ମା’ପରି କିଏ ହେବ

ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ। ମାଆ ସବୁ ବେଳେ ସବୁ କ୍ଷେତ୍ରରେ ପିଲାଙ୍କ ସଫଳତା କାମନା କରିଥାଏ। ରବିବାର ବିଶ୍ୱ ମାତୃ ଦିବସ । ଏହି ଅବସରରେ ଆମେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା କେତେକ ସଫଳ ବ୍ୟକ୍ତିତ୍ୱଙ୍କୁ ଭେଟିଥିଲୁ। ସେମାନେ ନିଜ ମାଆଙ୍କ ପ୍ରେରଣାରେ ସାଉଁଟିଥିବା ସଫଳତାର ଅନୁଭୂତିରୁ କିଛି….

ବୋଉଙ୍କୁ ଝୁରୁଛି ସେବା ସମାଜବୋଉଙ୍କୁ ଝୁରୁଛି ସେବା ସମାଜ

ଗୁଣପୁର,(ଡି.ଏନ୍‌.ଏ.):  ପଦ୍ମଶ୍ରୀ ଶାନ୍ତି ଦେବୀ ରାୟଗଡ଼ା ଜିଲାର ଗୁଣପୁରଠାରେ ସେବା ସମାଜ ନାମରେ ଏକ ଅନୁଷ୍ଠାନ କରିଥିଲେ। ଅନେକ ଗରିବ ଓ ଅସହାୟ ଝିଅଙ୍କୁ ଆଣି ପାଖରେ ରଖି ସେମାନଙ୍କୁ ନିଜ ସନ୍ତାନ ରୂପେ ପାଳିଥିଲେ। ତେଣୁ ସେବା ସମାଜରେ ସେ ବୋଉ ରୂପେ ପରିଚିତ ଥିଲେ। ବୋଉଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅନୁଷ୍ଠାନରେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ତଙ୍କର ଆବର୍ତ୍ତମାନରେ ସେବା ସମାଜର ଝିଅମାନେ ବୋଉଙ୍କୁ ଝୁରୁଛନ୍ତି। ସେବା ସମାଜର ସମସ୍ତ ଅନ୍ତେବାସୀ ଖୁସିରେ ଏହି ଦିବସକୁ ଖୁସିରେ ପାଳିଥାନ୍ତି। ଚଳିତ ବର୍ଷ ସମସ୍ତେ ଅଛୁ ହେଲେ ଯେଉଁ ପ୍ରିୟ ବୋଉଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳୁଥିଲୁ ସେ ନାହାନ୍ତି ବୋଲି ଏଠାରେ ରହୁଥିବା ଝିଅମାନେ କହିଛନ୍ତି। ବିଦୁସ୍ମିତା ଶବର, ସୁଭଦ୍ରା ଶବର, ଏସନି ଶବର, ଲିଲି ହିମିରିକା, ନାଗିନ ଶବର ପ୍ରମୁଖ ପ୍ରତ୍ୟେକ ବର୍ଷ ମାତୃ ଦିବସରେ କବିତା ଲେଖି ବୋଉଙ୍କ ଉଦ୍ଦେଶ୍ୟରେ ଗାଇଥାନ୍ତି। ବୋଉ ମଧ୍ୟ ଖୁସିରେ ହସିଦିଅନ୍ତି। ସେ ହସ ଆମ ପାଇଁ ଅମୂଲ୍ୟ। ଆଜି ବି ସେ ଆମମାନଙ୍କ ମଧ୍ୟରେ ଜୀବିତ ବୋଲି ଝିଅମାନେ କହିଛନ୍ତି।

ମା’ଙ୍କ ପରିଶ୍ରମ, ପ୍ରେରଣା ପାଇଁ ମିଳିଛି ସଫଳତା

ମାଲକାନଗିରି, (ଡି.ଏନ୍‌.ଏ.): ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରୁ ବାହାରି ଜାତୀୟସ୍ତରରେ ଖେଳି ଓଡ଼ିଶା ପାଇଁ ଅନେକ ପଦକ ହାତେଇଛନ୍ତି ସବିତା କଚିମ। ସବୁ ସଫଳତାର ଶ୍ରେୟ ସେ ତାଙ୍କ ମା’ଙ୍କୁ ଦିଅନ୍ତି। ପିଲାଟି ବେଳୁ ବାପା ନାହାନ୍ତି। ମା’ ହୀରାମଣିଙ୍କ ପରିଶ୍ରମ ଓ ପ୍ରେରଣା ଯୋଗୁ ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢୁଛି ବୋଲି ସବିତା କହିଛନ୍ତି।
ବିବାହର କିଛି ବର୍ଷ ପରେ ସବବିତାଙ୍କ ବାପା ଆରପାରିକୁ ଚାଲିଗଲେ। କୋଳରେ ଛାଡିଗଲେ ଦେଢ଼ ବର୍ଷର ସବିତା। ଏତେ ଛୋଟବେଳରୁ ବାପା ନ ଥିଲେ ମଧ୍ୟ ମା’ ହୀରାମଣି କେଉଁଥିରେ ମଧ୍ୟ ଊଣା ରଖିନାହାନ୍ତି। ପିଲାଟିବେଳୁ ସବିତାଙ୍କର ଖେଳପ୍ରତି ରୁଚି ଦେଖି ମା’ ହୀରାମଣି ତାଙ୍କୁ କ୍ରୀଡ଼ା ହଷ୍ଟେଲରେ ଭର୍ତ୍ତି କରିଥିଲେ। ଝିଅଙ୍କ ପାଠପଢ଼ା ଓ ଖେଳ ପାଇଁ ହୀରାମଣି ପର ଘରେ କାମ କରୁଥିଲେ। ସମୟ ସହ ସବିତା ଓ ତାଙ୍କ ସ୍ବପ୍ନ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଲା। ମା’ ହୀରାମଣି ମଧ୍ୟ ସବିତାଙ୍କ ସ୍ବପ୍ନ ପୁରା କରିବାରେ କୌଣସି ହେଳା କରିନାହନ୍ତି। ଅଧିକରୁ ଅଧିକ କାମ କରି ସେ ଝିଅ ସବିତାଙ୍କୁ ଖେଳିବାକୁ ପଠାଇଛନ୍ତି। ସବିତା ଜିଲା କ୍ରୀଡା ହଷ୍ଟେଲରେ ରହି ପ୍ରଶିକ୍ଷଣ ନେବା ପରେ ଜିଲା ଭଲିବଲ ଦଳରେ ସ୍ଥାନ ପାଇଥିଲେ। ଜିଲାସ୍ତରରେ ସଫଳତା ହାସଲ କରିବା ପରେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳଥିଲା। ସେ ୧୪ ବର୍ଷରୁ କମ ଓ ୧୯ ବର୍ଷରୁ କମ ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେଇ ସଫଳ ମଧ୍ୟ ହୋଇଛନ୍ତି। ଜାତୀୟସ୍ତରରେ ଓଡ଼ିଶା ପାଇଁ ଖେଳିଛନ୍ତି। ସେ ଭଲିବଲ ସହ ଜାତୀୟସ୍ତର କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।

 

ପୋଲିସ ହେବାରେ ମା’ ପ୍ରେରଣା

ବିଷମକଟକ, (ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଞ୍ଚଳରେ ରହିଥିବା ଛୋଟିଆ ଗାଁ କଲାଣ୍ଡରେ ମୋର ଜନ୍ମ। ଛୋଟବେଳୁ ହିଁ ମୋତେ ପୋଲିସ ଅଫିସର କରିବାକୁ ମା’ ସ୍ବପ୍ନ ଦେଖିଥିଲେ। ସମାଜରୁ ଅପରାଧକୁ ମୂଳପୋଛ କରିବା ଦିଗରେ ସେ ମୋତେ ସବୁବେଳେ ପ୍ରେରିତ କରୁଥିଲେ। ଏହା ହିଁ ତାଙ୍କୁ ଜଣେ ପୋଲିସ ଅଫିସର ହେବା ପାଇଁ ଉତ୍ସାହିତ କରିଥିଲା। ଓଡ଼ିଶା ପୋଲିସରେ ଯୋଗ ଦେବାପରେ ୨୦୧୬ ରେ ପ୍ରଥମେ ରାଉରକେଲା ଏସ୍‌ଡିପିଓ ଦାୟିତ୍ୱରେ ଥିଲି। ପରେ ରାୟଗଡ଼ା ଜିଲାକୁ ବଦଳି ହୋଇଥିଲା। ୨୦୨୦ ରେ ବିଷମକଟକ ଏସ୍‌ଡିପିଓ ରୂପେ ଯୋଗ ଦେଇଥିଲି। ଅଧୀନରେ ଥିବା ୪ଟି ଥାନା ଦାୟିତ୍ୱ ନିଷ୍ଠାପର ଭାବେ ତୁଲାଇଥିବାରୁ ନିକଟରେ ଡିଜିପି ଡିସ୍କ ଆଓ୍ବାର୍ଡ ପାଇଛି। ଏହି ପୁରସ୍କାର ପଛରେ ମଧ୍ୟ ମା’ଙ୍କ ପ୍ରେରଣା ରହିଛି। ତେଣୁ ଆଓ୍ବାର୍ଡ ପାଇବା ପରେ ପ୍ରଥମେ ମା’ଙ୍କ ଆଶୀର୍ବାଦ ନେଇଥିଲି। ମୋ ମା’ କୁହନ୍ତି, ଯଦି ସମାଜରେ ସବୁ ପୁଅ ଅପରାଧରୁ ଦୂରେଇଯିବେ ତାହା ହିଁ ସେମାନଙ୍କ ମା’ଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ।

 

ଖେଳିବା ପାଇଁ ଉତ୍ସାହିତ କରିଥିଲେ ମା’
ଉମରକୋଟ, (ସ୍ବ.ପ୍ର.): ଛୋଟ ବୟସରୁ ଖେଳପ୍ରତି ବହୁତ ଆଗ୍ରହ ଥିଲା। ମୁଁ ପ୍ରଥମେ ଆତ୍ମରକ୍ଷା କୌଶଳ ତାଲିମ ନେଉଥିଲି। ଉମରକୋଟରେ ଖେଳିବା ପାଇଁ ଏତେଟା ସୁବିଧା ନ ଥିବାରୁ ଅନ୍ୟ ଜିଲାକୁ ଯାଇ ତାଲିମ ନେଲି। ମୋ ମା ସବିତା କବିରାଜ ଏଥିରେ ବହୁତ ସହଯୋଗ କରି ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଛନ୍ତି। ଅନେକଙ୍କ ଘରେ ଝିଅମାନଙ୍କୁ ବାହାରକୁ ପ୍ରାୟ ଛାଡ଼ନ୍ତି ନାହିଁ, କିନ୍ତୁ ମୋ ମା ମୋତେ ଭଲ ଖେଳିବା ପାଇଁ ସାହସ ଦେଇଥିଲେ। ମା’ଙ୍କ ଆଶୀର୍ବାଦରୁ ହିଁ ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri