ଶ୍ରୀଲିଙ୍ଗରାଜଙ୍କ ସହ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୨୫ା୫(ଡି.ଏନ୍‌.ଏ.): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବୁଧବାର ପ୍ରଭୁ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ପାରମ୍ପରିକ ନୀତି ଅନୁସାରେ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟ ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିରରେ ଏକ ଆଧ୍ୟାମତ୍ିକ ପରିବେଶରେ ବିଳମ୍ବିତ ରାତିରେ ସମାପନ ହୋଇଛି। ଦୈନିକ ନୀତି ସନ୍ଧ୍ୟା ଧୂପ ପରେ ମା’ପାର୍ବତୀ ପ୍ରଭୁ ବାସୁଦେବଙ୍କ ସହ ପାଲିଙ୍କିରେ ଏବଂ ଶ୍ରୀ ଲିଙ୍ଗରାଜ ସୁସଜ୍ଜିତ ବିମାନରେ ବିରାଜମାନ କରିଥିଲେ। ଠାକୁରାଣୀ ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ସରିବା ପରେ ପଞ୍ଚବକ୍ର ଆଳତି ହୋଇ ମନ୍ଦିର ପହଡ଼ ପଡ଼ିଥିଲା। ଏହାପରେ ମନ୍ଦିର ତରଫରୁ ବରଯାତ୍ରୀମାନଙ୍କୁ ମନ୍ଦିର ବେଢାରେ ମହାପ୍ରସାଦରେ ଆପାୟିତ କରାଯାଇଥିଲା। ରାତି ପ୍ରାୟ ୧୧ଟା ୨୦ମିନିଟ୍‌ରେ ଘଣ୍ଟ, ଘଣ୍ଟା, ତ୍ରାସ, ଛତ୍ରୀ, ମଶାଲ, ରୋଶଣିରେ ବରଯାତ୍ରୀମାନେ ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ କେଦାର ଗୌରୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀ ଜୀଉମାନେ ମନ୍ଦରରେ ପହଞ୍ଚତ୍ବା ପରେ ମନ୍ଦିରର କୂଳ ପୁରୋହିତ ବାଟବରଣୀ କରିଥିଲେ। ପ୍ରଭୁ ଶ୍ରୀଲିଙ୍ଗରାଜ ବିବାହ ବେଦିରେ ବିରାଜମାନ କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ତରଫରୁ ପୂଜାପଣ୍ଡା ସେବାୟତ କର୍ତ୍ତା ଏବଂ ମା’ ପାର୍ବତୀଙ୍କ ତରଫରୁ ମହାସୁଆର ସେବାୟତ କର୍ତ୍ତୀ ହୋଇ ମନ୍ଦିର କୂଳ ପୁରୋହିତ ମନୋରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ବିବାହ କାର୍ଯ୍ୟ ସରିବା ପରେ ଶ୍ରୀଜୀଉମାନେ ଖଟୁଲିରେ ଅବସ୍ଥାନ କରିଥିଲେ। ଏଥିରେ ପ୍ରଭୁ ଶ୍ରୀଅନନ୍ତ ବାସୁଦେବ ମଧ୍ୟସ୍ଥତା କରିଥିଲେ। ପୂଜାପଣ୍ଡା ଓ ପତ୍ରୀ ସେବାୟତ ଦେବ ଦମ୍ପତିଙ୍କ ଉଭୟଙ୍କ ପକ୍ଷରୁ ସାତଥର କଉଡ଼ି ଖେଳ କରାଇଥିଲେ ଏବଂ ପଞ୍ଚ ଉପଚାରରେ ଶ୍ରୀ ଜୀଉଙ୍କୁ ମନ୍ଦିର ପର୍ବଯାତ୍ରା ବିଶୋଇଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ମାଣ୍ଡୁଅ ପିଠାକୁ ଭୋଗ ନୈବେଦ୍ୟ କରାଯାଇଥିଲା। ମନ୍ଦିର ପ୍ରଶାସନର ଅବହେଳା ନେଇ ଚଳିତ ବର୍ଷ ମଧ୍ୟ ଶ୍ରୀକପିଳନାଥ ଦେବ ବିବାହ କାର୍ଯ୍ୟରେ ଯୋଗଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri