ହାତକୁ ଦି’ହାତ ହେବେ ମୌନୀ ରାୟ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । କିଛି ସେଲିବ୍ରିଟି ଏହାରି ମଧ୍ୟରେ ହାତକୁ ଦି’ହାତ ହୋଇ ସାରି ଥିବା ବେଳେ ଆଉ କିଛି ଜଣଙ୍କ ହାତଗଣ୍ଠି ପଡିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ ମୌନୀ ରାୟଙ୍କ ନାଁ ଯୋଡି ହେବାକୁ ଯାଉଛି । ସେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ନିକଟରେ ତାଙ୍କର ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ ସୁରଜ ନାମ୍ବିୟାରଙ୍କୁ ୨୭ ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି।

ତେବେ ତାଙ୍କ ବିବାହ ଦେଶରେ ନୁହେଁ ବରଂ ବିଦେଶରେ ହେବ । ଏହି ସବୁ ଖବରକୁ ମୌନଙ୍କର ଜଣେ ଭଉଣୀ ବିବାହ ବିଷୟରେ ଖୁଲାସା କରିଛନ୍ତି। ହେଲେ ଏବେ ଯାଏ ମୌନୀ କୌଣସି ଘୋଷଣା କରି ନାହାନ୍ତି ।

Share