Categories: ଜାତୀୟ

ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ୫୫ ଯୋଡ଼ି

ରାଞ୍ଚି,୧୮।୨: ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌-ରିଲେସନଶିପ୍‌ରେ ରହିବା ପରେ ଝାଡ଼ଖଣ୍ଡର ୫୫ ଯୋଡ଼ି ବସନ୍ତ ପଞ୍ଚମୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକି ଗରିବ ଏବଂ ଅନ୍ୟ ସାମାଜିକ ପରମ୍ପରା କାରଣ ଯୋଗୁ ଅଟକି ରହିଥିଲା। ଏହି ଯୋଡ଼ିମାନେ ଏକାଠି ରହୁଥିଲେ ମଧ୍ୟ ବିଧିବଦ୍ଧ ବିବାହ କରି ନ ଥିଲେ। ତେଣୁ ଔପଚାରିକ ଭାବେ ସ୍ତ୍ରୀ ସ୍ବାମୀ ହୋଇପାରୁ ନ ଥିଲେ।

ଗୁମଲାର ସାମୁହିକ ବିବାହ ମଣ୍ଡପରେ ଏମିତି ବିବାହ ଅନୁଷ୍ଠିତ ହୋଇଯାଇଛି। ଏପରି ବିବାହକୁ ସ୍ବୟଂସେବକ ସଂସ୍ଥା ‘ନିମିତ୍ତ’ କରିଛି। ସଂସ୍ଥାର ସଚିବ ନିକିତା କହିଛନ୍ତି, ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ହଜାର ହଜାର ଯୋଡ଼ି ରହୁଛନ୍ତି। ଯେଉଁମାନଙ୍କର ଔପଚାରିକ ବିବାହ ହୋଇନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ବିବାହ ପାଇଁ ଖର୍ଚ୍ଚ କରିପାରୁନାହାନ୍ତି। ତେଣୁ ତାଙ୍କ ସଂସ୍ଥା ପକ୍ଷରୁ ଏପରି ଯୋଡ଼ିକୁ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସବୁଠୁ କୌତୂହଳ ବିଷୟର କଥା ହେଲା ଏହି ବିଧିବଦ୍ଧ ବିବାହ ଉତ୍ସବରେ ବରକନ୍ୟାଙ୍କ କୋଳରେ କାହାର ନାତି ନାତୁଣୀ ତ କାହାରୁ ଝିଅ ପୁଅ ବସିଥିଲେ। ଏମିତି ବି ଦେଖିବାକୁ ମିଳିଥିଲା ଗୋଟିଏ ବେଦିରେ ମା-ବାପା ବସିଥିବା ବେଳେ ଆଉ ଗୋଟିଏ ବେଦିରେ ପୁଅ-ବୋହୂ ବସିଥିଲେ। ଏପରି ବିବାହକୁ ନେଇ ଯୋଡ଼ିମାନେ ଖୁସି ଥିବା କହିଛନ୍ତି। ପଣ୍ଡିତ ବଦ୍ରିନାଥ ବିବାହ କାର୍ଯ୍ୟ ସମାପନ କରିଥିଲେ।

Share