ପ୍ରେରଣା ଓ ପ୍ରତାରଣା

ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ବ୍ୟକ୍ତିର ବ୍ୟକ୍ତିତ୍ୱ ମହନୀୟତାରେ ଉଦ୍‌ଭାସିତ ଥିଲା। ସମ୍ପ୍ରତି ବ୍ୟକ୍ତିର ବ୍ୟକ୍ତିତ୍ୱରେ ଦେଖାଦେଇଛି କାଳବୈଶାଖୀର କଳାବାଦଲ। ସମାଜ ସଂସ୍କାରକ ରୂପେ ପରିଚିତ ବ୍ୟକ୍ତିବିଶେଷଙ୍କ ନୈତିକ ଅଧୋପତନ ସମାଜର ସାଧାରଣ ସ୍ତରକୁ ପ୍ରଭାବିତ କରିଛି। ଗୁରୁ ହରାଇଛି ଗୁରୁତ୍ୱ, ନେତା ଆଜି ନୈତିକତାବିହୀନ ଓ ଯୁବଶକ୍ତି ଉଦ୍‌ଭ୍ରାନ୍ତ ଓ ପଥଭ୍ରଷ୍ଟ। ଅନେକ ଧୂର୍ତ୍ତ ନିଜକୁ ସାଧୁସନ୍ଥର ପରିଚୟ ପ୍ରଦାନକରି ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଶୋଷଣ କରନ୍ତି। ନୀତିବାଣୀ ସମ୍ବଳିତ ପ୍ରବଚନ ମାଧ୍ୟମରେ ସେମାନେ ଲାଭ କରନ୍ତି ଉଚ୍ଚ ଆସନ, କିନ୍ତୁ ବାସ୍ତବତା ଭିନ୍ନ। ଏ ସମ୍ବନ୍ଧରେ ଏକ ଉଦାହରଣ ପ୍ରାସଙ୍ଗିକ ମନେହୁଏ।
ଥିଲେ ଜଣେ ବାଗ୍ମୀ ପଣ୍ଡିତ ଓ ସେ ଯେଉଁଠାରେ ଶାସ୍ତ୍ରୀୟ ପ୍ରବଚନ ଦେଉଥିଲେ ସେଠାରେ ଲୋକାରଣ୍ୟ ହୋଇ ପଡ଼ୁଥିଲା। ଥରେ ଘଟଣାଚକ୍ରରେ ନିଜ ପଡ଼ୋଶୀ ଗ୍ରାମରେ ତାଙ୍କ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସ୍ଥାନଟି ଉତ୍ସବମୁଖର ହୋଇ ଉଠିଥାଏ। ପଣ୍ଡିତଙ୍କ ଧର୍ମପନତ୍ୀ ଭାବିଲେ ଏତେ ଲୋକ ମୋ ସ୍ବାମୀଙ୍କ ପ୍ରବଚନ ଶୁଣି ଧନ୍ୟଧନ୍ୟ କହୁଛନ୍ତି; ଅଥଚ ମୁଁ ଦୀପତଳ ଅନ୍ଧାର ଭଳି ପଡ଼ିରହିଛି। ଗ୍ରାମର କିଛି ମହିଳାଙ୍କ ସହ ବୋହୂକୁ ସାଙ୍ଗରେ ନେଇ ପଣ୍ଡିତଙ୍କ ଅଗୋଚରରେ ପ୍ରବଚନ ଶୁଣୁଥାଆନ୍ତି। ସେଦିନ ପ୍ରବଚନର ପ୍ରଥମ ପ୍ରସଙ୍ଗ ଥିଲା ଆମିଷ ଭକ୍ଷଣର କୁପରିଣାମ ଓ ଦ୍ୱିତୀୟଟି ଥିଲା ବଧୂ ନିର୍ଯାତନାର କରୁଣ ଗାଥା। ଆମିଷ ଭକ୍ଷଣ କିପରି ଉଭୟ ସ୍ବାସ୍ଥ୍ୟ ଓ ଶାସ୍ତ୍ର ବିରୋଧୀ ତାହା ପଣ୍ଡିତେ ପ୍ରାଞ୍ଜଳଭାବେ ବୁଝାଇ ଚାଲିଥିଲେ। ସେହିପରି ବଧୂ ନିର୍ଯାତନା ଉପରେ ପଣ୍ଡିତଙ୍କ ଭାଷଣ ଥିଲା ଏକ ସତର୍କ ବାଣୀ। ବଧୂ ହେଉଛନ୍ତି ଆମର କନ୍ୟା ସଦୃଶ। ତାଙ୍କୁ କନ୍ୟାବତ୍‌ ସ୍ନେହ ପ୍ରଦାନ କରିବା ପ୍ରତ୍ୟେକ ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ। ପ୍ରବଚନ ଶୁଣି ବୋହୂ ଉତ୍‌ଫୁଲ୍ଲିତ, କିନ୍ତୁ ଶାଶୁ ଆତଙ୍କିତ। ବୋହୂ ବହୁମାତ୍ରାରେ ପ୍ରୀତ ଯେ ଆଜିଠାରୁ ତା’ର ନିର୍ଯାତନାର ଅନ୍ତ ଘଟିବ ଓ ଶ୍ୱଶୁର ଆଉ ଯୌତୁକ କଥା ନ ଉଠାଇ ତାଙ୍କ ଉପରେ ସ୍ନେହ ଅଜାଡ଼ିଦେବେ। ଶାଶୁଙ୍କର ଆତଙ୍କର କାରଣ ଥିଲା ପଣ୍ଡିତେ ଆଉ ଆଜିଠାରୁ ଆମିଷ ଭକ୍ଷଣ କରିବେ ନାହିଁ। ଯଦି ଏକଥା ସତ, ତେବେ ଆଜି ଏକ ବଡ଼ ରୋହିମାଛ ଆଣି ତାକୁ ଯନତ୍ର ସହ ରନ୍ଧନ କରିବା ପାଇଁ ବରାଦ କରିବା ମୂଳରେ କି ଅଭିସନ୍ଧି ଅଛି। ପ୍ରବଚନ ଅଧାରୁ ଶାଶୁ ବୋହୂ ଘରକୁ ଆସି ପ୍ରସ୍ତୁତ ହୋଇଥିବା ଆମିଷ ବ୍ୟଞ୍ଜନକୁ ବାଡ଼ିରେ ଗାତଖୋଳି ପୋତିଦେଲେ। ଶାଶୁ ବୋହୂ ଦୁହେଁ ସ୍ନାନ ଶୌଚ ହୋଇ ହବିଷ୍ୟାନ୍ନ ପ୍ରସ୍ତୁତିରେ ଲାଗିଗଲେ। ପଣ୍ଡିତେ ମଧ୍ୟରାତ୍ରରେ ପ୍ରବଚନରୁ ଫେରି ଖାଇବାକୁ ବସିଲେ। ହବିଷ୍ୟାନ୍ନ ଦେଖି ପଣ୍ଡିତେ ନିଆଁବାଣ। ଆରେ ଏଗୁଡ଼ାକ କ’ଣ? ୟାକୁ କ’ଣ ମଣିଷ ଖାଆନ୍ତି? ମାଛ ତରକାରି କାହିଁ? ଧର୍ମପତ୍ନୀ କହିଲେ- ତୁମର ଯଦି ଆଜିଠାରୁ ଆମିଷ ଖାଇବାର ନାହିଁ, ତେବେ ମୋତେ ଏତେ କଷ୍ଟ କ’ଣ ପାଇଁ ଦେଉଥିଲ? ବୋହୂ ବାହାରିପଡ଼ି କହିଲେ, ବାପା! ଆପଣଙ୍କ ପ୍ରବଚନରେ ମୁଁ ଭାରିଖୁସି। ଆପଣ ଯେ ଏଣିକି ମୋତେ ଝିଅଭଳି ଦେଖିବେ, ଏହାଠାରୁ ବଳି ସୁଖକର କଥା ମୋ ପାଇଁ କ’ଣ ହୋଇପାରେ! ଆମେ ଦୁହେଁ ଅତି ଯନତ୍ରେ ଏ ହବିଷ୍ୟାନ୍ନ ପ୍ରସ୍ତୁତ କରିଛୁ। ପଣ୍ଡିତଙ୍କୁ ଆଉ ବୁଝିବାକୁ ବାକି ରହିଲାନାହିଁ ଯେ ଶାଶୁ ବୋହୂ ଦୁହିଁଙ୍କ ପ୍ରବଚନ ଶ୍ରବଣର ପ୍ରଭାବ ସିଧା ତାଙ୍କ ଭାତଥାଳି ଓ ବ୍ୟକ୍ତିତ୍ୱ ଉପରେ ପଡ଼ିଛି। କ୍ରୋଧରେ ପଣ୍ଡିତେ କହିଲେ, ଆରେ ନିର୍ବୋଧ! ଏଇ ସାମାନ୍ୟ କଥାଟା ତୁମେ ବୁଝିପାରିଲ ନାହିଁ କିପରି? ଆମେ ପଣ୍ଡିତମାନେ ଯାହା କହୁ ତାହା କେବଳ ପର ପାଇଁ ଉଦ୍ଦିଷ୍ଟ। ସେମାନେ ଏତେ ଖର୍ଚ୍ଚ କରି ଯେତେବେଳେ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି, ତାଙ୍କ ମନ ବୁଝିଲା ପରି ଦୁଇପଦ କଥା ନ କହିଲେ କେମିତି ଚଳିବ? ଆମ ପଣ୍ଡିତମାନଙ୍କର କିଛି ଦୋଷଥିଲେ ମଧ୍ୟ ଆମ ଗୁଣ ଆଢ଼ୁଆଳରେ ତାହା ଲୁଚିଯାଏ।
ଉପରୋକ୍ତ ଗଳ୍ପଟିର ଅବତାରଣାର ବିଶେଷତ୍ୱ ଏହି ଯେ, ଆମେ ପ୍ରତ୍ୟହ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଚରିତ୍ରଧାରୀ ବ୍ୟକ୍ତିମାନଙ୍କୁ ଦେଖୁ। ଅତ୍ୟନ୍ତ ସରଳ, ସାବଲୀଳ ଓ ହୃଦୟସ୍ପର୍ଶୀ ବଚନର ଅନ୍ତରାଳେ ଏକ ଜଘନ୍ୟ ପ୍ରବୃତ୍ତି ଲୁଚିରହିଥାଏ। ନିଜେ ଆମତ୍ରକ୍ଷାକାରୀ ପୋଷାକ ପରିଧାନ କରି ଓ ଅହୋରାତ୍ର ଜଗୁଆଳି ମେଳରେ କାଳଯାପନ କରୁଥିବା ଜନନେତାମାନେ ଦେଶବାସୀଙ୍କୁ ଦିଅନ୍ତି ନିର୍ଭୀକ ହେବାର ମଧୁର ଉପଦେଶ। ଦେଶର ରାଜସ୍ବ ଅପହରଣ କରି ଦେଶବାସୀଙ୍କୁ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବାର ଉପଦେଶ ଏକ ଛଳନାମାତ୍ର। ‘ଦୁଃଖୀ ଅରକ୍ଷିତ ସେବା କାରଣେ – ବଳଦିଅ ମୋର କର ଚରଣେ’ ଭଳି ପ୍ରାର୍ଥନାକୁ ସକାଳ ସଞ୍ଜରେ ଗାଇ ଲୋକଦେଖାଣିଆ ଭକ୍ତିଭାବ ମୂଳରେ ଥାଏ ପରର ସର୍ବସ୍ବ ଅପହରଣ ଅଭୀଲିପ୍ସା। ଦେଶବାସୀ ଏପରିକି ବୁଭୁକ୍ଷୁ ନିରନ୍ନର ଦାନା ଚୋରି କରିବା ପାଇଁ ମନ କେବେ ଆନ୍ଦୋଳିତ କରେ ନାହିଁ।
ଭଣ୍ଡ ସାଧୁ, ଆମତ୍ଘୋଷିତ ମିଥ୍ୟା ବାବା ଓ (ଅ)ପଣ୍ଡିତମାନଙ୍କର ମନ ଭୁଲାଣିଆ ପ୍ରବଚନର ସମ୍ମୋହନରେ ଆକର୍ଷିତ ହୋଇ ନିରୀହ ଜନସାଧାରଣ ପତଙ୍ଗ ପ୍ରଜ୍ୱଳିତ ଅଗ୍ନିଶିଖାକୁ ଲମ୍ଫଦେଲା ପରି ନିଜକୁ ଝାସ ଦେଉଛନ୍ତି। ଗତ କିଛିଦିନତଳେ ଉତ୍ତରପ୍ରଦେଶର ହାଥ୍‌ରସଠାରେ ଭଣ୍ଡସାଧୁ ଭୋଲେବାବାଙ୍କ ପାଦରେଣୁ ପ୍ରାପ୍ତି ଆଶାରେ ଘଟିଥିବା ଦଳାଚକଟାରେ ୧୨୧ଜଣ ମୃତ୍ୟୁବରଣ କଲେ ଓ ଶତାଧିକ ଆହତ ହୋଇ ଚିକିତ୍ସିତ ହେଲେ। ତେବେବି କିଛି ଅକର୍ମଣ୍ୟ ହୋଇ ସାରା ଜୀବନ ହତାଶା ମଧ୍ୟକୁ ଠେଲି ହୋଇଗଲେ। କାହିଁ ସେତେବେଳେ ତ ବାବା ସେମାନଙ୍କ ସାହାଯ୍ୟାର୍ଥେ ଆଗେଇ ଆସିଲେ ନାହିଁ। ଆମେ ସମସ୍ତେ ଭାଗବତରୁ ଜ୍ଞାତ ଅଛୁଯେ ଇନ୍ଦ୍ରଙ୍କ କୋପ କାରଣରୁ ସାତଦିନ ସାତରାତି ନିରବଚ୍ଛିନ୍ନ ବୃଷ୍ଟି ହୋଇ ଗୋପପୁରବାସୀଙ୍କୁ ଦେଲା ଅନବଦ୍ୟ କଷଣ। ସହି ପାରିଲେନି ବାଳୁତ ଶ୍ରୀକୃଷ୍ଣ। ନିଜ ବାମକରରେ ଗିରିଗୋବର୍ଦ୍ଧନକୁ ଧାରଣ କରି ତା’ରି ତଳେ ସମଗ୍ର ଗୋପବାସୀଙ୍କୁ ବଢ଼ାଇଲେ ସୁରକ୍ଷାର ହାତ। ରକ୍ଷା ପାଇଲେ ଗୋପପୁରବାସୀ। ସେ ହେଉଛନ୍ତି ଭଗବାନ। ପ୍ରତାରଣା ଆଜି କିନ୍ତୁ ପ୍ରେରଣା ସ୍ଥାନରେ କେବଳ ପ୍ରତାରଣାର ରାଜୁତି। ଏ ଭଣ୍ଡ, ସାଧୁ ଆମତ୍ଘୋଷିତ ବାବା ତଥା ମିଥ୍ୟା ପ୍ରବଚକମାନଙ୍କ ପ୍ରତି ସାବଧାନ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri