ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ ହୋଇଛନ୍ତି। ସେହି ସମୟରେ ମାଡ଼ ମରାମରି ବେଳର ଲାଇଭ୍‌ ଟେଲିକାଷ୍ଟ ହେବା ସହ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି। ଆଲୋଚନା ହେଉଥିବାବେଳେ ଜଣେ ଏମ୍‌ପି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ବାଚସ୍ପତି ତାଙ୍କୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କେନ୍ଦ୍ରକରି କେତେଜଣ ଏମ୍‌ପି ଉତ୍ତେଜନା ସୃଷ୍ଟି କରିବା ସହ ପରସ୍ପରକୁ ମୁଥ, ଲାତ ମାରି ଚାଲିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ମାର୍‌ପିଟ୍‌ବେଳେ କେତେଜଣ ତଳେ ପଡ଼ିଯାଇଥିଲେ। ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି।

Share