Categories: ଖେଳ

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି, ରହିଛି ଏଭଳି ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୬।୩: ଜଣେ କ୍ରିକେଟରଙ୍କ ପାଇଁ ଶୂନରେ ଆଉଟ୍‌ ହେବା ଲଜ୍ଜାଜନକ ହୋଇଥାଏ। ଯଦି କେହି ଲଗାତାର ନିରାଶ କରନ୍ତି ତେବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡେ। ଏପରିସ୍ଥଳେ ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ବିରାଟ କୋହଲି ପୁଣି ଥରେ ଶୂନରେ ଆଉଟ୍‌ ହୋଇଛନ୍ତି। ତାଙ୍କୁ ଛାଡ଼ିଲେ ବିଶ୍ୱରେ ଜଣେ ଖେଳାଳି ଅଛନ୍ତି ଯିଏ ସର୍ବାଧିକ ୫୯ ଥର ଶୂନ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେ ହେଲେ ମୁଥେୟା ମୁରଲୀଥରନ୍‌। ଜଣେ ଉଲ୍ଲେଖନୀୟ ସ୍ପିନର ଭାବେ ସେ ପରିଚିତ ଥିଲେ ହେଁ ଏହି ଲଜ୍ଜାଜନକ ରେକର୍ଡ ତାଙ୍କ ନାମରେ ରହିଛି। ସର୍ବାଧିକ ଶୂନରେ ଆଉଟ୍‌ ହୋଇଥିବା ବିଶ୍ୱର ଟପ୍‌-୧୦ ଖେଳାଳିଙ୍କ ମଧ୍ୟରେ ଜଣେ ଭାରତୀୟ ଖେଳାଳି ରହିଛନ୍ତି। ସେ ହେଲେ ପୂର୍ବ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ। ସେ ୪୪ଥର ବିନା ରନ୍‌ରେ ଆଉଟ୍‌ ହୋଇଛନ୍ତି।

Share