂ ଅନ୍ୟ ସାଥୀମାନେ ବକ୍ତବ୍ୟ ରଖି ଏହି ଗଣଧାରଣାକୁ ଜିଲା ପ୍ରଶାସନ ମାନବ ଅଧିକାର କମିଶନଙ୍କ ଶେଷ ଶୁଣାଣିକୁ ତୁରନ୍ତ କାର୍ଯ୍ୟରେ ପରିଣତ କରିବାକୁ ଦାବି କରିଥିଲେ। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୋହାଲଡିହି ସାଇଡିଂରେ ଲୁହାପଥର ଲୋଡିଂ, ଅନଲୋଡିଂ ତଥା ଲେବଲିଙ୍ଗ ପାଇଁ ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକଙ୍କ ନେଇ ଗଠିତ ଏକ ସଂଗଠନକୁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ ଏହି ରେଳ ସାଇଡିଂ ଦ୍ୱାରା କ୍ଷତିଗ୍ରସ୍ତ ଅନ୍ୟ କେତେକ ଗ୍ରାମର ଲୋକଙ୍କୁ ବାଦ ଦିଆଯାଇଥିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଅନେକ ଥର ଗଣ୍ଡଗୋଳ ଘଟିଛି। ତେବେ କାମ ପାଇ ନ ଥିବା ଗୋହାଲଡିହି ରେଲଓ୍ବେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ ଏହାକୁ ନେଇ ଆଇନଗତ ଓ ସାମ୍ବିଧାନିକ ଲଢେଇ ଜାରି ରଖିଥିବା ବେଳେ ମାନବାଧିକାର କମିଶନ ସେମାନଙ୍କ ଅଧିକାର ଦେବା ପାଇଁ ଜିଲା ପ୍ରଶାସନକୁ ଆଦେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri