ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…

ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର ବାହାଦୂରଗଡ଼ ଅଞ୍ଚଳରେ ଘଟିଛି। ଜଣେ ୭ ବର୍ଷ ବାଳକଙ୍କୁ ଟାଇଫଏଡ୍‌ ହୋଇଥିଲା। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମେ’ ୨୬ରେ ଘୋଷଣା କରିଥିଲେ। ବାଳକଙ୍କୁ ଘରକୁ ଅଣାଯାଇ ଅନ୍ତିମ ସଂସ୍କାର ଲାଗି ଯୋଜନା ଚାଲିଥିଲା। ତେବେ ମା’ ଜାହ୍ନବୀ ବିକଳରେ ମୁଣ୍ଡ ପିଟି ବାହୁନି କାନ୍ଦିବାରେ ଲାଗିଥିଲେ। ମୋ ଧନ ଫେରିଆ ବୋଲି ବାରମ୍ବାର କହୁଥିଲେ। ହଠାତ୍‌ ବାଳକଙ୍କ ଶରୀର ହଲ୍‌ଚଲ୍‌ ହୋଇଥିଲା। ବାଳକଙ୍କ ବାପା ହିତେଶ୍‌ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେଇଥିଲେ। ପିଲା କାଶିବା ଆରମ୍ଭ କରିଥିଲା। ପରେ ତାଙ୍କୁ ରୋହତକ୍‌ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରି ପୁଣି ଖେଳିବା ବୁଲିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଗାଁରେ ଆନନ୍ଦ ଖେଳି ଯାଇଛି।

Share