ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା!  ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ ଦୁନିଆ ସାରାର ପର୍ବତାରୋହୀ ପାଗଳ, ସେହି ଏଭରେଷ୍ଟର ବରଫ ନଦୀ ଏବେ ମଣିଷର ଶାରୀରିକ ଉତ୍ତାପ ଯୋଗୁଁ ତରଳିବାରେ ଲାଗିଛି। ବିଶ୍ବର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ‘ଖୁମ୍ବୁ ଗ୍ଲାସିୟର’ ଏବେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଗତି କରୁଛି…କିନ୍ତୁ କେମିତି ?
Human urine is melting a glacier on Mount Everest: ମଣିଷର କେଉଁ ସେହି ଭୁଲ୍, ଯାହା ପ୍ରକୃତିର ଏହି ଅମୂଲ୍ୟ ସମ୍ପଦକୁ ସବୁଦିନ ପାଇଁ ଶେଷ କରିଦେବାକୁ ବସିଲାଣି ? ସେହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ଉପରୁ ଏବେ ପରଦା ହଟାଇଛନ୍ତି ଅନ୍ତର୍ଜାତୀୟ ବୈଜ୍ଞାନିକ। ସାଧାରଣତଃ ଆମେ ଜାଣୁ କଳକାରଖାନାର ଧୂଆଁ ଆଉ ଗାଡ଼ିମଟରର ପ୍ରଦୂଷଣ ଯୋଗୁଁ ବରଫ ତରଳେ; କିନ୍ତୁ ପ୍ରଥମ ଥର ପାଇଁ ବିଜ୍ଞାନ ଜଗତ ଏମିତି ଏକ ସତ୍ୟ ସାମ୍ନାକୁ ଆଣିଛି, ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।
ରିଜିଓନାଲ ଏନ୍‌ଭାର୍‌ମେଣ୍ଟାଲ ଚେଞ୍ଜ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଦାବି କରିଛି ଯେ, ଏଭରେଷ୍ଟ ବେସ୍ କ୍ୟାମ୍ପରେ ପ୍ରତିଦିନ ଜମା ହେଉଥିବା ହଜାର ହଜାର ଲୋକଙ୍କ ପରିସ୍ରା, ସେଠାକାର ତାପମାତ୍ରାକୁ ନିଆଁ ଭଳି ଗରମ କରୁଛି।
ନେପାଳ ସରକାରଙ୍କ ସିନିୟର ସର୍ଭେ ଅଧିକାରୀ ଏବଂ ଅନ୍ତର୍ଜାତୀୟ ବୈଜ୍ଞାନିକମାନେ ଯେତେବେଳେ ୨୦୨୩ ବସନ୍ତ ଋତୁର ଡାଟା ଚେକ୍ କଲେ, ସେତେବେଳେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଗ୍ଲୋବାଲ ୱାର୍ମିଂ ଏବଂ ଗ୍ୟାସ୍-ପେଟ୍ରୋଲ୍ ଜଳିବା ତ ଗୋଟିଏ ପଟେ ଥିଲା, କିନ୍ତୁ ଏହି ରିପୋର୍ଟରେ ମଣିଷର ପରିସ୍ରାରୁ ବାହାରୁଥିବା ଉତ୍ତାପକୁ ସବୁଠାରୁ ସାଙ୍ଘାତିକ ସ୍ଥାନୀୟ ଶତ୍ରୁ ବୋଲି କୁହାଯାଇଛି।
