ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ

ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ ମା’ ଗାଧୋଇ ଆସି ଦେଖିଲା ବେଳକୁ ତାଙ୍କ ସପ୍ତମ ଶ୍ରେଣୀର ପୁଅ ଜଳୁଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମ ଦାନଗଦି ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ପୁଅ ପଢ଼ୁଥିବା ସ୍କୁଲରୁ ପୂଜା ଛୁଟିରେ ଘରକୁ ଆସି ମଙ୍ଗଳବାର ଯିବାର ଥିଲା। ମାତ୍ର ଗାଁ ରେ ଲଷ୍ମୀପୂଜା ଚାଲିଥିବାରୁ ନାବାଳକ ସ୍କୁଲ ନ ଯିବାକୁ ମନା କରିଥିଲେ। ବାପା ଆକାଟ କରିବାରୁ ନାବାଳକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।