ୟୁଟ୍ୟୁବ୍‌ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…

ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ ପିଲା ପାଇଁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥାଏ। ମାତ୍ର ଜଣେ ଜନ୍ମକଲା ମା’ ଯେ, ତା ନିଜ ପିଲାକୁ ପାଣିରେ ବୁଡ଼ାଇ ମାରିପାରେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ।

ଏପରି ହୃଦୟ ବିଦାରକ ଖବର ମଧ୍ୟପ୍ରଦେଶର ଉଜୈନରେ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ପିଲାଟିକୁ କିପରି ହତ୍ୟା କରିବେ ସେ ନେଇ ମା’ ୟୁଟ୍ୟୁବ୍‌ରୁ ସର୍ଚ୍ଚ ବି କରିଥିଲେ। ଏହା ପରେ ନିଜ ନିଜ ହାତରେ ଝିଅର ଜୀବନ ନେଇଛନ୍ତି ମା’।

ଖବର ଲୋକଲୋଚନକୁ ଆସିବା ପରେ ମା’ଙ୍କୁ ଗିରଫ କରିଛି ପୋଲିସ। ଏଠାରେ ରହୁଥିବା ଭଟେୱାରା ପରିବାରର ତିନି ମାସ ଝିଅର ମୃତଦେହ ତୃତୀୟ ମହଲାରେ ଥିବା ପାଣି ଟାଙ୍କିରୁ ମିଳିଥିଲା। ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଘଟଣାର ପ୍ରମାଣ ଅକ୍ଟୋବର ୧୨ରେ ମିଳିବା ପରେ ଏହି ଆଧାରରେ ପୋଲିସ ହତ୍ୟାକାରୀ ମା’ଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ପିଲାକୁ ହତ୍ୟା କରିବାର ଉପାୟ ଜାଣିବା ପରେ ଏପରି କାଣ୍ଡ ଘଟାଇଥିଲେ। ତେବେ ଏହାପୂର୍ବରୁ ସ୍ବାମୀ ଅର୍ପିତ, ଶାଶୁ ଅନୀତା ଏବଂ ଶ୍ୱଶୁର ସୁଭାଷ ଭଟେୱାରା ଝିଅର ମା’ ସ୍ବାତୀଙ୍କ ଉପରେ ହତ୍ୟା ସନ୍ଦେହ କରିଥିଲେ।

ଏସ୍‌ପି ଆକାଶ ଭୁରିଆ କହିଛନ୍ତି, ଅକ୍ଟୋବର ୧୨ ତାରିଖ ଅପରାହ୍ନ ୧ଟା ୨୦ ରୁ ୧ଟା ୪୦ ମଧ୍ୟରେ ଘରୁ ନିଖୋଜ ହୋଇଯାଇଥିଲେ। ସେତେବେଳେ ସ୍ବାତୀଙ୍କ ସ୍ବାମୀ ଅର୍ପିତ ଘର ତଳେ ଥିବା ଦୋକାନରେ ଥିଲେ । ଘରେ ସ୍ବାତୀ ଏବଂ ତାଙ୍କ ଶାଶୁ ଅନୀତା ଭାଟେୱାରାଙ୍କ ବ୍ୟତୀତ ଆଉ କେହି ନ ଥିଲେ। ତଦନ୍ତ ବେଳେ ସ୍ବାତୀ ସନ୍ଦେହ ଘେରକୁ ଆସିଥିଲେ। କିପରି ଝିଅକୁ ମାରିବେ ସ୍ବାତୀ ଅକ୍ଟୋବର ୧୦ରେ ମୋବାଇଲରେ ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ପରେ ୧୨ ତାରିଖରେ ପାଣିରେ ବୁଡ଼ାଇ ମାରିଥିଲେ।

Share