ମା’ ଝିଅଙ୍କୁ ଛୁରାମାଡ଼ ଘଟଣା: ହସ୍ପିଟାଲରୁ ଡିସଚାର୍ଜ ପରେ ପୋଲିସ ହେପାଜତରେ ଅଭିଯୁକ୍ତ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି । ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ରୂପେଶ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିଲା। ପଡ଼ୋଶୀ ଘରର ଯୁବକ ମହିଳା ଡ୍ରେସ ପିନ୍ଧି ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ରୂପେଶ ନିଜେ ମଧ୍ୟ ଆହତ ହୋଇଥିଲେ।