Posted inଫୁରସତ

ମା’ କ୍ଷୀରରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଅଳଙ୍କାର, ବିଦେଶରୁ ଆସୁଛି ଅର୍ଡର

ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖିଥାନ୍ତି। ଏଗୁଡ଼ିକ ବହୁତ ମୂଲ୍ୟବାନ। ଏପରିକି ପିଲାମାନଙ୍କର ଖେଳନା, ପୋଷାକ ଆଦି ସ୍ମୃତି କରି ରଖିଥାନ୍ତି। ଏହା ପରେ ଡିଜିଟାଲ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋ ଫ୍ରେମ ତିଆରି କରାଗଲା। କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ମାତାମାନେ ଗୋଟିଏ ପାଦ ଆଗକୁ ଯାଇଛନ୍ତି। ଏବେ ସୁରଟରେ ରହୁଥିବା ଅଦିତିଙ୍କୁ ଉଦହାରଣ ଭାବେ ନିଆଯାଇପାରେ। ସେ ବୃତ୍ତିରେ ଜଣେ ଦନ୍ତ ଚିକିତ୍ସକ ତଥା ଜଣେ ଉତ୍କୃଷ୍ଟ କଳା ପ୍ରେମୀ। ସେ ମା’ଙ୍କ କ୍ଷୀରରୁ ଅଳଙ୍କାର ତିଆରି କରି ଏହାକୁ ଏକ ନିଆରା ସ୍ମୃତିରେ ପରିଣତ କରିଛନ୍ତି।

ଅଦିତି ସୁନା, ରୁପା ବ୍ରେସଲେଟ୍‌, ଲକେଟ୍‌ ଏବଂ ଅନ୍ୟାନ୍ୟ ଅଳଙ୍କାରକୁ ଶିଶୁର କେଶ ଏବଂ ଜନ୍ମ ସମୟରେ ସଂରକ୍ଷିତ କରି ଡିଜାଇନ କରନ୍ତି। ସେଗୁଡ଼ିକ ତିଆରି କରିବା ପାଇଁ, ସେ ମା’ଙ୍କ କ୍ଷୀର ସଂରକ୍ଷଣ କରି ଏହାକୁ ପଥରରେ ପରିଣତ କରନ୍ତି। ତା’ପରେ ସେଥିରୁ ଅଳଙ୍କାର ଡିଜାଇନ କରନ୍ତି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ କରିବାକୁ ତାଙ୍କୁ ପ୍ରାୟ ୧୫ ଦିନ ଲାଗେ।

ଅଦିତି କହିଛନ୍ତି, ଏହି କ୍ଷୀରରୁ ନିର୍ମିତ ଅଳଙ୍କାର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବହୁତ ଚାହିଦା ରହିଛି ଏବଂ ସେ ବିଦେଶରୁ ମଧ୍ୟ ଅର୍ଡର ପାଆନ୍ତି। ମା’ଙ୍କ କ୍ଷୀର ତାଙ୍କୁ ବିଦେଶରୁ କୋରିଅର ଦ୍ୱାରା ପଠାଯାଇଥାଏ।

କ୍ଷୀରରୁ ନିର୍ମିତ ଅଳଙ୍କାର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାହିଦା ରହିଛି। ଅଦିତି ମା’ଙ୍କ କ୍ଷୀରରେ ଏକ ଶିବଲିଙ୍ଗ ଲକେଟ୍‌ ଡିଜାଇନ କରିଛନ୍ତି। ଏଥିପାଇଁ ସେ ଶିଶୁର କେଶକୁ କ୍ଷୀର ସହିତ ବ୍ୟବହାର କରିଛନ୍ତି। ଯେହେତୁ ଝିଅଟିର ନାମ ନ ଥିଲା, ତାଙ୍କ ପାଇଁ ଶିବଲିଙ୍ଗ ଆକୃତିର ଏକ ଲକେଟ୍‌ ଡିଜାଇନ କରିଥିଲେ। ସେ କାନାଡାର ଦମ୍ପତିଙ୍କ ପାଇଁ ଏକ ଅଳଙ୍କାର ଡିଜାଇନ କରିଥିଲେ। ଏଥିରେ ଶିଶୁର କେଶ ସାହାଯ୍ୟରେ ଏସ୍‌ ଆକାରରେ ଖୋଦିତ ହୋଇଥିଲା।

୭ ତାଙ୍କ ପାଇଁ ଭାଗ୍ୟଶାଳୀ ସଂଖ୍ୟା ହୋଇଥିବାରୁ ଏହି ଅଳଙ୍କାର ତିଆରି ପାଇଁ ସାତୋଟି ମୂଳ ହୀରା ବ୍ୟବହାର କରିଥିଲେ। ଯେତେବେଳେ ଜଣେ ମା’ ଏହି ଅଳଙ୍କାର ଦେଖନ୍ତି, ସେତେବେଳେ ସେ ନିଜ ହୃଦୟରେ ଥିବା ମାତୃତ୍ୱକୁ ମନେ ପକାନ୍ତି ଏବଂ ସେ ଏହାକୁ ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri