ଟ୍ରକ୍‌ ଚାପରେ ମା’ ମୃତ, ଝିଅ ଆହତ

ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପରଦେଶୀପଡା ୨୬ ନଂ. ଜାତୀୟ ରାଜପଥରେ ଗୁରୁବାର ଏକ ଟ୍ରକ୍‌ ଚାପରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ବାହାଦୁରବଗିଚାପଡାର ରାଜେଶ୍ୱରୀ ଦୀପ (୩୨)। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଏହି ସମୟରେ ସେଠାରେ କିଛି ସମୟ ଲାଗି ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପ୍ରକାଶ ଯେ, ମହିଳା ଜଣକ ନକଟିଗୁଡାରୁ ଝିଅ ପ୍ରିୟାଂଶିଙ୍କ ସହ ସ୍କୁଟିରେ ଯାଉଥିଲେ । ରାସ୍ତାରେ ଏକ ଗ୍ୟାସ ବୋଝେଇ ଟ୍ରକ୍‌ (ନଂ.ସିଜି୦୮ଏଡି-୫୭୭୭) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ରାସ୍ତାରେ ଛିଟିକି ପଡିଥିଲେ। ଏହି ସମୟରେ ଟ୍ରକ୍‌ ତାଙ୍କ ଉପରେ ଚଢିଯାଇଥିଲା। ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଝିଅ ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଚାଳକଙ୍କୁ ଟାଉନ ଥାନା ପୋଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।