ଛୁଆ ହାତୀକୁ ଗ୍ରହଣ କରୁନି ମା’, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍‌ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖୋଲରୁ ଉଦ୍ଧାର କରାଯାଇଥିବା ପ୍ରାୟ ୨ ମାସର ହାତୀ ଛୁଆକୁ ମା’ ହାତୀ କିମ୍ବା ଦଳ ଗ୍ରହଣ କରୁନାହିଁ ା ଫଳରେ ଗତକାଲିଠାରୁ ବନ ବିଭାଗ ହାତୀ ଛୁଆ ଓ ଦଳ ଉପରେ ନଜର ରଖିଥିବା ବେଳେ ଯଦି ଗ୍ରହଣ ନ କରେ ତେବେ କ’ଣ ହେବ ସେ ଚିନ୍ତାରେ ରହିଛି।

ତେବେ ହାତୀ ଛୁଆ ଉଦ୍ଧାର ବେଳେ ତାକୁ ଛୁଇଁବା ଫଳରେ ମା’ ହାତୀ ଓ ଦଳ ପାଖକୁ ଯାଉନାହାନ୍ତି କିମ୍ବା ଗ୍ରହଣ କରୁନାହାନ୍ତି ା ଆଜି ହାତୀଟି ବାରବାଙ୍କ ଜଙ୍ଗଲରେ ଦଳଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକୁଟିଆ ବୁଲୁଥିବା ବେଳେ ତା’ ଉପରେ ହାତୀ ସ୍କ୍ବାଡ ନଜର ରଖିଥିବା ଜଣାପଡ଼ିଛି।