ସରିଲା ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ: କମାଲ କଲେ ପୋଲିସ କର୍ମଚାରୀ

ଭବାନୀପାଟଣା,୪ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଗୁରୁବାର ବିଜୟା ଦଶମୀ ଅବସରରେ ସ୍ଥାନୀୟ ନକଟିଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ସ୍ବତନ୍ତ୍ରତା ରହିଛି। ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ବିଜୟ ଯାତ୍ରା ବା ରାଜ୍ୟ ଜୟର ପ୍ରତୀକ ଭାବେ ଏହି ପର୍ବ ପାଳନ କରାଯାଏ। ଏହି ଅବସରରେ ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତରକୁ ଧରି ବାହୁକ, ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ପଶ୍ଚିମ ଉପକଣ୍ଠରେ ଥିବା ନକଟିଗୁଡା ଲାଖମରା ପଡିଆକୁ ଯାଇଥିଲେ। ସେଠାରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ପୂର୍ବକ ପୂଜାର୍ଚ୍ଚନା ଓ ଛାଗ ବଳି ଦିଆଯାଇଥିଲା। ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜ ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ। ଏକ ସୁଉଚ୍ଚ ଖମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା ମାଟି ହାଣ୍ଡିରେ ମାଣିକେଶ୍ୱରୀଙ୍କ ପ୍ରସାଦ ଥାଏ। ଚଳିତବର୍ଷ ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥିଲେ। ସେଥିମଧ୍ୟରୁ ଭବାନୀପାଟଣା ରିଜର୍ଭର ଡିଭିଏଫ୍‌ ପୋଲିସ କର୍ମଚାରୀ ବିଶ୍ୱଜିତ ପାତ୍ର ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ କରି ପାରିଥିଲେ। ପରେ ଛତରକୁ ଛତ୍ର ବାହକ ଜେନାବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି। ପରେ ମୂଳାଷ୍ଟମୀଠାରୁ ମାଣିକେଶ୍ୱରୀଙ୍କୁ ମୁଣ୍ଡବସା ପୂର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାରରେ କଣ୍ଟାବାଡ ଦିଆଯାଇଥାଏ। ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ। ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ଏହି ପର୍ବରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, କୁମାର ସାହେବ ଅର୍କ କେଶରୀ ଦେଓ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଲୁକ୍‌, ଏଥର କଟ୍ଟମ କାଞ୍ଚିଭରମ

ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ।…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ)…

Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…

ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି…

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri