ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ସାଲେକଦମ ଗ୍ରାମର ମନୋଜ ପାଣ୍ଡେ (୨୫ ) ବୋଲି ଜଣାପଡିଛି। ମଟର ସାଇକଲ ଆରୋହୀ ନିଜ ଗାଁ ବଞ୍ଜାରିକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ମୋଟର ସାଇକଲ ଆରୋହୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରେ ଭାରୀଯାନଗୁଡିକୁ ଅଟକାଇ ଅବରୋଧ କରୁଛନ୍ତି। ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ରାସ୍ତାରେ ଗାଡ଼ି ଗୁଡିକୁ ଅଟକାଇବା ଯୋଗୁ ଯାତାୟାତ ପ୍ରଭାବିତ ହେବା ସହ ରାସ୍ତାର ଉଭୟ ପଟରେ ବହୁ ସଂଖ୍ୟକ ଗାଡିମଟର ଅଟକି ରହିଛି । ବେପରୁଆ ଗାଡି ଚାଳନା ଯୋଗୁ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନୀ ଘଟୁଛି । ଏହାସତ୍ତ୍ୱେ ବେପରୁଆ ଗାଡିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ମୋଟର ସାଇକେଲ ଚାଳକକୁ ଏକ ହାଇୱା ଗାଡ଼ି ଧକ୍କା ଦେଇ ପଳାଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି l ଦୁର୍ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା, ବେଙ୍ଗାଲୁରୁରୁ ଆସିଲା ମଞ୍ଜୁଳାଙ୍କ ମରଶରୀର 

ଗୁଣୁପୁର, ୩।୩(ସଂକେତ ପାତ୍ର): ଗତ ଫେବୃଆରୀ ୨୫ ତାରିଖରେ ବେଙ୍ଗାଲୁରୁରେ ଗୁଣୁପୁର ନିକଟସ୍ଥ ରେଜିଂତାଲ ଗ୍ରାମର ଇସ୍ତିପାନ ଗମାଙ୍ଗଙ୍କ ଝିଅ ମଞ୍ଜୁଳା ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଏନେଇ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

ନିଖୋଜ ହୋଇଯାଇଥିଲେ ୨୦ ବର୍ଷୀୟା ଯୁବତୀ, ଉଦ୍ଧାର କରି ମା’ଙ୍କୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ସୋମବାର ଭୋରରୁ ଘରୁ ଆକସ୍ମିକ ଭାବେ ନିଖୋଜ…

ଗାଡ଼ି ଚାଳକଙ୍କ ମହାନତା: ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ପର୍ସକୁ ଶିକ୍ଷକଙ୍କୁ ଫେରାଇଲେ,ସାଧାରଣରେ ପ୍ରଶଂସା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଆଠଗଡ଼ିଆ ସାହିର ସ୍ବର୍ଗତ ବିପ୍ର ସେଠୀଙ୍କ ପୁଅ ପିଙ୍କୁ ସେଠୀ ଗାଡ଼ି ଚାଳକ ଭାବେ କାର୍ଯ୍ୟକରନ୍ତି। ତାଙ୍କ ମହାନତା…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ନୀଳଗିରି ସର୍ଣ୍ଣଚୁଡ଼ ପାହାଡ଼ରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ନାକେଦମ ହେଲାଣି…

ନୀଳଗିରି,୩।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ସର୍ଣ୍ଣଚୁଡ଼ ପାହାଡ଼ରେ  ନିଆଁଲାଗି ଅନେକ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମିଭୂତ ହୋଇଯାଇଛି। ପବନର ବେଗ ବଢିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri