ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ

ବ୍ରାସିଲିଆ୨୪ା୬: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅନାସ୍ଥାଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ସେ ମିଥ୍ୟା ଦାବି କରିଥିବା ଅଭିଯୋଗ ରହିଛି। ବ୍ରାସିଲିଆସ୍ଥିତ ଏକ ସଂଘୀୟ ନିର୍ବାଚନ ଅଦାଲତରେ ଗୁରୁବାର ଏହି ୬୮ ବର୍ଷୀୟ ଦକ୍ଷିଣପନ୍ଥୀ ନେତାଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଛି। ସେ ଦୋଷୀ ସାବ୍ୟସ୍ତ ହେଲେ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ। ଅର୍ଥାତ୍‌ ବୋଲସୋନାରୋ ୭୬ ବର୍ଷରେ ଉପନୀତ ହେବା ପରେ ସ୍ବାସ୍ଥ୍ୟ ମଧ୍ୟ ତାଙ୍କୁ ରାଜନୈତିକ ରୂପେ ସକ୍ରିୟ ହେବା ପାଇଁ ଅନୁମତି ଦେଇ ନ ପାରେ।
ଗତ ଅକ୍ଟୋବରରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପାଇଁ ପ୍ରଚାରବେଳେ ଲିବରାଲ ପାର୍ଟି ପ୍ରାର୍ଥୀ ବୋଲସୋନାରୋ ନିର୍ବାଚନର ବୈଧତାକୁ ନେଇ ପ୍ରଶ୍ନ ଉଠାଇ କହିଥିଲେ, ଦେଶର ମତଦାନ ବ୍ୟବସ୍ଥାରେ ହେରଫେର କରାଯାଇପାରିବ। ନିର୍ବାଚନ ଫଳାଫଳ ମଧ୍ୟ ଏପଟସେପଟ ହୋଇପାରେ। ତାଙ୍କର ଏହି ଅଗଣତାନ୍ତ୍ରିକ ଭାଷଣ ସେତେବେଳେ ଜାତୀୟ ଟି.ଭି. ଚ୍ୟାନେଲରେ ପ୍ରସାରିତ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ନିର୍ବାଚନରେ ତାଙ୍କ ପରାଜୟ ଲାଗି ଏହି ମନ୍ତବ୍ୟକୁ ଦାୟୀ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍‌ ଲେବର ପାର୍ଟି ନେତା ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ବିଜୟକୁ ବୋଲସୋନାରୋଙ୍କ ସମର୍ଥକ ଗ୍ରହଣ କରି ନ ଥିଲେ। ଲୁଲା ଗତ ଜାନୁୟାରୀରେ ଶପଥ ନେବା ପରେ ସେମାନେ ସରକାରୀ ଅଫିସଗୁଡ଼ିକୁ ପଶି ଭଙ୍ଗାରୁଜା ସହ ବିଦ୍ରୋହ ଉଦ୍ୟମ କରିଥିଲେ। ତେଣୁ ନିର୍ବାଚନ ଫଳାଫଳ ପଲଟାଇବା ପାଇଁ ସେ ଦଙ୍ଗା ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଆସନ୍ତା ଗୁରୁବାର ଏହା ଉପରେ ରାୟ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?