୩ ବର୍ଷ ପୁଅର ବେକ କାଟି ମାରିଦେଲା ମା’

କୋରାପୁଟ,୧୪।୪(ସ୍ବ.ପ୍ର.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ଲୁକୁମାରୀ ଗ୍ରାମରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ା ଜଣେ ମା’ ନିଜର ୩ ବର୍ଷର ପୁଅର ବେକ କାଟିଦେଇଥିବା ଜଣାପଡ଼ିଛି। ମାନସିକ ଭାରସାମ୍ୟ ହରାଇ ମା’ ଏପରି କାଣ୍ଡ ଘଟାଇଛନ୍ତି।
ମିଳିଥିବା ସୂଚନାନୁସାରେ, ଜିଲାରେ ବର୍ତ୍ତମାନ ଚଇତି ପର୍ବ ଚାଲିଥିବା ବେଳେ ଦଶମନ୍ତପୁର ବ୍ଲକର ଲୁକୁମାରି ଗ୍ରାମର ଫୁଲମତି ମୁଦୁଲି ୩ ବର୍ଷର ପୁଅ ସିଦ୍ଧୁ ମୁଦୁଲିଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଘଟଣାସ୍ଥଳରେ ସିଦ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଦଶମନ୍ତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମା’ ଫୁଲମତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ସାଇନ୍ଟିଫିକ୍‌ ଟିମ ଓ ଡଗ ସ୍କ୍ବାଡ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।