ଦଶମ ବୋର୍ଡ ପରୀକ୍ଷାରେ ୯୩.୪% ନମ୍ବର ରଖି ପାସ୍‌ କଲେ ୩ ସନ୍ତାନର ମା’

ଶ୍ରୀନଗର,୧୫।୯: କୁହାଯାଏ ମନରେ ଯଦି ଇଚ୍ଛାଶକ୍ତି ଅଛନ୍ତି ତେବେ କିଛି ବି କାର୍ଯ୍ୟ ଅସମ୍ଭବ ନୁହେଁ। କଶ୍ମୀରର ଜଣେ ମହିଳା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି। ବିବାହର ଦଶ ବର୍ଷ ପରେ ଅଧ୍ୟୟନ ଆରମ୍ଭ କରି ଏବେ ଦଶମ ବୋର୍ଡ ପରୀକ୍ଷାରେ ମହିଳା ଜଣଙ୍କ ୯୩.୪% ନମ୍ବର ରଖିଛନ୍ତି।
କଶ୍ମୀରର କୁପୱାଡା ଜିଲାର ରହୁଥିବା ସାବରିନା ଖାଲିକ ୩ଟି ସନ୍ତାନର ଜନନୀ। ଘରେ ତାଙ୍କର ଅନେକ ଦାୟିତ୍ୱ ଅଛି। କିନ୍ତୁ ଏହା ପରେ ମଧ୍ୟ ପାଠପଢା ପ୍ରତି ତାଙ୍କର ଉତ୍ସାହ କମିନାହିଁ। ସାବରିନା ଖାଲିକ ୨୦୧୨ରେ ବିବାହ କରିଥିଲେ। ବିବାହ ପରେ ସେ ଅଧ୍ୟୟନ ଛାଡିଥିଲେ। ୧୦ ବର୍ଷ ବିତିବା ପରେ, ସେ ପୁଣି ଅଧ୍ୟୟନ ଆରମ୍ଭ କଲେ। ଘର କାମ ପରେ ମଧ୍ୟ ସେ ପାଠ ପଢୁଥିଲେ ଏବଂ ଦଶମ ଶ୍ରେଣୀରେ ମଧ୍ୟ ଆଡମିଶନ କରିଥିଲେ। ପରୀକ୍ଷା ଦେଇ ଏବେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଏତିକି ନୁହେଁ, ୯୩.୪ ପ୍ରତିଶତ ମାର୍କ ମଧ୍ୟ ରଖିଛନ୍ତି। ସେ ୫୦୦ରୁ ୪୬୭ ମାର୍କ ରଖିଛନ୍ତି।

Share