୭୩% ଭାରତୀୟ ଗ୍ରାହକଙ୍କ ପସନ୍ଦ ଅନ୍‌ଲାଇନ ଶପିଂ

ନୂଆଦିଲ୍ଲୀ,୧୫।୯ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସବୁ ବର୍ଗର ଭାରତୀୟ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ଅନେକ ସୁବିଧା ଓ ଇ-କର୍ମସ କମ୍ପାନୀଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ଓ ହୋମ୍‌ ଡେଲିଭରି ସୁବିଧା ଯୋଗାଇଦେଉଥିବାରୁ ପ୍ରାୟ ୭୩% ଭାରତୀୟ ଅନ୍‌ଲାଇନ ଶପିଂକୁ ପସନ୍ଦ କରୁଥିବା ଆମାଜନ୍‌ ଇଣ୍ଡିଆ ଦ୍ୱାରା ଇପ୍‌ସୋସ୍‌ ରିସର୍ଚ୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି ଭାରତ ବାର୍ଷିକ ଉତ୍ସବ ଋତୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାହକମାନେ ମଧ୍ୟ ଚଳିତ ବର୍ଷ ଫେଷ୍ଟିଭାଲ ଶପିଂ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଅଧ୍ୟୟନ ବା ସର୍ଭେରେ ଭାଗନେଇଥିବା ଭାରତୀୟଙ୍କ ମଧ୍ୟରୁ ୮୯% ଗ୍ରାହକ ଆଗାମୀ ପର୍ବକୁ ନେଇ ଉତ୍ସାହ ପ୍ରକାଶ କରିଥିବାବେଳେ ୭୧% ଗ୍ରାହକ ଚଳିତ ପାର୍ବଣ ଋତୁରେ ଅନ୍‌ଲାଇନ ଶପିଂ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେହିଭଳି ଅନ୍‌ଲାଇନ ଶପିଂ କରିବାକୁ ଚାହୁଁଥିବା ପ୍ରାୟ ୫୦% ଅଂଶଗ୍ରହଣକାରୀ ଗ୍ରାହକ କହିଛନ୍ତି, ସେମାନେ ଗତ ବର୍ଷ ତୁଳନାରେ ଅନ୍‌ଲାଇନ ଫେଷ୍ଟିଭାଲ ଶପିଂରେ ଅଧିକ ଖର୍ଚ୍ଚ କରିବେ। ଏପରିକି ପାର୍ବଣ ସମୟର କିଣାକିଣି ପାଇଁ ଅପେକ୍ଷାକରି ରହିଛନ୍ତି। ଏହି କ୍ରମରେ ମେଟ୍ରୋ ସହରର ୫୫% ଏବଂ ଟିୟର-୨ ସହର (୧୦ରୁ ୪୦ ଲକ୍ଷ ଜନସଂଖ୍ୟା ଥିବା ସହରରେ ୪୩%)ର ଗ୍ରାହକମାନେ ଅନ୍‌ଲାଇନରେ ଶପିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଆମାଜନ ଏକ ପସନ୍ଦର ଅନ୍‌ଲାଇନ ଶପିଂ ଗନ୍ତବ୍ୟସ୍ଥଳ ପାଲଟିଛି। ୭୩%ରୁ ଅଧିକ ଉତ୍ତରଦାତା ସେମାନଙ୍କ ପର୍ବପର୍ବାଣି ଆବଶ୍ୟକତା ପାଇଁ ଆମାଜନ ଉପରେ ବିଶ୍ୱାସ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ୭୫% ଭାରତୀୟ ଗ୍ରାହକ ଆମାଜନ୍‌ ଇଣ୍ଡିଆକୁ ଏକ ବିସ୍ତୃତ ଉତ୍ପାଦ ପ୍ରଦାନ କରୁଥିବା ବିବେଚନା କରିଛନ୍ତି ଏବଂ ୭୨% ଆମାଜନରେ ବିକ୍ରେତାମାନେ ଆକର୍ଷଣୀୟ ଡିଲ୍‌ ପ୍ରଦାନ କରୁଥିବା ବିବେଚନା କରିଥିଲାବେଳେ ୭୩% ଏହାକୁ ଏକ ବିଶ୍ୱସନୀୟ ଏବଂ ଉତ୍କୃଷ୍ଟ ଅନ୍‌ଲାଇନ ଶପିଂ ଡେଷ୍ଟିନେଶନ ଭାବେ ଦେଖିଛନ୍ତି।

ଏ ସମ୍ପର୍କରେ ଆମାଜନ ଇଣ୍ଡିଆର କ୍ୟାଟେଗୋରି ଲିଡରଶିପ୍‌ ଭାଇସ ପ୍ରେସିଡେଣ୍ଟ ସୌରଭ ଶ୍ରୀବାସ୍ତବ କହିଥିଲେ, ଆମେ ଆମ ଗ୍ରାହକଙ୍କ ନିକଟରେ କୃତଜ୍ଞ ରହିଛୁ ଏବଂ ସେମାନେ ଆମ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ସେଥିପାଇଁ ଆମେ ଋଣୀ ରହିଛୁ। ଏପରିକି ପାର୍ବଣ ଅବଧି ଆମ ପାଇଁ ବିଶାଳ ଚୟନ, ମହାନ୍‌ ମୂଲ୍ୟ ସହ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ନିରବଚ୍ଛିନ୍ନ ସପିଂ ଅଭିଜ୍ଞତା ସହିତ ଗ୍ରାହକମାନଙ୍କୁ ଆନନ୍ଦିତ କରିବାର ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ, ଯାହା ଉପଭୋକ୍ତା ପସନ୍ଦକୁ ପ୍ରତିଫଳିତ କରିଛି ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି ଇପ୍‌ସୋସ୍‌ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ଅମିତ ଆଦରକର କହିଛନ୍ତି, ଆମର ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ସହରାଞ୍ଚଳ ଭାରତୀୟ ଗ୍ରାହକ ଉତ୍ସାହର ସହ ପାର୍ବଣ ଶପିଂକୁ ଅପେକ୍ଷା କରିଛନ୍ତି। ଅପରପକ୍ଷରେ ୭୬% ଗ୍ରାହକ ଯେକୌଣସି ସମୟ ଓ ସ୍ଥାନରେ କିଣାକିଣି କରିବାର କ୍ଷମତାକୁ ପ୍ରଶଂସା କରିଛନ୍ତି। ଏପରିକି ୭୪% ଦ୍ରୁତ ଡେଲିଭରି, ୭୫% ଅସଲି ଉତ୍ପାଦ ପ୍ରଦାନ ପାଇଁ ଅନ୍‌ଲାଇନ ଶପିଂ ଇଭେଣ୍ଟକୁ ବିଶ୍ୱାସ କରିଥିବାବେଳେ ୭୫% ନୋ-କଷ୍ଟ ଇଏମ୍‌ଆଇ ଭଳି ସୁଲଭ ଦେୟ ବିକଳ୍ପ ସହିତ ଅନ୍ୟ କେତେକ ପ୍ରମୁଖ କାରଣ ପାଇଁ କ୍ରୟ କରିଥାନ୍ତି। ଫଳରେ ଗ୍ରାହକମାନଙ୍କୁ ପାର୍ବଣଋତୁରେ ଅନ୍‌ଲାଇନ ଶପିଂ କରିବାକୁ ପ୍ରୋତ୍ସାହିତ କରିଥାଏ। ଅନ୍‌ଲାଇନ ସେଲ୍‌ ଇଭେଣ୍ଟ ସମୟରେ ଟ୍ରେଣ୍ଡି ଫ୍ୟାଶନ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆମାଜନ ଚଳିତ ପାର୍ବଣ ଋତୁରେ ପୋଷାକ, ଜୋତା ଏବଂ ଫ୍ୟାଶନ୍‌ ଆକ୍ସେସରିଜ୍‌ (୩୫%) ଏବଂ ବିୟୁଟି (୩୪%) ଗ୍ରାହକଙ୍କ ପାଇଁ ପସନ୍ଦର ଅନ୍‌ଲାଇନ ଶପିଂ ମାର୍କେଟପ୍ଲେସ୍‌ ଭାବେ ଉଭା ହୋଇଛି, ଫେଷ୍ଟିଭାଲ୍‌ ସ୍ପିରିଟ୍‌ ଫ୍ୟାଶନରେ ବିସ୍ତାରିତ ହୋଇଥିବାବେଳେ ୮୩% ଲୋକ ପୋଷାକ, ଜୋତା ଏବଂ ଆକ୍ସେସରିଜ୍‌ ଉପରେ ଭଲ ଡିଲ୍‌ ପାଇଛନ୍ତି। ସେହିଭଳି ୭୩% ସହମତ ହୋଇଛନ୍ତି ଯେ ପାର୍ବଣ ଋତୁର ଅନ୍‌ଲାଇନ ସେଲ୍‌ ଇଭେଣ୍ଟରେ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଫ୍ୟାଶନ ପ୍ରଡକ୍ଟ ପାଇଁ ଆବଶ୍ୟକ ସମସ୍ତ ଜିନିଷ ଉପଲବ୍ଧ ହୋଇଥାଏ। ଏପରିକି ଅନ୍‌ଲାଇନରେ ପୋଷାକ, ଜୋତା ଏବଂ ଫ୍ୟାଶନ ଆକ୍ସେସରିଜ୍‌ କିଣିବା ଉଦ୍ଦେଶ୍ୟରେ ଜେନ୍‌-ଜେଡ୍‌ ୮୬% ସହିତ ଅଗ୍ରଣୀ ହାସଲ କରିଛି। ସେହିପରି ୮୨% ସହମତ ହୋଇଛନ୍ତି ଯେ ଅନ୍‌ଲାଇନ ଫେଷ୍ଟିଭ୍‌ ସେଲ୍‌ ଇଭେଣ୍ଟଟରେ ଆକର୍ଷଣୀୟ ରିହାତି ଏବଂ ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ବ୍ରାଣ୍ଡ୍‌ଗୁଡିକ ପାଇଁ ମଧ୍ୟ ଏହା ଉପଲବ୍ଧ। ଅନ୍‌ଲାଇନ ସେଲ୍‌ ଇଭେଣ୍ଟ ସମୟରେ ଗ୍ରୋସରି କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ୩୫% କହିଛନ୍ତି ଯେ ଆମାଜନ୍‌ ପାର୍ବଣ ଋତୁରେ ସେମାନଙ୍କର ଅନ୍‌ଲାଇନ ଶପିଂ ଆପ୍‌ ଭାବେ ପରିଗଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?