ବର୍ତ୍ତମାନ ଆପଣ ଭାବୁଥିବେ, କେବଳ ପରିସ୍ରା ଆଉ ରୋଷେଇ ଗ୍ୟାସରେ ଏତେ ବଡ଼ ବରଫ ପାହାଡ଼ କେମିତି ତରଳିବ? ତେବେ ବୈଜ୍ଞାନିକମାନେ ଦେଇଥିବା ଏହି ଆକଳନକୁ ଟିକେ ଭଲ ଭାବେ ଜାଣନ୍ତୁ। ରିପୋର୍ଟ ଅନୁସାରେ, ମାତ୍ର ଗୋଟିଏ କ୍ଲାଇମ୍ବିଙ୍ଗ୍ ସିଜନରେ ଏହି ବେସ୍ କ୍ୟାମ୍ପରୁ ପ୍ରାୟ ୮ ଲକ୍ଷ ୪୯ ହଜାର ମେଗାଜୁଲ୍‌ରୁ ଅଧିକ ଉତ୍ତାପ ଶକ୍ତି ବାହାରିଥାଏ।
ପର୍ବତାରୋହୀଙ୍କ ପାଇଁ ହେଉଥିବା ରୋଷେଇ, ଟେଣ୍ଟକୁ ଗରମ ରଖିବା ପାଇଁ ବ୍ୟବହାର ହେଉଥିବା କିରୋସିନ-ପେଟ୍ରୋଲ ଏବଂ ହଜାର ହଜାର ଲୋକଙ୍କ ଶରୀରରୁ ବାହାରୁଥିବା ଗରମ ପରିସ୍ରା ମିଶି ଏଭରେଷ୍ଟ ଉପରେ ଏକ ଅଦୃଶ୍ୟ ନିଆଁ ସଦୃଶ କାମ କରୁଛି। ଯାହା ପ୍ରକୃତିର ସବୁ ନିୟମକୁ ଓଲଟପାଲଟ କରିଦେବା ପାଇଁ ଯଥେଷ୍ଟ।
ସବୁଠାରୁ ଭୟଙ୍କର କଥା; କେବଳ ମଣିଷର ଏହି କାର୍ଯ୍ୟକଳାପରୁ ବାହାରୁଥିବା ଗରମ ଯୋଗୁଁ ପ୍ରତି ସିଜନରେ ପ୍ରାୟ ୨,୪୯୨ ଟନ୍ ବରଫ ଏବଂ ଗ୍ଲାସିୟର ତରଳି ପାଣି ହୋଇଯାଉଛି! ଏହା ଆମେ କହୁନୁ, ବରଂ ଗତ ୩୨ ବର୍ଷର ସାଟେଲାଇଟ୍ ଡାଟା ଚେକ୍ କରି ବୈଜ୍ଞାନିକମାନେ ଦେଇଛନ୍ତି ଏଭଳି ବଡ଼ ଚେତାବନୀ।
Landsat ସାଟେଲାଇଟ୍‌ରୁ ମିଳିଥିବା ରେକର୍ଡ ଅନୁସାରେ, ଏଭରେଷ୍ଟ ବେସ୍ କ୍ୟାମ୍ପର ତାପମାତ୍ରା ପ୍ରତିବର୍ଷ ୦.୨୮ ଡିଗ୍ରୀ ସେଲସିୟସ ବେଗରେ ବଢ଼ିବାରେ ଲାଗିଛି। ଆଉ ସବୁଠୁ ଚିନ୍ତାଜନକ କଥା ହେଉଛି, ବେସ୍ କ୍ୟାମ୍ପ ଆଖପାଖ ଅଞ୍ଚଳ ତୁଳନାରେ ଏଠାରେ ଗରମ ହେବା ପ୍ରକ୍ରିୟା ବା ୱାର୍ମିଂ ରେଟ୍ ପ୍ରାୟ ଦୁଇ ଗୁଣ ଅଧିକ, ଯାହା ହିମାଳୟର ଭବିଷ୍ୟତ ପାଇଁ ବଡ଼ ବିପଦ ସଙ୍କେତ।
ସ୍ଥିତି ଏମିତି ହେଲାଣି ଯେ, ଏଭରେଷ୍ଟ ବେସ୍ କ୍ୟାମ୍ପର ଅସ୍ତିତ୍ବ ମଧ୍ୟ ସଙ୍କଟରେ ପଡ଼ିଯାଇଛି। କାରଣ ବର୍ତ୍ତମାନ ଯେଉଁଠି ବେସ୍ କ୍ୟାମ୍ପ ଅଛି, ତାହା ସିଧାସଳଖ ଗ୍ଲାସିୟର ବା ବରଫ ନଦୀ ଉପରେ ହିଁ ଅବସ୍ଥିତ। ଯାହାକୁ ବିଜ୍ଞାନ ଭାଷାରେ ସୁପ୍ରାଗ୍ଲାସିଆଲ୍ ସାଇଟ୍ କୁହାଯାଏ। ବରଫ ଦ୍ରୁତ ଗତିରେ ତରଳୁଥିବାରୁ ଏବେ ଏହି ଐତିହାସିକ ବେସ୍ କ୍ୟାମ୍ପକୁ ସେଠାରୁ ସମ୍ପୂର୍ଣ୍ଣ ଭାବେ ଉଠାଇଦେବା ପାଇଁ ବଡ଼ ପ୍ରସ୍ତୁତି ଚାଲିଛି।

Share