ବିବାହ ବନ୍ଧନରେ ଆବଦ୍ଧ ହେଲେ ମୌନୀ

ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିଛନ୍ତି। ବିବାହର ପ୍ରଥମ ଫଟୋ ଭାଇରାଲ ହୋଇଛି। ଦୁହେଁ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ସହିତ ସାତ ଫେରା ନେଇଥିଲେ। ମୌନିଙ୍କ ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଯୋଗ ଦେଇଥିଲେ ବିବାହ ଦିନ ମୌନୀ ଏକ ପାରମ୍ପରିକ ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଗୋଟିଏ ଦିନ ପୂର୍ବରୁ ମୌନିଙ୍କ ମେହେନ୍ଦି ଏବଂ ହଳଦୀ ସମାରୋହ ଅନୁଷ୍ଠିତ ହୋଇଥିଲା।
ମୌନି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଅଭିନେତ୍ରୀ ହୋଇଥିବାବେଳେ ସୁରଜ ଏସବୁଠାରୁ ଦୂରରେ ଏକ ବ୍ୟାଙ୍କର୍‌। କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମୌନୀ ଏବଂ ସୁରଜଙ୍କ ବିବାହରେ କେବଳ ୧୦୦ ଲୋକ ଯୋଗ ଦେଇଛନ୍ତି।

Share