ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିଥିଲେ । ପ୍ରତିବର୍ଷ ଦଶହରା ଦିନ ଭକ୍ତମାନେ ରଣପୁର ଦଶହରା ପଡ଼ିଆରେ ପୂଜାର୍ଚ୍ଚନା କରି ମା’ଙ୍କୁ ବିଦାୟ ଦେଇଥାନ୍ତି। କିନ୍ତୁ ଗତବର୍ଷ କୋଭିଡ୍‌ କଟକଣା ଯୋଗୁ ମା’ ଦଶହରା ପଡ଼ିଆକୁ ଆସି ନ ଥିଲେ। କିନ୍ତୁ ଚଳିତବର୍ଷ ମା’ ଦଶହରା ପଡ଼ିଆରୁ ବିଦାୟ ନେଇଛନ୍ତି।

ଶୁକ୍ରବାର ରାତି ୭.୩୦ରେ ରଣପୁର ରାଜା ସାହେବ ଦିଲୀପ ଚନ୍ଦ୍ର ସିଂହଦେଓ, ସେନାପତି, ମନ୍ତ୍ରୀ,ଜଗୁଆଳ ଼ଏବଂ ରାଜ ପୁରୋହିତଙ୍କ ସମେତ ବହୁ ଭକ୍ତ ମା’ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ଦଶହରା ପଡ଼ିଆ ଅଭିମୁଖେ ବାହାରି ଥିଲେ। ଘଣ୍ଟ, କାହାଳି ଓ ବାଦ୍ୟ ସହ ଭକ୍ତମାନେ ବାଣ ଫୁଟାଇ ଶୋଭାଯାତ୍ରାରେ ରଣପୁର ସହର ପରିକ୍ରମା କରିଥିଲେ ା ଏହାପରେ ମା’ ଖିଲାମୁଣ୍ଡାଙ୍କୁ ହାଟସାହିଠାରେ ଥିବା ଦଶହରା ପଡ଼ିଆକୁ ଆଣିଥିଲେ । ସେଠାରେ ରାଜା ମା’ ଖିଲାମୁଣ୍ଡାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ପାରାକୁ ଆକାଶକୁ ଛଡ଼ାଯାଇଥିଲା।

ଅନ୍ଧାର ରାତିରେ ଭକ୍ତ ପାରା ଦେହରେ ମା’ ଖିଲାମୁଣ୍ଡା ବିଜେକରି ନିଜ ଆସ୍ଥାନ ରାଆଁଳକୁ ଚାଲିଯାଇଥିଲେ। ଠିକ୍‌ ସେହି ସମୟରେ ମା’ଙ୍କୁ ବିଦାୟ ଦେବା ପାଇଁ ୭ ଥର ତୋପ ସଲାମି ଦିଆଯାଇଥିଲା। ଛଡ଼ା ଯାଇଥିବା ପାରା ଶନିବାର ମାଳ ଅଞ୍ଚଳରେ ଥିବା ମା’ଙ୍କ ମନ୍ଦିର ପାଖରେ ମରିପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ। ମା’ ଖିଲାମୁଣ୍ଡା ନିଜ ଆସ୍ଥାନକୁ ଫେରି ଆସିଲେ ବୋଲି ସ୍ଥାନୀୟ ଆଦିବାସୀ ମାନଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri