ଅବହେଳିତ ଅବସ୍ଥାରେ ମା’ ଭଣ୍ଡାରଘରଣୀଙ୍କ ମୂଳପୀଠ

ନନ୍ଦାହାଣ୍ଡି,୨।୯(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ। ନବରଙ୍ଗପୁର ଜିଲାବାସୀଙ୍କ ସହାୟତା ଓ ଚେଷ୍ଟା ଫଳରେ ନବରଙ୍ଗପୁର ସହର ମଝିରେ ମାଁ ଙ୍କର ଅତି ସୁନ୍ଦର ଓ ବିରାଟ ମନ୍ଦିର ବିଦ୍ୟମାନ। କିନ୍ତୁ ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥିବା ମାଁ ଭଣ୍ଡାରଘରଣୀଙ୍କର ମୂଳପୀଠ ଆଜି ବି ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
ମୂଳପୀଠଟି ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ଗ୍ରାମରେ ଟିଣ ଭଙ୍ଗା ଦଦରା ଘରେ ରହିଛି। ଅତୀତରେ ନବରଙ୍ଗପୁର ରାଜା ଶ୍ରୀ ଚୈତନ୍ୟ ଦେବ ନିଜ ରାଜଧାନୀରେ ମା’ଙ୍କୁ ଆଣି ସ୍ଥାପନା କରିଥିଲେ। କିନ୍ତୁ ସରକାର ଆଉ ଜନ ପ୍ରତିନିଧିମାନଙ୍କ ଦୃଷ୍ଟିରେ ପଡୁନି ମାଁଙ୍କ ମୂଳପୀଠ। ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏବଂ ବଣ ପାହାଡ ଘେରା ଏହି ଗାଁକୁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ। ମନ୍ଦିରର ନବୀକରଣକୁ ନେଇ ଅନେକ ଥର ଦାବି ଉଠିଛି। କିନ୍ତୁ ସମୟ ସ୍ରୋତରେ ସବୁ ଭାସିଯାଇଛି। ମନ୍ଦିର ପାର୍ଶ୍ୱରେ ଅଛି ଇତିହାସର ସ୍ମୃତି ବହନ କରୁଥିବା ରାଣୀ ପୋଖରୀ, ଯାହାକି ଆଜି କେବଳ ଏକ ଗାତ ହୋଇ ରହିଯାଇଛି। ଇତିହାସର ସ୍ମୃତି ବହନ କରୁଥିବା ଏହି ରାଣୀ ପୋଖରୀର ପୁନରୁଦ୍ଧାର ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯୋଜନା ଉପଯୋଗୀ ହୋଇପାରୁନାହିଁ। ନିର୍ବାଚନ ପୂର୍ବରୁ ବିଜୟର ମନସ୍କାମନା ନେଇ ଆଶୀର୍ବାଦ ଭିକ୍ଷା କରିବାକୁ ଯାଉଥିବା ଜନ ପ୍ରତିନିଧି କିନ୍ତୁ ନିର୍ବାଚନ ପରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ନିଜ ପାଣ୍ଠିରୁ କିଛି ସାହାଯ୍ୟ ଦିଅନ୍ତି ନାହିଁ ବୋଲି ଦୁଃଖରେ କୁହନ୍ତି ଗ୍ରାମବାସୀ। ସବୁଠୁ ଦୁଃଖର ବିଷୟ ଯେ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ଆଜି ଏହା ହଜିଯାଇଛି। ବାରମ୍ବାର ପ୍ରଶାସନକୁ ଏହି ଐତିହ୍ୟ ବଞ୍ଚାଇବା ପାଇଁ ନିବେଦନ କରିବା ପରେ ଏବେ କିନ୍ତୁ ସରକାର, ପ୍ରଶାସନ, ସମସ୍ତ ଜନ ପ୍ରତିନିଧି, ଅଞ୍ଚଳବାସୀଙ୍କ ସହ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଅପେକ୍ଷାରେ ମାଁ ଭଣ୍ଡାରଘରଣୀ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri