Posted inଅପରାଧ

୧୨ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଲା ମା; କାହିଁକି ଜାଣନ୍ତୁ

ଭୋପାଳ, ୪।୧୦: ମଧ୍ୟପ୍ରଦେଶର ପନ୍ନା ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲାର ସଲେହା ଥାନା ଅନ୍ତର୍ଗତ ଛିଜୋରା ଗ୍ରାମରେ ଜଣେ ମହିଳା ପୁଅ ଆଶାରେ ନିଜର ୧୨ ଦିନର ନବଜାତ ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ହତ୍ୟା କରିଛି। ଚକିତ କଲା ଭଳି ଏହି ଘଟଣାଟି ଗତ ସେପ୍ଟେମ୍ବର ୨୯ରେ ଘଟିଥିଲା। ମହିଳାଙ୍କ ସ୍ବାମୀ ତାଙ୍କ ୧୨ ଦିନର ଝିଅ ନିଖୋଜ ହେବା ନେଇ ଥାନାରେ ମାମଲା ରୁଜୁ କରିଥିଲେ। ଏହି ସମୟ ମଧ୍ୟରେ ମହିଳାଜଣଙ୍କ ପୋଲିସ ଓ ପରିବାର ଲୋକଙ୍କୁ ବିଭ୍ରାନ୍ତି କରିବାରେ ଲାଗିଥିଲେ। ତେବେ ଶେଷରେ ଏହି ନିର୍ଦ୍ଦୟ ମା’ ନିଜ ଦୋଷ ସ୍ବୀକାର କରିଥିଲେ। ପୋଲିସ ଶନିବାର ଏହି ମହିଳାଙ୍କୁ ଗିରଫ କରିଛି।
ସ୍ବାମୀ ଦିନେଶ କହିଛନ୍ତି ଯେ, ୨୯ ସେପ୍ଟେମ୍ବର ରାତିରେ ସ୍ତ୍ରୀ ସୁମନ ଓ ୧୨ ଦିନର କନ୍ୟା ସହ ସେ ଏକାଠି ଶୋଇଥିଲେ। ଭୋର ୪ଟା ସମୟରେ ସ୍ତ୍ରୀ ଉଠାଇ ତାଙ୍କୁ କହିଥିଲେ ନିତ୍ୟକର୍ମ ସାରି ଫେରିବା ପରେ ଖଟରେ କନ୍ୟା ନ ଥିବାର ଜାଣିବାକୁ ପାଇଥିଲେ। ପରଦିନ ସ୍ଥାନୀୟ ପୋଲିସରେ ସେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଖୋଜାଖୋଜି କରାଯିବା ପରେ ନିକଟସ୍ଥ ନଦୀରେ ଶିଶୁ କନ୍ୟାର ଶବ ଭାସୁଥିବାର ଦେଖିବାକୁ ମିଳିଥିଲା।
ପକ୍ଷରୁ ଯେତେବେଳେ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା ଅଭିଯୁକ୍ତା ସୁମନ କହିଥିଲେ ସେ ଝିଅ ଜନ୍ମ ହେବାକୁ ନେଇ ଖୁସି ନ ଥିଲେ। ସେ ପୁତ୍ର ସନ୍ତାନ ଚାହୁଁଥିଲେ। ଏହାପରେ ଘଟଣା ଦିନ ରାତିରେ ସେ ଝିଅକୁ ନେଇ ନଦୀରେ ଫିଙ୍ଗି ଦେଇ ପରିବାର ଲୋକଙ୍କୁ ବିଭ୍ରାନ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଡିସିପି, କହିଲେ…

କଟକ,୮।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ଖିଲାରୀ ରିଷିକେଶ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିସିପି କହିଛନ୍ତି, ଚନ୍ଦ୍ରିକା ବ୍ରିଜ ନିକଟକୁ…

Indian Embassy Advisory: ମିଶାଇଲ ମାଡ଼ ପରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ତେହରାନ/ନୂଆଦିଲ୍ଲୀ,୮।୬: ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏହାର ଯାତ୍ରା ପରାମର୍ଶକୁ ପୁନର୍ବାର ଦୋହରାଇଛି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି,…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

କଳିଯୁଗର ସାବିତ୍ରୀ: ବ୍ରେନ୍ ଷ୍ଟ୍ରୋକ୍ ସ୍ୱାମୀଙ୍କୁ ପିଠିରେ ବୋହି ମେଡିକାଲ୍ ଆଣିଲେ ପତ୍ନୀ, ଭାଇରାଲ୍ ହେଉଛି କରୁଣ ଚିତ୍ର

ମୁମ୍ବାଇ,୮ା୬: ମହାରାଷ୍ଟ୍ରର ଆକୋଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ନେଇଥିଲେ । ସ୍ୱାମୀଙ୍କୁ ବ୍ରେନ୍…

ଓପିଏସସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିଲେ ପରୀକ୍ଷାର୍ଥୀ; ପ୍ୟାଣ୍ଟରେ ଫୋନ, କାନରେ ଇୟରବଡ ଲଗାଇ…

କଟକ,୮ା୬(ପ୍ରଭୁ କଲ୍ୟାଣ ପାଲ୍): ଓପିଏସସି ପରୀକ୍ଷାରେ କପି କରିବାର ନିଆରା ଅନ୍ଦାଜ ।ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ । ଫିଲ୍ମ ଷ୍ଟାଇଲ୍‌ରେ କପି…

ଆଗକୁ ପଞ୍ଚାୟତ ନିର୍ବାଚନ: ଏବେଠୁ ଅଣ୍ଟାଭିଡ଼ିଲାଣି ଭାଜପା ଯୁବମୋର୍ଚ୍ଚା

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ସୋମବାର ସରାପଶି ଲକ୍ଷ୍ମୀ ମଣ୍ଡପ ପରିସରରେ ଭାଜପା ପାଟଣା ମଣ୍ଡଳ ଯୁବମୋର୍ଚ୍ଚାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବୃଦ୍ଧ ମୃତ, ୩ ଗୁରୁତର

ଆଳି, ୮।୬ (ବନମାଳୀ ସେନାପତି): କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ନିଆଳ ହାଟ ଛକ ନିକଟରେ ରବିବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ…

କନ୍‌ଷ୍ଟେବଲ ପୋଡ଼ିହେବା ଘଟଣାର ନୂଆଁମୋଡ଼

ବ୍ରହ୍ମପୁର,୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ସୁନ୍ଦରନଗର ପୋଲିସ କଲୋନିରେ କନ୍‌ଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ହେବା ଘଟଣାରେ ତାଙ୍କ କନ୍‌ଷ୍ଟେବଲ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri