Posted inଜାତୀୟ

ମୋଷ୍ଟ ଓ୍ବାଣ୍ଟେଡ୍‌ ଅମୃତପାଲ ଗିରଫ: ଏହି ଖଲିସ୍ଥାନୀ ନେତାଙ୍କ ନାଁରେ ରହିଛି ୬ଟି ଗୁରୁତର ମାମଲା

ପଞ୍ଜାବ,୨୩।୪: ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଡେ ର ମୁଖ୍ୟ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ରବିବାର ପୋଲିସ ତାଙ୍କୁୁୁ ମୋଗାରୁ ଗିରଫ କରିଛି। ଦୀର୍ଘ ୩୬ଦିନ ଧରି ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ଖୋଜୁଥିଲା। ଅମୃତପାଲଙ୍କୁ ଧରିବା ପାଇଁ ପୋଲିସ ତାର ଟିମକୁ ପ୍ରାୟ ୯ଟି ରାଜ୍ୟକୁ ପଠାଇଥିଲା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅମୃତପାଲଙ୍କ ବିରୋଧରେ ଏପରି ମାମଲା ରହିଛି ଯାହାକୁ ନେଇ ପଞ୍ଜାବ ପୋଲିସ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଅର୍ନ୍ତଭୁକ୍ତ କରିଛି।

ଅମୃତପାଲ ସିଂ ଫେବୃଆରୀ ୨୩ରେ ପ୍ରଥମ ଥର ପାଇଁ ଲୋକଲୋଚନରେ ଚର୍ଚ୍ଚାକୁ ଆସିଥିଲେ। ସେଦିନ ସେ ପଞ୍ଜାବର ଅଜନାଲା ଥାନାକୁ ନିଜ ସମର୍ଥକଙ୍କ ସହ ମିଶି ଖଣ୍ଡା ଏବଂ ଲାଠିରେ ଘେରାଉ କରିଥିଲା। ସେବେଠାରୁ ପଞ୍ଜାବ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା। ମାର୍ଚ୍ଚ ୧୮ରୁ ପୋଲିସ୍‌ ଅମୃତପାଲ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ଲାଗି ମିଶନ ଆରମ୍ଭ କରିଥିଲା। ସେବେଠାରୁ ସେ ପୋଲିସକୁ ଚଖମା ଦେଇ ପଳାୟନ କରୁଥିଲ॥

ଅମୃତପାଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅନେକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ମୋଟ ୬ଟି ମାମଲା ରୁଜୁ ହୋଇଛି। ଏଥିସହ ତା ଉପରେ ଏନଏସଏ ମାମଲା ମଧ୍ୟ ଲାଗିଛି।

୧୬ ଫେବୃଆରୀ- ଅମୃତପାଲଙ୍କ ବିରୋଧରେ ପ୍ରଥମ ମାମଲା ୧୬ଫେବୃଆରୀରେ ରୁଜୁ ହୋଇଥିଲା। ଅଜନାଲା ପୋଲିସ ଅମୃତପାଲ ବିରୋଧରେ ଅପହରଣ ଓ ଗଣ୍ଡଗୋଳ ମାମଲା ରୁଜୁ କରିଥିଲା। ଚାମକୋରର ବାସିନ୍ଦାଙ୍କ ଅଭିଯୋଗନୁଯାୟୀ ଅମୃତପାଲ ତାଙ୍କୁ ଅପହରଣ କରି ମାରପିଟ୍‌ କରିଥିଲେ। ଏବଂ ଧମକ ଦେଇଥିଲେ କି, ସୋସିଆଲ ମିଡିଆରେ ତାଙ୍କ ସଂଗଠନ ବିରୋଧରେ କିଛି ଲେଖିଲେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମାରିଦେବେ।

୨୨ ଫେବୃଆରୀ- ଅମୃତପାଲଙ୍କ ବିରୋଧରେ ଘୃଣା ମନ୍ତବ୍ୟ ଦେବା ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଥିଲା।

୨୩ ଫେବୃଆରୀ- ପୋଲିସ୍‌ ଅମୃତପାଙ୍କେ ଖାସ୍‌ ଲୋକ ଲବପ୍ରୀତ ସିଂହ ତୁଫାନକୁ ଗିରଫ କରିଥିଲା। ଏହାକୁ ନେଇ ଅମୃତପାଲ ଅଜନାଲା ଥାନାକୁ ଘେରାଉ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ଖଣ୍ଡା ଏବଂ ଅସ୍ତ୍ରଶସ୍ତ୍ର ଧରି ଥାନା ଭିତରକୁ ପଶି ଆସିଥିଲେ। ଭିଡ ରୋକିବା ପାଇଁ ପୋଲିସ୍‌ ବ୍ୟାରିକେଡ ଲଗାଇ ଥିଲେ ହେଁ ତଅମୃତପାଲର ସହଯୋଗୀ ବ୍ୟାରିକେଡ ଭାଙ୍ଗି ଥାନା ଭିତରକୁ ପଶିଥିଲେ ଏବଂ ଲବପ୍ରୀତଙ୍କୁ ମୁକ୍ତ କରିଥିଲେ। ଏହି ସମୟରେ ଧସ୍ତାଧସ୍ତିରେ ୬ପୋଲିସ କର୍ମୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୋଲିସ ତାଙ୍କ ଉପରେ କଡା ନଜର ରଖିବା ଆରମ୍ଭ କଲା।

୨୪ଫେବୃଆରୀ- ଏହିଦିନ ପୋଲିସ ଅମୃତପାଲ ଏବଂ ତା ସମର୍ଥକଙ୍କ ବିରୋଧରେ ଥାନା ଉପରେ ଆକ୍ରମଣ, ପୋଲିସ ଉପରେ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଥିଲା।

୧୮ ମାର୍ଚ୍ଚ- ଅମୃତପାଲ ଏବଂ ତା ସହଯୋଗୀଙ୍କ ବିରୋଧରେ ଆର୍ମସ ଆକ୍ଟ ଏବଂ ଆଇପିସି ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହି ଦିନ ପଞ୍ଜାବ ପୋଲିସ ଅମୃତପାଲକୁ ଧରିବା ଲାଗି ମିଶନ ଆରମ୍ଭ କରିଥିଲା।

-ପୂର୍ବବର୍ଷ ଶିବସେନା ନେତା ସୁଧୀର ସୁରୀଙ୍କ ହତ୍ୟାକାଣ୍ଡରେ ଅମୃତପାଲ ନାଁରେ ଅଭିଯୋଗ ଆସିଥିଲା। ଏହାକୁ ନେଇ ପୋଲିସ ତା ଉପରେ ମାମଲା ରୁଜୁ କରି ସିଙ୍ଗାବାଲା ଗାଁରେ ନଜରବନ୍ଦୀ ରଖିଥିଲା।

-ଗତ କିଛିଦିନ ମଧ୍ୟରେ ରାଜ୍ୟରେ ଅମୃତପାଲ ଜେନରାଲ ସିଂ ଭିଣ୍ଡରାବାଲେ୨.୦ ଭାବେ ଚର୍ଚ୍ଚିତ ରହିଥିଲା। କାରଣ ସେ ତାଙ୍କପରି ଶିଖ୍‌ମାନଙ୍କ ପାଇଁ ଅଲଗା ଏକ ଖାଲିସ୍ଥାନୀ ଦେଶ କରିବାକୁ ଦାବି କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri