Posted inରାଜ୍ୟ

ନାବାଳକଙ୍କୁ ଚୋରିରେ ସାହାଯ୍ୟ କରୁଥିଲେ ମା, ମାଉସୀ

ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳ ସମେତ ଭଦ୍ରକ ଜିଲାରେ ଚୋରି କରୁଥିଲେ। ପରେ ଚୋରି ଜିନିଷକୁ ନିଜ ମା ଓ ଦୁଇ ମାଉସୀଙ୍କ ଜରିଆରେ ବିକ୍ରି କରୁଥିଲେ। ଏକ ଚୋରି ଘଟଣାର ତଦନ୍ତ କରୁଥିବା ଭରତପୁର ଥାନା ପୋଲିସ ସମ୍ପୃକ୍ତ ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ସମେତ ୬ ଜଣଙ୍କୁ ଧରିବା ପରେ ଏଭଳି ଘଟଣା ପଦାକୁ ଆସିଛି। ଚୋରି ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ଥିବା ନାବାଳକଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ପରେ ବାଳସୁଧାର ଗୃହକୁ ପଠାଇଦେଇଛି। ଅନ୍ୟପଟେ ନାବାଳକଙ୍କୁ ଚୋରିରେ ସହାୟତା କରୁଥିବା ତାଙ୍କ ମା’ ଗଞ୍ଜାମର ମଞ୍ଜୁ ଡାକୁଆ, ଦୁଇ ମାଉସୀ ଆଶା ଡାକୁଆ ଓ ମିତିକା ଡାକୁଆଙ୍କ ସହ ଚୋରି ସାମଗ୍ରୀ କିଣିଥିବା ଦୁଇ ରିସିଭର ଗଜପତି ଜିଲାର ଲିକୁ ଶବର ଓ ପୁରୀ କୋଣାର୍କର ଲକ୍ଷ୍ମଣ କୁମାର ପରିଡାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୭ ଗ୍ରାମ୍‌ ଓଜନର ହୀରାଖଚିତ ସୁନା ଅଳଙ୍କାର, ୨୫୦ ଗ୍ରାମ୍‌ ସୁନା ଅଳଙ୍କାର,୧୯୦ ଗ୍ରାମ୍‌ ରୁପା ଅଳଙ୍କାର, ଗୋଟିଏ ଟିଭି, ୪ ଲାପଟପ, ୩ ମୋବାଇଲ ଫୋନ, ଗ୍ୟାସ ସିଲିଣ୍ଡର ଆଦି ଜବତ ହୋଇଛି। ତେବେ ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପରେ ଜାମିନ ନ ମିଳିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ନାବାଳକ ଜଣକ ଖୋଲା ଘର ଦେଖି ଭିତରକୁ ପଶିଯିବା ସହ ଲୋକଙ୍କୁ ବାହାରପଟୁ କବାଟ ଦେଇ ଅନ୍ୟ କୋଠରିରୁ ଚୋରି କରିଥାନ୍ତି। ଘଟଣାକ୍ରମରେ ନାବାଳକ ଜଣକ ସେପ୍ଟେମ୍ବର ୧୧ ଅପରାହ୍ନ ୪ଟାରେ ଭରତପୁର କୋଳଥିଆ ଅଞ୍ଚଳରେ ପରିବାର ସହ ରହୁଥିବା ଚିନ୍ମୟ କୁମାର ଦଳାଇଙ୍କ ଘରେ ପଶିଥିଲେ। ଚିନ୍ମୟଙ୍କ ସ୍ତ୍ରୀ ଓ ଝିଅ ଗୋଟିଏ ରୁମ୍‌ରେ ଥିବା ବେଳେ ନାବାଳକ ଜଣକ ପ୍ରଥମେ ସେମାନଙ୍କୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ପରେ ଚିନ୍ମୟଙ୍କ ବାପା ରହୁଥିବା ଘରର କବାଟ ବନ୍ଦ କରି ତୃତୀୟ ଘରୁ ସୁନା ଅଳଙ୍କାର, ୭୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏନେଇ ଘର ମାଲିକ ଚିନ୍ମୟ କୁମାର ଦଳାଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri