ସ୍କୁଟିରେ ଯାଉଥିବାବେଳେ ମା’ ଝିଅଙ୍କୁ ଧକ୍କା ଦେଲା ଟ୍ରକ୍‌, ଘଟଣାସ୍ଥଳରେ ଘଟିଲା …

ବଲାଙ୍ଗୀର, ୯।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗାନ୍ଧୀନଗର ପଡ଼ାରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମା’ ଝିଅଙ୍କ ଜୀବନ ଯାଇଥିଲା। ଏହି ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ବଲାଙ୍ଗୀର ସହରର ମହାଦେବ ମନ୍ଦିର ଛକରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପୁଣି ଏକ ଟ୍ରକ୍‌ ଧକ୍କା ଦେଇଛି। ତେବେ ଘଟଣାରେ ଦୁଇ ମା’ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରୁ ବର୍ତ୍ତିବା ପରେ ମା’ ଜଣକ ଟ୍ରକ୍‌ ଡ୍ରାଇଭରଙ୍କୁ ଗାଳି କରିଥିଲେ। ସେଠାରେ ଭିଡ଼ ଜମିଥିଲା। ବଲାଙ୍ଗୀର ସହରରେ ଚାଲିଥିବା ଜଳାଶୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଜଳାଶୟ ଗୁଡିକରୁ ମାଟି ଉଠାଯାଉଛି। ଏହି ମାଟି ରାସ୍ତାରେ ପଡ଼ିଥିବାରୁ ସ୍ଳିପ ହେଉଛି ଓ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି।

Odisha’s No.1 Odia Daily

Share