ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଭାଜପାର କର୍ମକର୍ତ୍ତାଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଏମପିଙ୍କ ସଂସଦୀୟ କ୍ଷେତ୍ରର ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ,ଦଳର ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝି, ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ସ୍ବତନ୍ତ୍ର ଉନ୍ନୟନ ପରିଷଦ(କନ୍ଧମାଳ)ର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ବୁଥ ଓ ଶକ୍ତି କେନ୍ଦ୍ର ଗୁଡିକରେ ନିୟମିତ ବୈଠକ କରି ଗାଁ ଗାଁରେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନା ସମର୍କରେ ଆଲୋଚନା କରାଯିବା ସହ କୌଣସି ହିତାଧିକାରୀ ଯେମିତି ସରକାରଙ୍କ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଭାଜପାର କର୍ମକର୍ତ୍ତା ବ୍ୟାପକ ସଚେତନ କରୁଛନ୍ତି। ଉକ୍ତ ବ୍ଲକ ପର୍ତ୍ତମାହା ଶକ୍ତି କେନ୍ଦ୍ର ପରିସରରେ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଜିଲା ସମ୍ପାଦକ ହରେନ କୁମାର ସାହୁ, ପୂର୍ବତନ ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ମୀନକେତନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଏହି ବୈଠକରେ ସଚେତନ କରାଇଥିଲେ।

 

Dharitri – Odisha’s No.1 Odia Daily