Categories: ଫୁରସତ

ଏହି ଦେଶରେ ସୋଫା, ଚେୟାର ଫିଙ୍ଗା ଯାଇ ପାଳନ କରାଯାଏ ନବବର୍ଷ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ ତ ଆଉ କେଉଁଠି ଖାଦ୍ୟ ପ୍ଲେଟ ଭାଙ୍ଗିବା ଏବଂ କାଗଜ ଉଡ଼ାଯାଇଥାଏ। ଏପରି ଭିନ୍ନ ଏକ ପରିବେଶ ମଧ୍ୟରେ ବେଶ୍‌ ଧୂମ୍‌ଧାମରେ ନୂତନବର୍ଷ ପାଳନ କରାଯାଇଥାଏ। ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ଇଟାଲି: ଇଟାଲୀର କିଛି ଅଞ୍ଚଳରେ ଝରକା ଏବଂ ବାଲକୋନିରୁ ପୁରୁଣା ଆସବାବପତ୍ର ଫିଙ୍ଗିବାର ପରମ୍ପରା ଅଛି। ଏହି ଆସବାବପତ୍ର ଫିଙ୍ଗା ଯୋଗୁ ଲୋକମାନେ ଆଘାତ ପାଆନ୍ତି ନାହିଁ। କାରଣ ଏଥିରେ ପୁରୁଣା ତଥା ନରମ ଆସବାବପତ୍ର ଫିଙ୍ଗି ଦିଆଯାଏ। ଯଥା ସୋଫା, ଚେୟାର ଏବଂ କାଗଜ ଫିଙ୍ଗା ଯାଇଥାଏ। ଏଠାରେ ବିଶ୍ୱାସ ରହିଛି, ପୁରୁଣା ସାମଗ୍ରୀ ଫିଙ୍ଗିଲେ ନୂତନ ବର୍ଷରେ ସବୁ ଅସୁବିଧା ଦୂର ହୋଇଯିବ। ପରିବାରରେ ସୁଖ, ଶାନ୍ତି ଭରିଯିବ।

Share