ଘୁଞ୍ଚିଲା ‘ଜର୍ସି’ ରିଲିଜ ତାରିଖ

ମୁମ୍ବାଇ: ସାହିଦ କପୁରଙ୍କ ଏ ପର୍ଯ୍ୟନ୍ତ ଶେଷ ଚଳଚ୍ଚିତ୍ର କବୀର ସିଂ ଯାହାକି ୨ ବର୍ଷ ପୂର୍ବେ ପରଦାକୁ ଆସିଥିଲା। ସିନେମାଟି ଲୋକଙ୍କ ଦ୍ୱାରା ବହୁ ଆଦୃତ ପାଇଥିଲା। ତା ପରଠୁ ସେ ଆଉ କୌଣସି ସିନେମା କରିନାହାନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୌତମ ତିନାନୁରୀଙ୍କ ନିର୍ଦ୍ଦେଶନାରେ ସାହିଦଙ୍କ ଆଗାମୀ ଚଳଚ୍ଚିତ୍ର ‘ଜର୍ସି’ ଯେଉଁଥିରେ ସାହିଦ ଏକ ୩୫ ବର୍ଷର କ୍ରିକେଟର୍‌ ଭୂମିକାରେ ନଜର ଆସିବେ। ନିଜ ପୁଅର ଇଚ୍ଛାକୁ ପୂରଣ କରିବାକୁ ସେ ପୁଣି ଥରେ କ୍ରିକେଟ୍‌କୁ ଫେରିଛନ୍ତି। ଏଥିରେ ସାହିଦଙ୍କ ସହ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଯୋଡି ଦେଖିବାକୁ ମିଳିବ। ତେବେ ସାହିଦ ତାଙ୍କ ଫ୍ୟାନ୍ସଙ୍କୁ ଚଳିତ ବର୍ଷ ଶେଷରେ ଏହି ସିନେମାଟି ଭେଟି ଦେବାକୁ ମନସ୍ତ କରିଥିଲେ। ଯାହା ଡିସେମ୍ବର ୩୧ ତାରିଖରେ ରିଲିଜ୍‌ ହେବାର ଥିଲା। କିନ୍ତୁ କିଛି ସମସ୍ୟା କାରଣରୁ ଅନ୍ତିମ ସମୟରେ ଚଳଚ୍ଚିତ୍ରଟିର ରିଲିଜ ତାରିଖ ଘୁଞ୍ଚାଇବାକୁ ପଡିଛି। କିନ୍ତୁ ‘ଜର୍ସି’ କେଉଁ ତାରିଖରେ ରିଲିଜ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏନେଇ ଫିଲ୍ମର ସମୀକ୍ଷକ ତରଣ ଆଦର୍ଶ ଖୁବ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଚଳଚ୍ଚିତ୍ରଟି ଚଳିତ ବର୍ଷ ପହିଲାରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା କାରଣରୁ ରିଲିଜ୍‌ ହୋଇପାରି ନ ଥିଲା।

Share