ଏହି ଗାୟକଙ୍କ ମା’ ହସ୍ପିଟାଲରେ ଭର୍ତ୍ତି: ମାଗିଲେ ରକ୍ତଦାତାଙ୍କ ସହାୟତା

ମୁମ୍ବାଇ: ‘ଦିଲ୍‌ ବେଚେରା’ର ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀ ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସହାୟତା ଲୋଡ଼ିଛନ୍ତି। ସେ ଲେଖିଛନ୍ତି, ‘A’ nagative ରକ୍ତଦାତା ଆବଶ୍ୟକ। କାରଣ ଗାୟକ ଅରିଜିତ୍‌ ସିଂଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ ସ୍ବସ୍ତିକା ନିଜର ପୋଷ୍ଟରେ ‘urjent soas’ ମଧ୍ୟ ଲେଖିଛନ୍ତି। ଏହା ବ୍ୟତୀତ ନିର୍ଦ୍ଦେଶକ ଶ୍ରୀଜିତ୍‌ ମୁଖାର୍ଜୀ ମଧ୍ୟ ଅରିଜିତ ସିଂଙ୍କ ମା’ଙ୍କ ପାଇଁ ସହାୟତା ମାଗିଛନ୍ତି।

ସ୍ବସ୍ତିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘A’ nagative ରକ୍ତଦାତା ଆବଶ୍ୟକ। ଅରିଜିତଙ୍କ ମା’ ଆର୍ମି ଡାକ୍ୟୁରିଆର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ହିଁ ଏହା ଦରକାର। ସ୍ବାତୀଙ୍କ ସହ ଯୋଗାଯୋଗ କରନ୍ତୁ।

Share