ଶ୍ରୀଲିଙ୍ଗରାଜଙ୍କ ସହ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୨୫ା୫(ଡି.ଏନ୍‌.ଏ.): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବୁଧବାର ପ୍ରଭୁ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ପାରମ୍ପରିକ ନୀତି ଅନୁସାରେ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟ ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିରରେ ଏକ ଆଧ୍ୟାମତ୍ିକ ପରିବେଶରେ ବିଳମ୍ବିତ ରାତିରେ ସମାପନ ହୋଇଛି। ଦୈନିକ ନୀତି ସନ୍ଧ୍ୟା ଧୂପ ପରେ ମା’ପାର୍ବତୀ ପ୍ରଭୁ ବାସୁଦେବଙ୍କ ସହ ପାଲିଙ୍କିରେ ଏବଂ ଶ୍ରୀ ଲିଙ୍ଗରାଜ ସୁସଜ୍ଜିତ ବିମାନରେ ବିରାଜମାନ କରିଥିଲେ। ଠାକୁରାଣୀ ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ସରିବା ପରେ ପଞ୍ଚବକ୍ର ଆଳତି ହୋଇ ମନ୍ଦିର ପହଡ଼ ପଡ଼ିଥିଲା। ଏହାପରେ ମନ୍ଦିର ତରଫରୁ ବରଯାତ୍ରୀମାନଙ୍କୁ ମନ୍ଦିର ବେଢାରେ ମହାପ୍ରସାଦରେ ଆପାୟିତ କରାଯାଇଥିଲା। ରାତି ପ୍ରାୟ ୧୧ଟା ୨୦ମିନିଟ୍‌ରେ ଘଣ୍ଟ, ଘଣ୍ଟା, ତ୍ରାସ, ଛତ୍ରୀ, ମଶାଲ, ରୋଶଣିରେ ବରଯାତ୍ରୀମାନେ ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ କେଦାର ଗୌରୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀ ଜୀଉମାନେ ମନ୍ଦରରେ ପହଞ୍ଚତ୍ବା ପରେ ମନ୍ଦିରର କୂଳ ପୁରୋହିତ ବାଟବରଣୀ କରିଥିଲେ। ପ୍ରଭୁ ଶ୍ରୀଲିଙ୍ଗରାଜ ବିବାହ ବେଦିରେ ବିରାଜମାନ କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ତରଫରୁ ପୂଜାପଣ୍ଡା ସେବାୟତ କର୍ତ୍ତା ଏବଂ ମା’ ପାର୍ବତୀଙ୍କ ତରଫରୁ ମହାସୁଆର ସେବାୟତ କର୍ତ୍ତୀ ହୋଇ ମନ୍ଦିର କୂଳ ପୁରୋହିତ ମନୋରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ବିବାହ କାର୍ଯ୍ୟ ସରିବା ପରେ ଶ୍ରୀଜୀଉମାନେ ଖଟୁଲିରେ ଅବସ୍ଥାନ କରିଥିଲେ। ଏଥିରେ ପ୍ରଭୁ ଶ୍ରୀଅନନ୍ତ ବାସୁଦେବ ମଧ୍ୟସ୍ଥତା କରିଥିଲେ। ପୂଜାପଣ୍ଡା ଓ ପତ୍ରୀ ସେବାୟତ ଦେବ ଦମ୍ପତିଙ୍କ ଉଭୟଙ୍କ ପକ୍ଷରୁ ସାତଥର କଉଡ଼ି ଖେଳ କରାଇଥିଲେ ଏବଂ ପଞ୍ଚ ଉପଚାରରେ ଶ୍ରୀ ଜୀଉଙ୍କୁ ମନ୍ଦିର ପର୍ବଯାତ୍ରା ବିଶୋଇଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ମାଣ୍ଡୁଅ ପିଠାକୁ ଭୋଗ ନୈବେଦ୍ୟ କରାଯାଇଥିଲା। ମନ୍ଦିର ପ୍ରଶାସନର ଅବହେଳା ନେଇ ଚଳିତ ବର୍ଷ ମଧ୍ୟ ଶ୍ରୀକପିଳନାଥ ଦେବ ବିବାହ କାର୍ଯ୍ୟରେ ଯୋଗଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri