ନ୍ୟାୟ ପାଇଁ ଏସ୍‌ପି ଅଫିସ ଆଗରେ ଧାରଣାରେ ବସିଲେ ମା’-ଝିଅ

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲା ପୀରହାଟ ଥାନା ଅର୍ଜୁନବିନ୍ଧା ଗ୍ରାମର କନକଲତା ବେହେରା ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି। ଗତ ୧ ତାରିଖରେ ଭଦ୍ରକ କଚେରି ବଜାରରେ ମା-ଝିଅ ଚାଲି ଚାଲି ଯାଉଥିବା ବେଳେ ସେହି ଗାଁର ପଦୁ ବେହେରା ସାନପୁଅ ଆମ୍ଭଙ୍କୁ ଗାଳି ଗୁଲଜ କରି ଗାଡ଼ିରେ ପଳାଇଲା। ପରେ ମୋ’ ଝିଅ ଯାଇ ତାକୁ ପଚାରିବାରୁ ତା’ ପାଖରେ ବସିଥିବା ରଞ୍ଜନ ପଣ୍ଡା ତାକୁ ମାଡ଼ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଧାରଣାରେ ବସି ରହିଛନ୍ତି।