Advertisement

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମା’-ପୁଅଙ୍କ ଜୀବନ

ବାହାନଗା,୧୨ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥର ଓଳିଆପାଟଣା ପୋଲ ନିକଟରେ ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କର ମୃତ୍ୟୁ ଘଟିଛି।
ସୋର ଥାନା ଅଧୀନସ୍ଥ ଖୁଣ୍ଟା ଗ୍ରାମର ବୁଦ୍ଧିରାମ ସେନାପତିଙ୍କ ସ୍ତ୍ରୀ ଶୁକ ସେନାପତି, ତାଙ୍କ ୩ ବର୍ଷର ପୁଅ ଏବଂ ସମ୍ପର୍କୀୟ ପୁତୁରା ଭଗବାନ ସେନାପତିଙ୍କ ସହିତ (ଓଡି ୦୧ ଏଜେ ୨୨୦୮) ନମ୍ବର ବିଶିଷ୍ଟ ସ୍କୁଟିରେ ବାଲେଶ୍ୱର ଯାଉଥିଲେ। ତେବେ ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ପୋଲ ନିକଟରେ ସ୍କୁଟିକୁ ପଛପଟୁ ଏକ ମାଲ୍‌ ବୋଝେଇ (ଆରଜେ ୧୪ ଜିଏଲ ୫୯୫୦) ନମ୍ବର ଟ୍ରକ ଧକ୍କା ଦେଇଥିଲା। ଫଳରେ ପଛରେ ବସିଥିବା ମା’ ପୁଅ ରାସ୍ତାର ଡାହାଣ ପାଖକୁ ଛିଟିକି ପଡ଼ିବା ସହିତ ମୋଟରସାଇକେଲ ଚଳାଉଥିବା ସମ୍ପର୍କୀୟ ପୁତୁରା ଭଗବାନ ରାସ୍ତାର ବାମପଟକୁ ଛିଟିକି ପଡ଼ିଥିଲେ। ଯାହାକି ପଛପଟେ ଧକ୍କା ଦେଇଥିବା ଟ୍ରକର ଆଗରେ ମା’-ପୁଅ ପିଟି ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହୋଇଥିବା ପୁତୁରାଙ୍କୁ ଚିକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମୃତ ମା’-ପୁଅଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ...

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ...

ନିର୍ମାଣ ସରିନି, ରାସ୍ତା ଖାଲଖମାରେ ଭର୍ତ୍ତି

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ଧାମନଗର ବ୍ଲକର ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ପାଳସାହି ଛକଠାରୁ ରଇପୁର ପଞ୍ଚାୟତର କଣ୍ଟିକା ବାଙ୍କସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି।...

ବ୍ୟାଙ୍କ ଡକାୟତି ଘଟଣା, ୪ ଗିରଫ

କଟକ ଅଫିସ,୧୩।୧୧: ବ୍ୟାଙ୍କ ଡକାୟତି ଘଟଣାରେ ଜଗତ୍‌ପୁର ପୋଲିସ ଏକ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗର ୪ ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଟାଙ୍ଗୀ...

ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଶା ସେବନ ଭିଡିଓ ଭାଇରାଲ

ବ୍ରହ୍ମପୁର ଅଫିସ,୨୮।୯: ସରକାର ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଅନେକ ବିଭାଗ ଖୋଲିଛନ୍ତି। ହେଲେ ହସ୍ପିଟାଲ ଭିତରେ ଥିବା ନିଜ କାର୍ଯ୍ୟାଳୟରେ...

ସର୍ଚ୍ଚ ଅପରେଶନ ବେଳେ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୩ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ତାଙ୍କ ନାମ ମୁକେଶ ଓରଫ...

ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ରୋଷେଇ କର୍ମଚାରୀ

ବାରିପଦା ଅଫିସ,୬ା୧୨- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ରୀୟ ଅନୁଦାନରେ ରାଜ୍ୟ ସରକାର ପଣ୍ଡିତ ରଘୁନାଥ...

ଜିଲା ଚିଠି ସୁନ୍ଦରଗଡ଼..ଅଧିକାର ପାଇଁ ଲଢ଼େଇ

ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ ଏବେ ଜିଲାରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଗ୍ରାମସଭା ଜରିଆରେ...

Advertisement
Archives

Model This Week