Categories: ଜାତୀୟ

୬ ପିଲାଙ୍କୁ କୂଅରେ ପିଙ୍ଗିଦେଲେ ମା’

ମୁମ୍ବାଇ, ୧ା୬: ମହାରାଷ୍ଟ୍ରର ରାଇଗଡ ଜିଲାରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ୬ ପିଲାଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଛନ୍ତି। ସେମାନଙ୍କ ବୟସ ୧୮ ମାସରୁ ୧୦ ବର୍ଷ ମଧ୍ୟରେ। ମହିଳା ଜଣକ ପିଲାଙ୍କ ସହ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ହେଁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ ସହ ସମ୍ପୃକ୍ତା ମହିଳାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ରୁନା ଚିଖୁରି ସାହାଣୀ(୩୦) ଉତ୍ତରପ୍ରଦେଶରୁ କାମ ପାଇଁ ମୁମ୍ବାଇ ଆସି ଖରାଭଲି ଗ୍ରାମରେ ରହୁଥିଲେ। ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେବା ସହ ନିଶାସକ୍ତ ଅବସ୍ଥାରେ ସ୍ବାମୀ ଅଧିକାଂଶ ସମୟରେ ମାର୍‌ଧର କରୁଥିଲେ। ମାନସିକ ଭାରସାମ୍ୟ ହରାଇ ରୁନା ସୋମବାର ୫ ଝିଅ ଏବଂ ଗୋଟିଏ ପୁଅକୁ କୂଅରେ ଫିଙ୍ଗି ଦେଇଥିଲେ। ଏଥିସହ ନିଜେ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ଗ୍ରାମବାସୀ ରୁନାଙ୍କୁ କୂଅରୁ ଉଦ୍ଧାର କରିଥିଲେ ହେଁ ତାଙ୍କ ସମସ୍ତ ପିଲାଙ୍କ ମୃତ୍ୟୁ ଘଟିଛି।

Share