ଚେତନାର ଅମୃତ ଦିଗନ୍ତ ମା’

୨୧ ଫେବୃଆରୀ ୧୮୭୮ – ମଧୁମୟୀ ଦିବ୍ୟଜନନୀ ଶ୍ରୀମାଙ୍କର ୧୪୬ତମ ଶୁଭ ଜନ୍ମତିଥି। ଇତିମଧ୍ୟରେ କାଳବକ୍ଷରେ ୧୪୫ ବର୍ଷ ଅତିବାହିତ ହୋଇଗଲା। ଏ ବର୍ଷ ଆମେ ମା’ଙ୍କର ୧୪୬ତମ ପବିତ୍ର ଜୟନ୍ତୀ ପାଳନ କରୁଛୁ। ଅଦ୍ଭୁତ ଦିବ୍ୟ ସଂଯୋଗ – ୧୮୭୮, ୨୧ ଫେବୃଆରୀ ଯେପରି ଥିଲା ଗୁରୁବାର, ୨୦୧୯ର ୨୧ ଫେବୃଆରୀ ମଧ୍ୟ ଗୁରୁବାର। ଗୁରୁବାର ଆମେ ମା’ ମହାଲକ୍ଷ୍ମୀଙ୍କ ବାର ଭାବରେ ନିଷ୍ଠାର ସହ ପାଳନ କରିଥାଉ। ସେ ହିଁ ପ୍ରାଚୁର୍ଯ୍ୟ ଓ ଧନର ଆରାଧ୍ୟା ଦେବୀ। ମହାଯୋଗୀ ଶ୍ରୀଅରବିନ୍ଦ ଦିବ୍ୟଜନନୀଙ୍କର ଚାରୋଟି ମହାରୂପ ଆମ ଆଗରେ ବର୍ଣ୍ଣନା କରିଛନ୍ତି; ଯଥା ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହା ସରସ୍ବତୀ। ମହାଯୋଗୀଙ୍କ ଦିବ୍ୟଦୃଷ୍ଟିରେ ମା’ ହିଁ ସର୍ବୋତ୍ତମା ଶକ୍ତି , ସେ ହିଁ ଆଦିମାତା, ଅଦିତି। ମାନୁଷୀ ଶରୀରରେ ଆଉ ଜଣେ ପ୍ରାଥିବ ଜନନୀଙ୍କ ଗର୍ଭରୁ ଜନ୍ମହେଲେ। ଯିଏ ଅନନ୍ତ କାଳ, ସେ ପୁଣି କାଳ ହାତରେ ନିଜକୁ ସମର୍ପି ଦେଇ ଜନ୍ମ-ମୃତ୍ୟୁର ଘୂର୍ଣ୍ଣନ ମଧ୍ୟରେ ଆବିର୍ଭୂତା ହେଲେ। ଅସୀମା ହେଲେ ସୀମା। ଏହି ସୀମାଭୁକ୍ତ ପୃଥିବୀକୁ ଦିବ୍ୟ ରୂପାନ୍ତର ଦେଇ ଅମରାବତୀରେ ପରିଣତ କରିବା ଲାଗି ତାଙ୍କ ମାତୃ ହୃଦୟର ଏ ଅଲୌକିକ କରୁଣା। ପରା ପ୍ରକୃତିର ଅପରା ରୂପାୟନ। ଚିନ୍ମୟୀ ଶକ୍ତିଙ୍କର ମୃଣ୍ମୟୀ ରୂପ ଧାରଣ।
ଅତିମାନସ ଶକ୍ତି, ଜ୍ୟୋତି ଓ ଚେତନାର ଅବତାର ପୁରୁଷ ଶ୍ରୀଅରବିନ୍ଦଙ୍କର ସେ ସହ-ତପସ୍ବିନୀ – ଉତ୍ତର ସାଧିକା। ଶ୍ରୀଅରବିନ୍ଦ ତତ୍ତ୍ୱ ହେଲେ ଶ୍ରୀମା ହେଉଛନ୍ତି ସେ ତତ୍ତ୍ୱର ସରଳ, ପ୍ରାଞ୍ଜଳ ବ୍ୟାଖ୍ୟା। ଶ୍ରୀଅରବିନ୍ଦ ସାଧ୍ୟ ହେଲେ, ଶ୍ରୀମା ତାଙ୍କର ସାଧନା ଓ ସିଦ୍ଧି। ଶ୍ରୀଅରବିନ୍ଦ ତପଶକ୍ତି ହେଲେ, ଶ୍ରୀମା ତାଙ୍କର କ୍ରିୟା ଶକ୍ତି। ଶ୍ରୀଅରବିନ୍ଦଙ୍କୁ ଆମର ମନ, ବୁଦ୍ଧି, ବାକ୍ୟ ସ୍ପର୍ଶ କରିପାରେନା। ସେ ଆମ ପାଖେ ପାଖେ ଥିଲେ ମଧ୍ୟ ଆମେ ତାଙ୍କର ସୌର ତେଜର ପ୍ରଚଣ୍ଡତା ସହ୍ୟକରି ପାରୁନା। କିନ୍ତୁ ମା’ ଆମ ଦେହକୁ ଦେହ ଲାଗିକରି ଅଛନ୍ତି। ଆମ ପ୍ରାଣ ଓ ମନକୁ ମଧ୍ୟ ଲାଗିକରି ଅଛନ୍ତି। ମା’ଟିଏ ତା’ର ପିଲାକୁ ଦେହଲଗ୍ନ କରି ରଖିଲା ଭଳି ସେ ଆମକୁ ତାଙ୍କ ଦେହକୁ ଲଗାଇ ରଖିଛନ୍ତି। ମାଆ ସୂର୍ଯ୍ୟ ତେଜକୁ ଧାରଣ କରିଛନ୍ତି। ସେ ସ୍ବୟଂ ସବୀତ୍ୱ, ଶକ୍ତି, ସାବିତ୍ରୀ। ସେ ମଧ୍ୟ ବ୍ରହ୍ମଶକ୍ତି ଗାୟତ୍ରୀ। ସେ ହିଁ ଚେତନାର ଅମୃତ ଦିଗନ୍ତ।
ଏ ସବୁ ସତ୍ତ୍ୱେ, ସେ ସନ୍ତାନ ଲାଗି ସୁଧାମୟୀ, ପ୍ରେମମୟୀ, କଲ୍ୟାଣମୟୀ, ଶ୍ରୀମୟୀ ଆହ୍ଲାଦିନୀ ଚନ୍ଦ୍ରମା ଭଳି। ସେ ଆମକୁ ଅତିମାନସର ସ୍ନିଗ୍ଧ ଜ୍ୟୋତ୍ସ୍ନାରେ ଆପ୍ଲୁତକରି ରଖିଛନ୍ତି। ପ୍ରଚଣ୍ଡ ମାର୍ତଣ୍ଡର ଅମ୍ଲାନ ତେଜକୁ ସେ ନିଜ ଭିତରେ ଧାରଣ କରିଛନ୍ତି, କିନ୍ତୁ ସେ ତେଜକୁ ଆମ ପାଇଁ ଚନ୍ଦ୍ରମାର ଶାନ୍ତ ଶୀତଳ ଜ୍ୟୋତ୍ସ୍ନାରେ ରୂପାନ୍ତରିତ କରି ଅଜାଡ଼ି ଦେଇଛନ୍ତି। ମା’ଙ୍କ ବ୍ୟତିରେକେ ପ୍ରଚଣ୍ଡ ସୂର୍ଯ୍ୟପିଣ୍ଡ ସ୍ବରୂପ ଶ୍ରୀଅରବିନ୍ଦଙ୍କ ସ୍ପର୍ଶ ଆମେ ପାଇ ନ ଥାନ୍ତୁ। ସେ ନିଜେ ଯେପରି କହିଛନ୍ତି, ”ଶ୍ରୀଅରବିନ୍ଦଙ୍କ ବିନା ମୋର ସ୍ଥିତି ନାହିଁ ଏବଂ ମୋ ବିନା ତାଙ୍କର ପ୍ରକାଶ ନାହିଁ।“ ପ୍ରଫେସର ମନୋଜ ଦାସଙ୍କ ଭାଷାରେ- ”ତାଙ୍କ ବିନା ମୁଁ ଅସ୍ତିତ୍ୱ ସହିତ ମୋ ବିନା ସେ ଅପ୍ରକଟିତ“। ଦୁଇଟି ମହାନ୍‌ ଆମତ୍ାର ମହାମିଳନ; ସତେ ଯେପରି ଶ୍ୱେତପଦ୍ମ ସହ ରକ୍ତପଦ୍ମର, ପ୍ରେମ ସହ ପ୍ରଜ୍ଞାର, ଭକ୍ତି ସହ ଜ୍ଞାନର, ମହାପୁରୁଷଙ୍କ ସହ ମହା ପ୍ରକୃତିର ଏବଂ ଜୀବାମତ୍ା ସହ ପରମାମତ୍ାର। ପୃଥିବୀକୁ ଅମରାବତୀରେ ପରିଣତ କରିବା ପାଇଁ ସତେ ଯେପରି ଏହି ମୁହୂର୍ତ୍ତ ବିଧିର ବିଧାନ ଏବଂ ପୂର୍ବ ନିର୍ଦ୍ଧାରିତ।
ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ମାତୃଶକ୍ତିକୁ ସବୁଠାରୁ ବେଶି ପ୍ରାଧାନ୍ୟ ଦିଆଯାଇଛି। ମଣିଷ ଜୀବନରେ ଏପରି କୌଣସି ଅବସ୍ଥା ନାହିଁ ଯେଉଁଠି ମହାଶକ୍ତିର ଉପଲବ୍ଧି ନାହିଁ। ମାତ୍ର ଆମ ଚେତନାର ଅବସ୍ଥା ଏପରି ଯେ ଆମେ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ, କିନ୍ତୁ ଭାରତର ସମୃଦ୍ଧ ଚେତନା ଇତିହାସର ନିର୍ଯାସ। ଦୁର୍ଭାଗ୍ୟ ଯେ ଭାରତ ବସ୍ତୁବାଦକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରୁ ନାହିଁ କିମ୍ବା ମାୟାବାଦକୁ ଅଗ୍ରାହ୍ୟକରି ପାରୁନାହିଁ। ତେଣୁ ବର୍ତ୍ତମାନ ମାନବ ଜାତି ଏକ ଛଳନାମୟ ମାୟା ଭିତରେ ଛନ୍ଦିହୋଇ ଯାଇଛି। ଏଇଥିପାଇଁ ସମାଜରେ ଭ୍ରଷ୍ଟାଚାର, ଦୁର୍ନୀତି ବ୍ୟାପୁଛି। ମାତ୍ର ମା’ ଶ୍ରୀଅରବିନ୍ଦଙ୍କ ଅମୃତମୟ ଦୃଷ୍ଟିରେ ଏ ଅବସ୍ଥା ବେଶି ସମୟ ରହିପାରିବ ନାହିଁ। ଶ୍ରୀମାଙ୍କ ଦିବ୍ୟ ମାତୃଶକ୍ତି ଆମକୁ ଏ ପରିସ୍ଥିତିରୁ ଉତ୍ତୀର୍ଣ୍ଣ କରିନେବ। ପ୍ରକୃତ ଚେତନା କ’ଣ ତା’ ମାନବ ଜାତି ଆଗରେ ଉତ୍‌ଥାପନ କରିବ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଯୁଗ୍ମସତ୍ତାକୁ ପାଶ୍ଚାତ୍ୟ ମତାନୁଯୋଗୀ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସର୍ବୋତ୍ତମ ସମନ୍ବୟ ବୋଲି କହୁଛନ୍ତି। ତାହା ନିଶ୍ଚୟ ଆଂଶିକ ସତ୍ୟ। ବରଂ ଆଧ୍ୟାତ୍ମିକତାର ଦୁଇଟି ଦିଗ। ଯୋଗ ଓ ତନ୍ତ୍ରର ଏକ ପୂର୍ଣ୍ଣାଙ୍ଗ ସତ୍ୟ ହେଉଛନ୍ତି ଶ୍ରୀମା ଓ ଶ୍ରୀଅରବିନ୍ଦ। ସୁତରାଂ ଆମର ମା’ଙ୍କ ପ୍ରତି ଶ୍ରଦ୍ଧା, ଆନ୍ତରିକତା ଓ ସମର୍ପଣ ଯେତିକି ପୂର୍ଣ୍ଣତର ହେବ, ମା’ଙ୍କର ଅଭୟ ଓ କରୁଣା ସେତିକି ଆମକୁ ଘେରି ରହିବ।

  • ବିମଳ ପ୍ରସନ୍ନ ଦାସ
    ମୋ : ୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri