ହାତକୁ ଦୁଇ ହାତ ହେବେ ଏହି ସୁନ୍ଦରୀ ନାଗିନ୍‌; ଦୁବାଇର ବ୍ୟବସାୟୀଙ୍କ…

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ସୁନ୍ଦରୀ ନାଗିନ୍‌ ମୌନି ରୟ। କଥିତ ପ୍ରେମିକ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆର୍‌ଙ୍କ ହାତ ଧରିବେ ସେ। ୨୦୨୨ରେ ଏହି ବିବାହ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୌନିଙ୍କ ଭାଇ ବିଦ୍ୟୁତ ରୟ ଖୁଲାସା କରିଛନ୍ତି।

ଟେଲିଭିଜନ ସାଙ୍ଗକୁ ବଲିଉଡ୍‌ରେ କାମ କରିଥିବା ମୌନି ଏକରୁ ବଳି ଆରେକ ଶୋ’ରେ ନଜର ଆସିଛନ୍ତି। ସବୁଥିରୁ ବେଶି ଲୋକପ୍ରିୟ ଥିଲା ‘ଦେବୋ କେ ଦେବ: ମହାଦେବ ଏବଂ ନାଗିନ’। ଏହାଛଡ଼ା ସେ ଅକ୍ଷୟ କୁମାରଙ୍କ ସହ ବଲିଉଡ୍‌ରେ କାମ ମଧ୍ୟ କରିଛନ୍ତି।

କିଛି ମାସ ପୂର୍ବରୁ ମୌନିଙ୍କ ମା’ ସୁରଜଙ୍କ ମା’ବାପାଙ୍କୁ ଭେଟିଥିଲେ। ମନ୍ଦିରା ବେଦୀଙ୍କ ଘରେ ଏହି ଭେଟଘାଟ ହୋଇଥିଲା। ମୌନିଙ୍କ ଭାଇ ବି ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ବିବାହ କଥା ଉଠିଥିବା କୁହାଯାଉଛି।

Share