Categories: ଫୁରସତ

ମାଆ ସହ ତାଳ ମିଳାଇ କ୍ଲାସିକାଲ ଡ୍ୟାନ୍ସ କଲା ବର୍ଷକର ଛୁଆ, ଭିଡିଓ ଦେଖିଲେ…

କୁହାଯାଏ ଶିଶୁ ଜନ୍ମ ହେବା ପରେ ନିଜ ବାପ-ମାଆଙ୍କ ସଂସ୍କାରରେ ପରିଚାଳିତ ହୋଇଥାଏ। ଶିଶୁଟିର ପ୍ରଥମ ଗୁରୁ ମାଆକୁ ହିଁ କୁହାଯାଏ। ଯିଏ ହାତ ଧରି ଚଲେଇବା ଠାରୁ ଦୁନିଆର ପ୍ରଥମ ଅକ୍ଷର ମାଆ ଶଦ୍ଦଟିକୁ ପିଲାକୁ ଶିଖେଇଥାଏ।
ନିକଟରେ ଜଣେ ମାଆ-ପୁଅଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ମାଆ ନିଜ ବର୍ଷକର ଶିଶୁକୁ କ୍ଲାସିକାଲ ଡ୍ୟାନ୍ସ ଶିଖାଉଥିବା ନଜର ଆସିଛନ୍ତି। ମାଆ ଶିଶୁକୁ କୋଳରେ ରଖି ନଚେଇବା ସହ ତାଳରେ ଗୀତ ମଧ୍ୟ ବୋଲୁଛନ୍ତି। ଯାହାକୁ ଶିଶୁଟି ମନଧ୍ୟାନ ସହ ଶୁଣିବା ସହ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛି। ଅବିକଳ ମାଆ ଭଳି ନାଚିବା ପାଇଁ ଶିଶୁଟି ଉଦ୍ୟମ କରୁଥବା ଦେଖିବାକୁ ମିଳୁଛି। ଶିଶୁ ମଝିରେ ମଝିରେ ହସିଦେଇ ମାଆଙ୍କ ସହ ନାଚିବା ପାଇଁ କୌଣସି ଷ୍ଟେପ ହାତଛଡା କରୁନାହିଁ। ଶିଶୁଟିର ଏପରି ମନଲୋଭା ଦୃଶ୍ୟ ଦେଖି ୟୁଜର୍ସ ଖୁସିରେ ବିଭୋର ହେଇ ଯାଉଛନ୍ତି।
ଭିଡିଓଟି ୟୁଜର୍ସଙ୍କ ମନ କିଣି ନେଇଛି। ଭିଡିଓଟିକୁ ପ୍ରଶଂସକ ପସନ୍ଦ କରିବା ସହ ମାଆଙ୍କର ସଂସ୍କାରକୁ ବାଃ ବାଃ କରୁଛନ୍ତି।

Share