୩ ପିଲାର ବାପା ସହିତ ୨ ପିଲାର ମା’ ଫେରାର

ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ ଜଣେ ୩ ସନ୍ତାନଙ୍କ ବାପା ସହ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଉଭୟେ ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ମାଡ ଖାଇବା ପରେ ମହିଳାଙ୍କ ସ୍ବାମୀ ଉଭୟଙ୍କୁ ପୋଲିସ୍‌ ଜିମା ଦେବା ପାଇଁ ଘରେ ବାନ୍ଧି ରଖିଥିଲେ। ସେହି ରାତିରେ ଉଭୟେ କୌଶଳକ୍ରମେ ଖସି ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି।
ନୀଳଗିରି ବ୍ଳକ ଡାହାଣିମରା ଅଞ୍ଚଳର ଜଣେ ୩ ସନ୍ତାନର ବାପା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ଜୀବନସାଥି ହେବାକୁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ପୂର୍ବରୁ ଜାଣିପାରି ଉଭୟଙ୍କ ନାମରେ ଖନ୍ତାପଡା ଥାନାରେ ଏକ ଅଭିଯୋଗ କରିଥିଲେ। ବୁଧବାର ରାତିରେ ଉଭୟେ ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲେ। ମହିଳାଙ୍କ ସ୍ବାମୀ ଉଭୟଙ୍କୁ ପୋଲିସ୍‌ ଜିମା ଦେବା ପାଇଁ ଘରକୁ ନେଇ ବାନ୍ଧି ରଖିଥିଲେ। ପୋଲିସ୍‌ ଆସିବା ପୂର୍ବରୁ କୌଶଳକ୍ରମେ ଉଭୟ ପ୍ରେମିକା ପ୍ରେମିକ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳେଶ୍ୱର ସହର ଜଳଖିଆ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ

ଜଳେଶ୍ୱର, ୨୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର...

ବ୍ରାଉନ୍‌ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍‌ ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିର ବ୍ରାଉନ୍‌ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍‌ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ...

ଭାରତ ବନ୍ଦ, ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ, ୮।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନକୁ ବିରୋଧିକରି ମଙ୍ଗଳବାର ପୂର୍ବାହ୍ନ ୬ ଟାରୁ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି ।...

ଫକୀରମୋହନଙ୍କ ଫଟୋ ଥିବା ଡାକ ଟିକଟ ଉନ୍ମୋଚିତ

ବାଲେଶ୍ୱର ଅଫିସ,୬ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫକୀରମୋହନଙ୍କ ଫଟୋ ଥିବା ଡାକ...

ଦୁର୍ଦ୍ଦିନରେ କରତକଳ ଶ୍ରମିକ

ବାଲେଶ୍ୱର ଅଫିସ, ୭।୧୨- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର...

ବଧୂ ହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର ଗିରଫ

ଔପଦା, ୨୫।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଏରାମଚନ୍ଦ୍ରପୁର ପଞ୍ଚାୟତ ଶୋରିଷପାଳ ଗ୍ରାମରେ ବଧୂ ହତ୍ୟା ଅଭିଯୋଗରେ ଶାଶୁ ସୁକାନ୍ତି ରାଉତ ଓ ଶ୍ୱଶୁର ସୁକାନ୍ତ ରାଉତ (ଅଗଣି)ଙ୍କୁ...

ବହିଷ୍କୃତ ହେଲେ କଣ୍ଟ୍ରୋଲ ଡିଲର

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଥରପେଣ୍ଠ ଗ୍ରାମର ପିଡିଏସ ସାମଗ୍ରୀ ବିକ୍ରି କରୁଥିବା କଣ୍ଟ୍ରୋଲ ଡିଲରଙ୍କୁ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ବହିଷ୍କୃତ କରିଛନ୍ତି...

୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା...

Advertisement


Archives

Model This Week

Why Dharitri