ମା’କୁମ୍ଭୀର ପ୍ରଜନନ ବେଳେ ଅଧିକ ହିଂସ୍ର

ମହାକାଳପଡ଼ା,୨୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ଓ ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳ ନଦୀ ନାଳ ଘେରା। ଜୁନ୍‌, ଜୁଲାଇରେ ମା’ ବଉଳା କୁମ୍ଭୀର ପ୍ରଜନନ ଋତୁ ଓ ଅଣ୍ଡାଦାନ ପ୍ରକ୍ରିୟା ଯୋଗୁ ଅଧିକ ହିଂସ୍ର ହୋଇଥାନ୍ତି। ମା’ କୁମ୍ଭୀରମାନେ ବିଶେଷକରି ନଦୀ, ନାଳ କୂଳ ସନ୍ତସନ୍ତିଆ ଘଞ୍ଚ ବୁଦା ମୂଳେ ଉଚ୍ଚ ଗଡ଼ାଣିଆ ସ୍ଥାନରେ ଅତି ସୁରକ୍ଷିତ ଭାବେ ଅଣ୍ଡାଦାନ କରନ୍ତି। ମା’ କୁମ୍ଭୀର ଅଣ୍ଡାଦାନ ପୂର୍ବରୁ ବୁଦା ଉଚ୍ଚ ସ୍ଥାନରେ ହେନ୍ତାଳ ପତ୍ର, ପିଞ୍ଚା ପତ୍ର, ଖରି ଡାଳପତ୍ର, କାଠି କୁଟା ଘାସ ଆଦିକୁ ସଂଗ୍ରହ କରି ୨ଫୁଟ୍‌ ଉଚ୍ଚରେ ସଜେଇ ରଖି ବସା ବାନ୍ଧି ତାହା ଭିତରେ ୬୦ଟି ପାଖାପାଖି ଅଣ୍ଡା ଦେଇଥାନ୍ତି। ଶତ୍ରୁ ଆକ୍ରମଣରୁ ଅଣ୍ଡାକୁ ରକ୍ଷା ପାଇଁ ତଥା କାଉ, କୁକୁର, ବିଲୁଆ, ଚିଲ ଆଦି ଜନ୍ତୁମାନଙ୍କଠାରୁ ସୁରକ୍ଷିତ ଭାବେ ଦୂରେଇ ରଖିଥାନ୍ତି। ଯାହାକି ଏବେ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ପରିବେଶପ୍ରେମୀ ସମରେନ୍ଦ୍ର ମହାଳି କହିଛନ୍ତି, ବସାର କିଛି ଦୂର ବା କୋଡ଼ିଏ ଫୁଟ୍‌ ମଧ୍ୟରେ ଅଣ୍ଡାକୁ ଶତ୍ରୁ କବଳରୁ ରକ୍ଷା ପାଇଁ ମା’ କୁମ୍ଭୀର ଜଗି ରହିଥାଏ। ଯଦି କୌଣସି ଶତ୍ରୁ ଅଣ୍ଡା ଦେଇଥିବା ବସା ପାଖକୁ ଆସେ ମା’ କୁମ୍ଭୀର ଅତର୍କିତ ଭାବେ ଆକ୍ରମଣ କରିଥାଏ। ଏହି ସମୟରେ ମା’ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ମା’ କୁମ୍ଭୀର ଅଣ୍ଡାଦାନ କରିଥିବା ବସାକୁ ଜଗି ରହି ଅଣ୍ଡାକୁ ଉଷୁମ ଦେଉଥିବା ବେଳେ ପୁରୁଷ କୁମ୍ଭୀରଟି ଖାଦ୍ୟ ଅନ୍ବେଷଣରେ ମାଛ, କଙ୍କଡ଼ା, ପାଚିଲା ପିଞ୍ଚା କୋଳି ଓ ଅନ୍ୟ ଖାଦ୍ୟ ଧରି ମା’ କୁମ୍ଭୀର ନିକଟକୁ ଆସିଥାଏ। ତେବେ ୪୫ରୁ ୬୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମ ନେଇଥାଏ। ଏହି ଶାବକଗୁଡ଼ିକ ଟିକେ ବଡ଼ ହେବା ପରେ ମା’ କୁମ୍ଭୀର ସାଙ୍ଗରେ ଧରି ନଦୀ ଓ ସମୁଦ୍ର ମଧ୍ୟକୁ ଯାଇଥାଏ। ନଦୀ ଓ ସମୁଦ୍ର ପ୍ରଖର ସ୍ରୋତରେ ମା’ କୁମ୍ଭୀର ସହ ଶାବକ ଢେଉ ପାରି ହୋଇ ଆଗକୁ ପହଁରିଲେ ସେମାନେ ବଞ୍ଚତ୍ଥାନ୍ତି। ଯେଉଁ ଶାବକ ନଦୀର ପ୍ରଖର ଢେଉରେ ପାରି ହୋଇପାରନ୍ତି ନାହିଁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ବ୍ଲକର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଓ ମହାକାଳପଡ଼ା ବନାଞ୍ଚଳଗୁଡ଼ିକରେ ମହାନଦୀ ତ୍ରିକୋଣଭୂମି ଅବବାହିକା, ଗୋବରୀ ନଦୀ ପାଶର୍‌ବ ଘଞ୍ଚ ବୁଦା, ଭିତର ଖରିନାସୀ, କଣ୍ଟିଲୋ, କଂସାରଡ଼ିଆ, ହେଟା ମୁଣ୍ଡିଆ ଆଦି ସଂରକ୍ଷିତ ଜଙ୍ଗଲ ସମେତ ରାମଚଣ୍ଡୀ ଗଳିଆ ନଦୀ, ଗୁପ୍ତଗିରି ନଦୀ ଘଞ୍ଚ ବୁଦା ମୂଳେ ବଉଳା କୁମ୍ଭୀରମାନଙ୍କ ବସା ଅତି ସୁରକ୍ଷିତ ଭାବେ ବାନ୍ଧି ଅଣ୍ଡାଦାନ କରିଥାନ୍ତି। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗ ରହିବା ଆବଶ୍ୟକ। ଅନେକ ସମୟରେ ନଦୀ କୂଳିଆ ଅଞ୍ଚଳ ଲୋକଙ୍କୁ ବଉଳା କୁମ୍ଭୀର ଆକ୍ରମଣରେ ଶିକାର ହେବାକୁ ପଡ଼ିଥାଏ। ନଦୀ କୂଳରେ ଚରୁଥିବା ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ବତକମାନଙ୍କୁ କୁମ୍ଭୀର ଆକ୍ରମଣ କରୁଥିବା ନଜିର ରହିଛି। ଚଳିତ ମାସରେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରେ ଯାଇଛି। ୨ ମାସ ପୂର୍ବେ ବ୍ଲକ ଅଧୀନ ଖରନାସୀ ଗ୍ରାମର ଜଣେ ମହିଳା ନାଳରୁ ମାଛ ଧରିବା ବେଳେ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଅଦ୍ୟାବଧି ନଦୀ କୂଳରେ କୁମ୍ଭୀର ବସା ବାନ୍ଧିବା ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରଜନନ ସମୟରେ କୁମ୍ଭୀର ହିଂସ୍ର ହୁଅନ୍ତି। ବନ ବିଭାଗ ପକ୍ଷରୁ ସମସ୍ତ ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବର୍ଷା ଦିନରେ ନଦୀ ମଧ୍ୟକୁ ପ୍ରବେଶ କଟକଣା ଜାରି କରାଯାଇଛି। ତେବେ ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ନଦୀକୂଳ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବାକୁ ମାଇକ ମାଧ୍ୟମରେ ପ୍ରଚାର କରାଯିବା ସହ ବନ ବିଭାଗ କର୍ମଚାରୀ ଗଁାକୁ ଗଁା ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri