ଝିଅକୁ ସାଙ୍ଗରେ ଆଣିବାକୁ ଯାଇ ମା’ ହଟହଟା

ନୀଳଗିରି, ୧୯।୮(ସ୍ବ.ପ୍ର):ସ୍ବାମୀଙ୍କ ପାଖରେ ରହୁଥିବା ବଡ଼ଝିଅକୁ ସାଙ୍ଗରେ ଆଣିବାକୁ ଉଦ୍ୟମ କରି ଜଣେ ମହିଳା, ତାଙ୍କ ବାପା, ଭଉଣୀ ଓ ଭାଇଙ୍କୁ ହଟହଟା ହେବାକୁ ପଡ଼ିଛି। ଝିଅକୁ ସାଙ୍ଗରେ ନେଇ ଯାଉଥିବା ସମ୍ପର୍କରେ ପରିବାର ଏବଂ ସମ୍ପର୍କୀୟ ଲୋକେ ଜାଣିପାରି ସେମାନଙ୍କୁ ଅଟକାଇବା ସହ ମାରପିଟ କରିଥିଲେ। ପରେ ନୀଳଗିରି ଥାନାରେ ଉଭୟପକ୍ଷ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପରେ ମହିଳା ଜଣକ ଖାଲି ହାତରେ ଫେରିଥିଲେ। ୧୦ବର୍ଷ ପୂର୍ବେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳର ଭାଗବତ ରାଉତ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ସୁସଙ୍ଗୀତା ମଙ୍ଗରାଜଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ମାତ୍ର ୩ରୁ ୪ବର୍ଷ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ସୁସମ୍ପର୍କ ରହିଥିଲା। ସେମାନଙ୍କ ଦୁଇଟି କନ୍ୟା ଜନ୍ମ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ସୁସଙ୍ଗୀତା ସାନ ଝିଅ ସହ ବାପ ଘର ଖଣ୍ଡଗିରିରେ ରହୁଥିଲେ। ଭାଗବତଙ୍କ ପାଖରେ ବଡ଼ଝିଅ ରହୁଥିବାବେଳେ ସେ ଏବେ ୭ମ ଶ୍ରେଣୀରେ ପଢୁଛନ୍ତି। ହେଲେ ମା’ ସୁସଙ୍ଗୀତା ବଡ଼ ଝିଅକୁ କିପରି ନିଜ ପାଖକୁ ଆଣିବେ ସେନେଇ ଶ୍ୱଶୁର ଘର ନିକଟ ଜଣେ ମଧ୍ୟସ୍ଥଙ୍କ ଯୋଗାଯୋଗରେ ରହୁଥିଲେ। ଗୁରୁବାର ଜନ୍ମାଷ୍ଟମୀ ଥିବାରୁ ସ୍କୁଲ ଛୁଟି ଥିଲା। ବଡ଼ ଝିଅ ସାଇକେଲ ଯୋଗେ ଟ୍ୟୁଶନ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ସୁସଙ୍ଗୀତା ସମ୍ପର୍କୀୟଙ୍କ ସହ ଏକ କାର୍‌ ଯୋଗେ ମିତ୍ରପୁରରେ ପହଞ୍ଚତ୍ଥିଲେ। ମଧ୍ୟସ୍ଥ ଜଣକ ଝିଅକୁ ଆଣି ସୁସଙ୍ଗୀତାଙ୍କୁ ଦେଇଥିଲେ। ଝିଅକୁ ସାଙ୍ଗରେ ନେଇଯାଉଥିବା ସ୍ବାମୀ ଭାଗବତ ଜାଣିବାକୁ ପାଇ ତୁରନ୍ତ ବନ୍ଧୁବାନ୍ଧବଙ୍କୁ ଧରି କଣ୍ଟାବଣିଆଠାରେ କାର୍‌ ଅଟକାଇ ଝିଅକୁ ଉଦ୍ଧାର କରିଥିଲେ। ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା। ଉପସ୍ଥିତ ଲୋକେ ସୁସଙ୍ଗୀତା, ତାଙ୍କ ବାପା ସୁବାସ ଚନ୍ଦ୍ର ଓ ଭଉଣୀ ଭାଇଙ୍କୁ ମାରପିଟ୍‌ କରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri