ପ୍ରେରଣା ଓ ପ୍ରତାରଣା

ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ବ୍ୟକ୍ତିର ବ୍ୟକ୍ତିତ୍ୱ ମହନୀୟତାରେ ଉଦ୍‌ଭାସିତ ଥିଲା। ସମ୍ପ୍ରତି ବ୍ୟକ୍ତିର ବ୍ୟକ୍ତିତ୍ୱରେ ଦେଖାଦେଇଛି କାଳବୈଶାଖୀର କଳାବାଦଲ। ସମାଜ ସଂସ୍କାରକ ରୂପେ ପରିଚିତ ବ୍ୟକ୍ତିବିଶେଷଙ୍କ ନୈତିକ ଅଧୋପତନ ସମାଜର ସାଧାରଣ ସ୍ତରକୁ ପ୍ରଭାବିତ କରିଛି। ଗୁରୁ ହରାଇଛି ଗୁରୁତ୍ୱ, ନେତା ଆଜି ନୈତିକତାବିହୀନ ଓ ଯୁବଶକ୍ତି ଉଦ୍‌ଭ୍ରାନ୍ତ ଓ ପଥଭ୍ରଷ୍ଟ। ଅନେକ ଧୂର୍ତ୍ତ ନିଜକୁ ସାଧୁସନ୍ଥର ପରିଚୟ ପ୍ରଦାନକରି ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଶୋଷଣ କରନ୍ତି। ନୀତିବାଣୀ ସମ୍ବଳିତ ପ୍ରବଚନ ମାଧ୍ୟମରେ ସେମାନେ ଲାଭ କରନ୍ତି ଉଚ୍ଚ ଆସନ, କିନ୍ତୁ ବାସ୍ତବତା ଭିନ୍ନ। ଏ ସମ୍ବନ୍ଧରେ ଏକ ଉଦାହରଣ ପ୍ରାସଙ୍ଗିକ ମନେହୁଏ।
ଥିଲେ ଜଣେ ବାଗ୍ମୀ ପଣ୍ଡିତ ଓ ସେ ଯେଉଁଠାରେ ଶାସ୍ତ୍ରୀୟ ପ୍ରବଚନ ଦେଉଥିଲେ ସେଠାରେ ଲୋକାରଣ୍ୟ ହୋଇ ପଡ଼ୁଥିଲା। ଥରେ ଘଟଣାଚକ୍ରରେ ନିଜ ପଡ଼ୋଶୀ ଗ୍ରାମରେ ତାଙ୍କ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସ୍ଥାନଟି ଉତ୍ସବମୁଖର ହୋଇ ଉଠିଥାଏ। ପଣ୍ଡିତଙ୍କ ଧର୍ମପନତ୍ୀ ଭାବିଲେ ଏତେ ଲୋକ ମୋ ସ୍ବାମୀଙ୍କ ପ୍ରବଚନ ଶୁଣି ଧନ୍ୟଧନ୍ୟ କହୁଛନ୍ତି; ଅଥଚ ମୁଁ ଦୀପତଳ ଅନ୍ଧାର ଭଳି ପଡ଼ିରହିଛି। ଗ୍ରାମର କିଛି ମହିଳାଙ୍କ ସହ ବୋହୂକୁ ସାଙ୍ଗରେ ନେଇ ପଣ୍ଡିତଙ୍କ ଅଗୋଚରରେ ପ୍ରବଚନ ଶୁଣୁଥାଆନ୍ତି। ସେଦିନ ପ୍ରବଚନର ପ୍ରଥମ ପ୍ରସଙ୍ଗ ଥିଲା ଆମିଷ ଭକ୍ଷଣର କୁପରିଣାମ ଓ ଦ୍ୱିତୀୟଟି ଥିଲା ବଧୂ ନିର୍ଯାତନାର କରୁଣ ଗାଥା। ଆମିଷ ଭକ୍ଷଣ କିପରି ଉଭୟ ସ୍ବାସ୍ଥ୍ୟ ଓ ଶାସ୍ତ୍ର ବିରୋଧୀ ତାହା ପଣ୍ଡିତେ ପ୍ରାଞ୍ଜଳଭାବେ ବୁଝାଇ ଚାଲିଥିଲେ। ସେହିପରି ବଧୂ ନିର୍ଯାତନା ଉପରେ ପଣ୍ଡିତଙ୍କ ଭାଷଣ ଥିଲା ଏକ ସତର୍କ ବାଣୀ। ବଧୂ ହେଉଛନ୍ତି ଆମର କନ୍ୟା ସଦୃଶ। ତାଙ୍କୁ କନ୍ୟାବତ୍‌ ସ୍ନେହ ପ୍ରଦାନ କରିବା ପ୍ରତ୍ୟେକ ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ। ପ୍ରବଚନ ଶୁଣି ବୋହୂ ଉତ୍‌ଫୁଲ୍ଲିତ, କିନ୍ତୁ ଶାଶୁ ଆତଙ୍କିତ। ବୋହୂ ବହୁମାତ୍ରାରେ ପ୍ରୀତ ଯେ ଆଜିଠାରୁ ତା’ର ନିର୍ଯାତନାର ଅନ୍ତ ଘଟିବ ଓ ଶ୍ୱଶୁର ଆଉ ଯୌତୁକ କଥା ନ ଉଠାଇ ତାଙ୍କ ଉପରେ ସ୍ନେହ ଅଜାଡ଼ିଦେବେ। ଶାଶୁଙ୍କର ଆତଙ୍କର କାରଣ ଥିଲା ପଣ୍ଡିତେ ଆଉ ଆଜିଠାରୁ ଆମିଷ ଭକ୍ଷଣ କରିବେ ନାହିଁ। ଯଦି ଏକଥା ସତ, ତେବେ ଆଜି ଏକ ବଡ଼ ରୋହିମାଛ ଆଣି ତାକୁ ଯନତ୍ର ସହ ରନ୍ଧନ କରିବା ପାଇଁ ବରାଦ କରିବା ମୂଳରେ କି ଅଭିସନ୍ଧି ଅଛି। ପ୍ରବଚନ ଅଧାରୁ ଶାଶୁ ବୋହୂ ଘରକୁ ଆସି ପ୍ରସ୍ତୁତ ହୋଇଥିବା ଆମିଷ ବ୍ୟଞ୍ଜନକୁ ବାଡ଼ିରେ ଗାତଖୋଳି ପୋତିଦେଲେ। ଶାଶୁ ବୋହୂ ଦୁହେଁ ସ୍ନାନ ଶୌଚ ହୋଇ ହବିଷ୍ୟାନ୍ନ ପ୍ରସ୍ତୁତିରେ ଲାଗିଗଲେ। ପଣ୍ଡିତେ ମଧ୍ୟରାତ୍ରରେ ପ୍ରବଚନରୁ ଫେରି ଖାଇବାକୁ ବସିଲେ। ହବିଷ୍ୟାନ୍ନ ଦେଖି ପଣ୍ଡିତେ ନିଆଁବାଣ। ଆରେ ଏଗୁଡ଼ାକ କ’ଣ? ୟାକୁ କ’ଣ ମଣିଷ ଖାଆନ୍ତି? ମାଛ ତରକାରି କାହିଁ? ଧର୍ମପତ୍ନୀ କହିଲେ- ତୁମର ଯଦି ଆଜିଠାରୁ ଆମିଷ ଖାଇବାର ନାହିଁ, ତେବେ ମୋତେ ଏତେ କଷ୍ଟ କ’ଣ ପାଇଁ ଦେଉଥିଲ? ବୋହୂ ବାହାରିପଡ଼ି କହିଲେ, ବାପା! ଆପଣଙ୍କ ପ୍ରବଚନରେ ମୁଁ ଭାରିଖୁସି। ଆପଣ ଯେ ଏଣିକି ମୋତେ ଝିଅଭଳି ଦେଖିବେ, ଏହାଠାରୁ ବଳି ସୁଖକର କଥା ମୋ ପାଇଁ କ’ଣ ହୋଇପାରେ! ଆମେ ଦୁହେଁ ଅତି ଯନତ୍ରେ ଏ ହବିଷ୍ୟାନ୍ନ ପ୍ରସ୍ତୁତ କରିଛୁ। ପଣ୍ଡିତଙ୍କୁ ଆଉ ବୁଝିବାକୁ ବାକି ରହିଲାନାହିଁ ଯେ ଶାଶୁ ବୋହୂ ଦୁହିଁଙ୍କ ପ୍ରବଚନ ଶ୍ରବଣର ପ୍ରଭାବ ସିଧା ତାଙ୍କ ଭାତଥାଳି ଓ ବ୍ୟକ୍ତିତ୍ୱ ଉପରେ ପଡ଼ିଛି। କ୍ରୋଧରେ ପଣ୍ଡିତେ କହିଲେ, ଆରେ ନିର୍ବୋଧ! ଏଇ ସାମାନ୍ୟ କଥାଟା ତୁମେ ବୁଝିପାରିଲ ନାହିଁ କିପରି? ଆମେ ପଣ୍ଡିତମାନେ ଯାହା କହୁ ତାହା କେବଳ ପର ପାଇଁ ଉଦ୍ଦିଷ୍ଟ। ସେମାନେ ଏତେ ଖର୍ଚ୍ଚ କରି ଯେତେବେଳେ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି, ତାଙ୍କ ମନ ବୁଝିଲା ପରି ଦୁଇପଦ କଥା ନ କହିଲେ କେମିତି ଚଳିବ? ଆମ ପଣ୍ଡିତମାନଙ୍କର କିଛି ଦୋଷଥିଲେ ମଧ୍ୟ ଆମ ଗୁଣ ଆଢ଼ୁଆଳରେ ତାହା ଲୁଚିଯାଏ।
ଉପରୋକ୍ତ ଗଳ୍ପଟିର ଅବତାରଣାର ବିଶେଷତ୍ୱ ଏହି ଯେ, ଆମେ ପ୍ରତ୍ୟହ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଚରିତ୍ରଧାରୀ ବ୍ୟକ୍ତିମାନଙ୍କୁ ଦେଖୁ। ଅତ୍ୟନ୍ତ ସରଳ, ସାବଲୀଳ ଓ ହୃଦୟସ୍ପର୍ଶୀ ବଚନର ଅନ୍ତରାଳେ ଏକ ଜଘନ୍ୟ ପ୍ରବୃତ୍ତି ଲୁଚିରହିଥାଏ। ନିଜେ ଆମତ୍ରକ୍ଷାକାରୀ ପୋଷାକ ପରିଧାନ କରି ଓ ଅହୋରାତ୍ର ଜଗୁଆଳି ମେଳରେ କାଳଯାପନ କରୁଥିବା ଜନନେତାମାନେ ଦେଶବାସୀଙ୍କୁ ଦିଅନ୍ତି ନିର୍ଭୀକ ହେବାର ମଧୁର ଉପଦେଶ। ଦେଶର ରାଜସ୍ବ ଅପହରଣ କରି ଦେଶବାସୀଙ୍କୁ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବାର ଉପଦେଶ ଏକ ଛଳନାମାତ୍ର। ‘ଦୁଃଖୀ ଅରକ୍ଷିତ ସେବା କାରଣେ – ବଳଦିଅ ମୋର କର ଚରଣେ’ ଭଳି ପ୍ରାର୍ଥନାକୁ ସକାଳ ସଞ୍ଜରେ ଗାଇ ଲୋକଦେଖାଣିଆ ଭକ୍ତିଭାବ ମୂଳରେ ଥାଏ ପରର ସର୍ବସ୍ବ ଅପହରଣ ଅଭୀଲିପ୍ସା। ଦେଶବାସୀ ଏପରିକି ବୁଭୁକ୍ଷୁ ନିରନ୍ନର ଦାନା ଚୋରି କରିବା ପାଇଁ ମନ କେବେ ଆନ୍ଦୋଳିତ କରେ ନାହିଁ।
ଭଣ୍ଡ ସାଧୁ, ଆମତ୍ଘୋଷିତ ମିଥ୍ୟା ବାବା ଓ (ଅ)ପଣ୍ଡିତମାନଙ୍କର ମନ ଭୁଲାଣିଆ ପ୍ରବଚନର ସମ୍ମୋହନରେ ଆକର୍ଷିତ ହୋଇ ନିରୀହ ଜନସାଧାରଣ ପତଙ୍ଗ ପ୍ରଜ୍ୱଳିତ ଅଗ୍ନିଶିଖାକୁ ଲମ୍ଫଦେଲା ପରି ନିଜକୁ ଝାସ ଦେଉଛନ୍ତି। ଗତ କିଛିଦିନତଳେ ଉତ୍ତରପ୍ରଦେଶର ହାଥ୍‌ରସଠାରେ ଭଣ୍ଡସାଧୁ ଭୋଲେବାବାଙ୍କ ପାଦରେଣୁ ପ୍ରାପ୍ତି ଆଶାରେ ଘଟିଥିବା ଦଳାଚକଟାରେ ୧୨୧ଜଣ ମୃତ୍ୟୁବରଣ କଲେ ଓ ଶତାଧିକ ଆହତ ହୋଇ ଚିକିତ୍ସିତ ହେଲେ। ତେବେବି କିଛି ଅକର୍ମଣ୍ୟ ହୋଇ ସାରା ଜୀବନ ହତାଶା ମଧ୍ୟକୁ ଠେଲି ହୋଇଗଲେ। କାହିଁ ସେତେବେଳେ ତ ବାବା ସେମାନଙ୍କ ସାହାଯ୍ୟାର୍ଥେ ଆଗେଇ ଆସିଲେ ନାହିଁ। ଆମେ ସମସ୍ତେ ଭାଗବତରୁ ଜ୍ଞାତ ଅଛୁଯେ ଇନ୍ଦ୍ରଙ୍କ କୋପ କାରଣରୁ ସାତଦିନ ସାତରାତି ନିରବଚ୍ଛିନ୍ନ ବୃଷ୍ଟି ହୋଇ ଗୋପପୁରବାସୀଙ୍କୁ ଦେଲା ଅନବଦ୍ୟ କଷଣ। ସହି ପାରିଲେନି ବାଳୁତ ଶ୍ରୀକୃଷ୍ଣ। ନିଜ ବାମକରରେ ଗିରିଗୋବର୍ଦ୍ଧନକୁ ଧାରଣ କରି ତା’ରି ତଳେ ସମଗ୍ର ଗୋପବାସୀଙ୍କୁ ବଢ଼ାଇଲେ ସୁରକ୍ଷାର ହାତ। ରକ୍ଷା ପାଇଲେ ଗୋପପୁରବାସୀ। ସେ ହେଉଛନ୍ତି ଭଗବାନ। ପ୍ରତାରଣା ଆଜି କିନ୍ତୁ ପ୍ରେରଣା ସ୍ଥାନରେ କେବଳ ପ୍ରତାରଣାର ରାଜୁତି। ଏ ଭଣ୍ଡ, ସାଧୁ ଆମତ୍ଘୋଷିତ ବାବା ତଥା ମିଥ୍ୟା ପ୍ରବଚକମାନଙ୍କ ପ୍ରତି ସାବଧାନ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri