ଜିରା ବ୍ରିଜ୍‌ ପାଇଁ ରାସ୍ତାରୋକୋ

ବରଗଡ଼ ଅଫିସ୍‌,୧।୧୦: ବରଗଡ଼-ଅମ୍ବାପାଲିକୁ ସଂଯୋଗ ପାଇଁ ଚାଲିଥିବା ନୂତନ ଜିରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୪ବର୍ଷ ପରେ ମଧ୍ୟ ସରିନାହିଁ। ଏହି ନଦୀ ଉପରେ ନିର୍ମିତ ଫେୟାରୱେଦର ରାସ୍ତା ଅଞ୍ଚଳବାସୀଙ୍କ ଭରସା ପାଲଟିଛି। ମାତ୍ର ସାମାନ୍ୟ ବର୍ଷାରେ ତାହା ଥରକୁ ଥର ଧୋଇ ହୋଇ ଯାଉଥିବା ଯୋଗୁ ବରଗଡ଼ ସହରଠାରୁ ଅମ୍ବାପାଲି ଅଧିକାଂଶ ସମୟ ବିଚ୍ଛିନ୍ନ ହୋଇରହୁଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ଅମ୍ବାପାଲି ମୁଖ୍ୟଛକରେ ସ୍ଥାନୀୟ ଲୋକେ ସକାଳ ୮ଟାରୁ ବରଗଡ଼-ବଲାଙ୍ଗୀର ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହିତ ଯାତାୟାତ ବନ୍ଦ ରହିଥିଲା। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏ. କେ ନାଏକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଜିରା ବ୍ରିଜ ନିର୍ମାଣ କାର୍ଯ୍ୟ ସାରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ସହିତ ନିର୍ମାଣାଧୀନ ବ୍ରିଜ୍‌ ପରିଦର୍ଶନ କରିଥିଲେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ରାସ୍ତାରୋକୋ ଆନ୍ଦୋଳନ ହଟିଥିଲା ଏବଂ ଯାତାୟାତ ସ୍ବାଭାବିକ ହୋଇଥିଲା।
ଅମ୍ବାପାଲି ବରଗଡ଼ ପୌର ପରିଷଦର ୱାର୍ଡ ନଂ-୧୭ରେ ରହିଛି। ବରଗଡ଼ ସହର-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହି ଯାଇଛି। ଫଳରେ ଅନ୍ୟ ୱାର୍ଡଠାରୁ ଜିରା ନଦୀ ଅମ୍ବାପାଲିକୁ ବିଭାଜନ କରିଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ସେହି ପୁରୁଣା ବ୍ରିଜ୍‌କୁ ଭାଙ୍ଗି ଦିଆଯାଇଥିଲା ଏବଂ ସେଠାରେ ଆଉ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ୨୦୧୮ରୁ ପୋଲ କାମ ଆରମ୍ଭ ହୋଇ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବ୍ରିଜ ନିର୍ମାଣ କାର୍ଯ୍ୟ ଶିଥିଳ ଗତିରେ ଚାଲିଥିବାରୁ ଏହାର ପ୍ରତିବାଦରେ ଅମ୍ବାପାଲିବାସୀ ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥାନୀୟ କାଉନସିଲର ଦୀପାଞ୍ଜଳି ବାଗ, ଈଶ୍ୱର ବାଗ, ସୁରେଶ ମହାପାତ୍ର, ସୁନିଲ ଶର୍ମା, ସୁବ୍ରତ ବିର୍ତ୍ତିଆ, ଯୁଧିଷ୍ଠିର ପ୍ରଧାନ, ରବିନ୍ଦ୍ର ପୂଜାରୀଙ୍କ ସମେତ ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟିର ଭବାନୀ ପ୍ରସାଦ ସାହୁ, ସମ୍ବିଧାନ ସୁରକ୍ଷା ମଞ୍ଚର ବିରବଲ ମହାକୁଡ଼, ଭାଜପାର ପ୍ରୀତମ ସିଂ, ଅକ୍ରୂର ମଲ୍ଲିକ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ସୂଚନାଯୋଗ୍ୟ, ବରଗଡ଼ ସହରରୁ ଜିରା ନଦୀ ଦେଇ ଯାଇଥିବା ରାସ୍ତା ଅମ୍ବାପାଲିଠାରେ ବରଗଡ଼-ବଲାଙ୍ଗୀର ରାସ୍ତାକୁ ସଂଯୋଗ କରୁଛି। ସେହିପରି ଅମ୍ବାପାଲିରୁ ହଳଦୀପାଲି ଛକ ଦେଇ ସୋହେଲା ରାସ୍ତାକୁ ସଂଯୋଗ ହୋଇଛି। ଦୂରତା କମ୍‌ ଦୃଷ୍ଟିରୁ ଏହି ରାସ୍ତା ଉପରେ କେବଳ ବରଗଡ଼ କିମ୍ବା ଅମ୍ବାପାଲି ନୁହେଁ, ଅନେକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ପୁରୁଣା ବ୍ରିଜ୍‌କୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିବାବେଳେ ନୂତନ ବ୍ରିଜ ନିର୍ମାଣ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିବାରୁ ଯାତାୟାତରେ ବାଧା ଉପୁଜୁଛି। ଏହି ଦୃଷ୍ଟିରୁ ଉକ୍ତ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri