ଶାଶୁଘର

ଶାଶୁଘର କାହିଁ ? ଏ ପ୍ରଶ୍ନଟି ହୁଏତ ଚମକ ସୃଷ୍ଟି କରିପାରେ, କିନ୍ତୁ ଏହା ଅନେକାଂଶରେ ସତ। ଦିନେ ମହିଳାଙ୍କ ପାଇଁ ଆଜୀବନ କର୍ମଭୂମି ବୋଲାଉଥିବା ଏହି ଶବ୍ଦଟି ତା’ର ଚିରାଚରିତ ଗୌରବ ହରେଇ ଏବେ ଏକ ପ୍ରଶ୍ନବାଚୀ ସ୍ତରକୁ ଚାଲି ଆସିଲାଣି। ଶାଶୁ ଅଛନ୍ତି, ଘର ଅଛି କିନ୍ତୁ ନାହିଁ ଶାଶୁଘରର ପାରମ୍ପରିକ ରୂପରେଖ। ସେହିପରି ନାରୀଟିର ଗଭୀର ଭାବାବେଗର ପ୍ରତୀକ ବାପଘର ବି କ୍ରମେ ତା’ ନିକଟରୁ ଦୂରେଇ ଯାଉଛି। ବାପା ମା’ ଜୀବିତ ଥିବା ପର୍ଯ୍ୟନ୍ତ ଯେଉଁ ବାପଘର ବିବାହିତା ଝିଅଟି ପାଇଁ ଗର୍ବ ଓ ଗୌରବର ପରିଚୟ ଥାଏ ସେମାନେ ଚାଲିଗଲା ପରେ ତାହା ତା’ ପାଇଁ ପ୍ରାୟ ଅପହଞ୍ଚ ହୋଇଯାଏ। ଅନ୍ୟ ପକ୍ଷରେ ଏ ଉଭୟ ପ୍ରକାରର ଘର ସ୍ଥାନରେ ଏବେ ଗଢିଉଠୁଛି ‘ଆମଘର’ ଯାହା ଆଧୁନିକ ଦମ୍ପତିଙ୍କର ନୂତନ ପରିଚୟ। ଆମ ଘରର ସଂଜ୍ଞା ହେଉଛି ‘ନା ତୁମ ଘର ନା ମୋ ଘର’ ଏହା ‘ଆମ ଦୁହିଙ୍କ ଘର’ ଯାହାର ଏକ ଅତିରିକ୍ତ ସଦସ୍ୟ ଏକମାତ୍ର ସନ୍ତାନ। ଏହାକୁ କେହି କେହି ଅଣୁ ପରିବାରର ଆଖ୍ୟା ଦେଇ ତଜ୍ଜନିତ ଗଭୀର ଆତ୍ମଶ୍ଳାଘାରେ ବୁଡି ରହନ୍ତି ଓ ପରିବାର, ପରିଜନ, ବନ୍ଧୁବାନ୍ଧବ ସମସ୍ତଙ୍କଠାରୁ ଦୂରେଇ ଯାଆନ୍ତି। ଫଳରେ ସାମାଜିକ ଓ ପାରିବାରିକ ବୁଝାମଣା ବିପର୍ଯ୍ୟସ୍ତ ହୋଇପଡ଼େ। ସାମ୍ପ୍ରତିକ ପରିସ୍ଥିତି ବି ଏଥିପାଇଁ ପଥ ପ୍ରଶସ୍ତ କରିଦେଉଛି।
ସତୁରି ଅଶୀ ବର୍ଷ ତଳକୁ ଫେରି ଚାହିଁଲେ ଆମ ସମାଜର ଯେଉଁ ଚିତ୍ର ଆଖିଆଗରେ ଭାସିଉଠେ ତାହାର ମୁଖ୍ୟ ଆଧାର ଥିଲା ଲିଙ୍ଗଗତ ବୈଷମ୍ୟ। କୁହା ଯାଉଥିଲା, ”ନାରୀର ଭାଗ୍ୟ ପଥର ତଳେ, ପୁରୁଷର ଭାଗ୍ୟ ପତର ତଳେ“। ସେତେବେଳର ପୁରୁଷପ୍ରଧାନ ପରିବାର, ସମାଜ ଓ ଦେଶରେ ନାରୀଟିର ସ୍ଥାନ ଯେପରି ଥିଲା ଚିନ୍ତା କଲେ ଆଖି ଓଦା ହୋଇ ଆସେ। ଝିଅଟିଏ ଜନ୍ମ ହେଲେ ତା’ର ପିତାଙ୍କୁ ମୁରବି ତୁଲ୍ୟ ଲୋକେ କହୁଥିଲେ,”ଝିଅଟିଏ ହେଲାରେ ତା’ ପାଇଁ ଏବେଠୁ ଧନ ସଞ୍ଚୟ କର“। ଝିଅଟି ପାଞ୍ଚ ବର୍ଷର ହୋଇ ଗଲେ ତାକୁ କୁହାଯାଉଥିଲା, ”ମାଆରେ ତୁ ପାଠ ଦିଅକ୍ଷର ପଢ଼ ନ ହେଲେ ତତେ କିଏ ବାହା ହେବ ?“ ଦଶ ବର୍ଷର ହୋଇ ଗଲେ ତାକୁ କୁହାଯାଉଥିଲା, ”ଝିଅରେ, ନିଜକୁ ଆକଟ କର୍‌, ସଣ୍ଠଣା ଶିଖ, ଘରକରଣା କ’ଣ ଜାଣ ନ ହେଲେ ଶାଶୁଘରେ ନଁା ପକେଇବ। ସେତିକି ବେଳୁ ତା’ କାନରେ ପକେଇ ଦିଆ ଯାଉଥିଲା, ”ମାଆରେ, ଝିଅ ଜନମ ପର ଘରକୁ,“ ”ଜନମ ଦେଇଛୁ ସିନା କରମ ଦେଇନ“, ଟିକେ ସ୍ବାଧୀନଚେତା ଝିଅମାନଙ୍କୁ ଚେତେଇ ଦିଆ ଯାଉଥିଲା, ” ଆଖୁ ସିନା କିଆରିରେ (ବାପଘରେ) ମୋଟ ଖାଇରେ (ଶାଶୁଘରେ) ନୁହେଁ “। ଅନ୍ୟ ପକ୍ଷରେ ଝିଅଟିର ଜୀବନ କେବଳ ଶାଶୁଘର- ସର୍ବସ୍ବ ଥିଲା। ବାର ତେର ବର୍ଷର ଝିଅ କିମ୍ବା ତା’ ଠାରୁ ଆହୁରି କମ୍‌ ବୟସର ଝିଅକୁ ବାହା କରେଇ ଦେଇ ଶାଶୁ ଘରକୁ ପଠେଇ ଦିଆଯାଉଥିଲା। ନିଜର ଭାଗ୍ୟକୁ ଆଦରି ସେ ଯେଉଁ ଶାଶୁଘରେ ପାଦ ଥାପୁଥିଲା ତା’ର ରୂପରେଖ ହିଁ ଥିଲା ତା’ ଜୀବନର ଅବଶିଷ୍ଟ ଦିନ। ତା’ର ସୌଭାଗ୍ୟକୁ ଯଦି ଶାଶୁଘରର ଲୋକେ ଭଲ ପଡୁଥିଲେ ତେବେ ସେ ସର୍ଗସୁଖ ଭୋଗ କରି ସବୁ କିଛି ଭୁଲି ଯାଉଥିଲା। ଯଦି ସେମାନେ ମନ୍ଦ ସ୍ବଭାବର ଥିଲେ ଯଥା ମାମଲତକାର ଶ୍ୱଶୁର, ଆକଟପ୍ରିୟ ଶାଶୁ, ଆତ୍ମାଭିମାନୀ ଦେଡ଼ଶୁର, ଉଚ୍ଛୃଙ୍ଖଳ ଦେବର, ରାହାବାଳି ନଣନ୍ଦ, ଅହଂଗୁଣୀ ବିଧବା ପିଉସୀ, ଉଦାସୀନ ( ବେଳେ ବେଳେ ବିଦେଶରେ ରହୁଥିବା) ପତି ଇତ୍ୟାଦି ତେବେ ତା’ ଜୀବନ ନରକ ପାଲଟି ଯାଉଥିଲା। ଆଉ ତା’ ସହିତ ଯଦି ଯୌତୁକ ଯନ୍ତ୍ରଣା ଯୋଡି ହୋଇ ଯାଉଥିଲା ତେବେ ଅକାଳରେ ଜୀବନ ଯିବା ବି ଅସମ୍ଭବ ନ ଥିଲା। ତତ୍କାଳୀନ ବୈବାହିକ ବ୍ୟବସ୍ଥା ଏତେ କଠୋର ଥିଲା ସେ ଝିଅଟିଏ ଚାହିଁଲେ ବି ସେଥିରୁ ମୁକ୍ତି ପାଇ ପାରୁ ନ ଥିଲା। ଶାଶୁଘରେ ଯେତେ ଦୁଃଖକଷ୍ଟ ଭୋଗିଲେ ବି ତାକୁ କାହା ଆଗରେ ପ୍ରକାଶ କରିବା ତତ୍କାଳୀନ ରକ୍ଷଣଶୀଳ ପରିବାରର ଶୃଙ୍ଖଳାବିରୋଧୀ ଥିଲା। ଦୈବାତ କେବେ କେହି ସେପରି କଲେ ତାକୁ ସହଯୋଗ ମିଳୁ ନ ଥିଲା। ଏପରି କି ବାପଘର ସବୁ ଜାଣିଲା ପରେ ବି ଝିଅଟିକୁ ନେଇ ଶାଶୁଘରେ ବୁଝାଶୁଝା କରି ପୁଣି ଛାଡିଦେଇ ଆସୁଥିଲେ।
ଏଭଳି ପରିସ୍ଥିତିର ଯେ ଦିନେ ପରିବର୍ତ୍ତନ ଘଟିବ ଏହା ଅନୁମାନ କରାଯାଉଥିଲା ଏବଂ ତାହା ହିଁ ଏବେ ଘଟୁଛି। ସେଥିରେ ସହାୟତା କରୁଛି ପ୍ରଚଳିତ ଆଇନ। ବାଲ୍ୟ ବିବାହ ଉଚ୍ଛେଦ, ବିଧବା ବିବାହ ପ୍ରଚଳନ ଛଡା ହିନ୍ଦୁ ବିବାହ ଓ ବିଚ୍ଛେଦ ଆଇନ (୧୯୫୫) ଆବଶ୍ୟକ ସ୍ଥଳେ ବିବାହ ବିଚ୍ଛେଦ ପାଇଁ ସୁଯୋଗ ଯୋଗାଇ ଦେଉଥିବା ବେଳେ ଯୌତୁକ ନିରୋଧ ଆଇନ ୧୯୬୧ ଖୁବ୍‌ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରିଛି l ଝିଅଙ୍କ ପାଇଁ ଉତ୍ତରାଧିକାର ଆଇନ ୨୦୦୫ ସେମାନଙ୍କୁ ବାପଘର ସମ୍ପତ୍ତି ଉପରେ ଅଧିକାର ପ୍ରଦାନ କରୁଥିବା ବେଳେ ମହିଳା ସଶକ୍ତୀକରଣ ଯୋଜନା ସେମାନଙ୍କୁ ସ୍ବାବଲମ୍ବୀ କରୁଛି। ଏହିପରି ଅନେକ ଆଇନ ପ୍ରବର୍ତ୍ତନ କରାଯାଉଛି ଯାହା ସମାଜରେ ମହିଳାଙ୍କୁ ଏକ ସମ୍ମାନନୀୟ ସ୍ଥାନ ଦେଉଛି। ଫଳରେ ଶାଶୁଘରର ଆଭିମୁଖ୍ୟ ବି ବଦଳି ଗଲାଣି। ଯାହା ସମାଜ ନିଜେ କରିବା କଥା ତାହା ସରକାର କରୁଛନ୍ତି। ସେଥିରେ ଯଥା ସମ୍ଭବ ସହଯୋଗ କରିବା ଆଜିର ଆବଶ୍ୟକତା।

ଅଲେଖ ଚନ୍ଦ୍ର ମିଶ୍ର
ଶାସ୍ତ୍ରୀ ନଗର, ଭୁବନେଶ୍ୱର

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri